News18 Odia Digital
ଭୁବନେଶ୍ୱର: ଜୁଲାଇ ମାସ ସରିଲା । ଜୁଲାଇ ମାସରେ ରାଜଧାନୀରେ ସଂକ୍ରମଣ ବେକାବୁ ହୋଇ ମାଡ଼ି ଚାଲିଛି । ବସ୍ତି ଠାରୁ ଏବେ କଲୋନୀଗୁଡ଼ିକର ସ୍ଥିତି ଭୟଙ୍କର ହୋଇଛି । ମୋଟ ସଂକ୍ରମିତଙ୍କ ଭିତରୁ ପ୍ରାୟ ୨୦ ପ୍ରତିଶତ ବସ୍ତିରୁ ମିଳିଛନ୍ତି । ବାକି ସବୁ ଆବାସିକ କଲୋନୀ ଅଞ୍ଚଳରୁ ହିଁ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ବସ୍ତି ଅପେକ୍ଷା କଲୋନୀଗୁଡ଼ିକରେ ସ୍ଥିତି ଦିନକୁ ଦିନ ଚିନ୍ତାଜନକ ପାଲଟୁଛି । ଏବେ ସୁଦ୍ଧା ସହରର ୧୨ଟି ପ୍ରମୁଖ ଆବାସିକ ଅଞ୍ଚଳ ହଟସ୍ପଟ୍ ପାଲଟିଛି ।
ଅଣବସ୍ତି ହଟସ୍ପଟ୍ ତାଲିକାର ସବୁ ଠୁ ଶୀର୍ଷରେ ରହିଛି ନୂଆପଲ୍ଲୀ । ଏଠାରୁ ଜୁଲାଇ ମାସରେ ସର୍ବାଧିକ ସଂକ୍ରମିତ ଠାବ ହୋଇଛନ୍ତି। ଶହେ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଇଆର୍ସି ଭିଲେଜ୍ରୁ ୪୦ରୁ ଅଧିକ ସଂକ୍ରମିତ ବାହାରିଛନ୍ତି । ଅଧିକାଂଶଙ୍କ ଟ୍ରାଭେଲ୍ ହିଷ୍ଟ୍ରି ରହିଛି । ନୂଆପଲ୍ଲୀର ବେହେରା ସାହି, ନୂଆସାହି ଓ ଗଡ଼ ସାହିରୁ ଅନେକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଲ୍ଲୀର ବସ୍ତି ଅଞ୍ଚଳକୁ ମିଶାଇଲେ ଅଞ୍ଚଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୫୦ ଛୁଇଁଯିବ ।
ନୂଆପଲ୍ଲୀ ତଳକୁ ହଟସ୍ପଟ୍ ତାଲିକାର ଦ୍ୱିତୀୟରେ ରହିଛି ମଞ୍ଚେଶ୍ୱର । ଏଠାରୁ ବି ଜୁଲାଇ ମାସରେ ଶହେ ଉପରେ ଆକ୍ରାନ୍ତ ବାହାରିଛନ୍ତି । ମଞ୍ଚେଶ୍ୱରର ଦୁଇଟି କାରଖାନାରୁ କେବଳ ଏ ମାସରେ ୧୦୦ ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ବମିଖାଲ, ରସୁଲଗଡ ଓ ପଳାଶୁଣୀର ଅଣବସ୍ତି ଅଞ୍ଚଳ ହଟସ୍ପଟ୍ ତାଲିକାର ତୃତୀୟ ସ୍ଥାନରେ ରହିଛି । ଏଠାରୁ ଜୁଲାଇ ମାସରେ ୭୬ ଜଣ ସଂକ୍ରମିତ ଧରାପଡ଼ିଛନ୍ତି । ବମିଖାଲ ଓ ରସୁଲଗଡ଼ରୁ ଅଧିକ ଆକ୍ରାନ୍ତ ବାହାରିଛନ୍ତି ।

ୟୁନିଟ୍-୩ ଓ ଖାରବେଳ ନଗର ଅଞ୍ଚଳରୁ ଜୁଲାଇ ମାସରେ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଖଣ୍ଡଗିରି, ପାତ୍ରପଡ଼ା ଓ କୋଳଥିଆ ଅଞ୍ଚଳ ତାଲିକାର ଚତୁର୍ଥରେ ଅଛି । ଏଠାରୁ ୭୦ଜଣ ଆକ୍ରାନ୍ତ ବାହାରିଛନ୍ତି । ଲକ୍ଷ୍ମୀସାଗର ଓ ଚିନ୍ତାମଣିଶ୍ୱର ଜୁଲାଇ ମାସରେ ସଂକ୍ରମଣର ଶୀର୍ଷରେ ପହଞ୍ଚିଛନ୍ତି । ଲକ୍ଷ୍ମୀସାଗର ଗାଁ ଭିତରେ ସଂକ୍ରମଣ ବ୍ୟାପିଚାଲିଛି । ଏହି ଦୁଇ ଅଞ୍ଚଳରୁ ୬୦ରୁ ଅଧିକ ଆକ୍ରାନ୍ତ ବାହାରିଛନ୍ତି ।
ପୁରୁଣା ଭୁବନେଶ୍ୱର ମଧ୍ୟ ଆଉ ସୁରକ୍ଷିତ ହୋଇ ନାହିଁ । ଏପ୍ରିଲ ମାସରେ ଏଠାରେ କମ୍ ଆକ୍ରାନ୍ତ ଥିଲେ । କିନ୍ତୁ ଏବେ ସଂକ୍ରମଣ ମାତୁଛି । ଏହି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ ଅଧିକ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜୁଲାଇ ମାସରେ ୫୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଠାରେ ଥିବା ସପ୍ତମ ବାଟାଲିୟନରୁ ୧୩ରୁ ଅଧିକ ପୋଲିସ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ।
ୟୁନିଟ୍-୩ ଓ ଖାରବେଳ ନଗର ଅଞ୍ଚଳରୁ ଜୁଲାଇ ମାସରେ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଠାରେ ଥିବା ଦୃଷ୍ଟିହୀନ ସ୍କୁଲରୁ ୧୭ ଜଣ ପଜିଟିଭ୍ ବାହାରିଛନ୍ତି । ମାଳିସାହି ଓ ପିଏଚଡି କଲୋନୀରୁ ମଧ୍ୟ ଅନେକ ସଂକ୍ରମିତ ବାହାରିଛନ୍ତି। ଆଇଗିଣିଆରୁ ୪୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଇଗିଣିଆ ଆଳୁଗଦି ଏବେ ନୂଆ ହଟସ୍ପଟ୍ ପାଲଟିଛି । ଗୋଦାମରୁ ସପ୍ତାହେ ଭିତରେ ବହୁ ସଂଖ୍ୟାରେ ଆକ୍ରାନ୍ତ ବାହାରିଲେଣି । ଶ୍ୟାମପୁର, ଘାଟିକିଆ ଓ ଭରତପୁର ଅଞ୍ଚଳକୁ ମଧ୍ୟ କରୋନା ବ୍ୟାପିଲାଣି । ଭରତପୁର ଅଞ୍ଚଳରୁ ଅଧିକ ଆକ୍ରାନ୍ତ ବାହାରିଛନ୍ତି।
ଏହା ବି ପଢ଼ନ୍ତୁ: ଆନ୍ଧ୍ରରେ ମଦ ପିଇବାକୁ ନ ମିଳିବାରୁ ଲୋକେ ସାନିଟାଇଜର୍ ପିଇଲେ; ୯ ଜଣଙ୍କ ମୃତ୍ୟୁ ହେଲାଣିଏହା ବି ପଢ଼ନ୍ତୁ: ପଞ୍ଜାବରେ ବିଷାକ୍ତ ମଦ ପିଇ ୩୨ ଜଣଙ୍କ ମୃତ୍ୟୁ; ତଦନ୍ତ ଆଦେଶ ଦେଲେ CM ଅମରିନ୍ଦର ସିଂ‘‘ବର୍ତ୍ତମାନ ସହରରେ ଅଧିକ ମାତ୍ରାରେ ଟେଷ୍ଟିଙ୍ଗ କରାଯାଉଛି। ବସ୍ତି ଓ କଲୋନୀ ସବୁଠି ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି। ତେଣୁ ଅଧିକ ମାତ୍ରାରେ ପଜିଟିଭ ଚିହ୍ନଟ ହେଉଛନ୍ତି। ଏଥିରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆକ୍ରାନ୍ତଙ୍କ ତୁଳନାରେ ପ୍ରତି ଦିନ ବହୁ ସଂଖ୍ୟାରେ ଲୋକ ସୁସ୍ଥ ମଧ୍ୟ ହେଉଛନ୍ତି,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।