ରଥ ଯାତ୍ରା ଉପରେ ରୋକ୍: ଭୋ ଭୋ ହୋଇ କାନ୍ଦିଲେ ସୁର; ସରକାରଙ୍କ ଉପରେ ବର୍ଷିଲେ ବିଜୟ

କରୋନା ସଂକ୍ରମଣ ସମୟରେ ସର୍ବଜନ ସ୍ୱାର୍ଥରେ ରଥ ଯାତ୍ରା ଉପରେ ସୁପ୍ରିମ କୋର୍ଟ ଲଗାମ ଲଗାଇବା ପରେ ବି ରାଜ୍ୟର କେତେକ ନେତାଙ୍କ ମୁହଁରେ ଲାଗୁନି ଲଗାମ । ତାଙ୍କ ନିଶାନାରେ ଅଛନ୍ତି ରାଜ୍ୟ ସରକାର ।

କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ; (ଡାହାଣ) ବିଜେପି ନେତା ବିଜୟ ମହାପାତ୍ର

କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ; (ଡାହାଣ) ବିଜେପି ନେତା ବିଜୟ ମହାପାତ୍ର

  • Share this:
News18 Odia Digital

ଭୁବନେଶ୍ୱର: କ୍ଷମତାରେ ଥାଆନ୍ତୁ କି ନ ଥାନ୍ତୁ, ରାଜ୍ୟର ଦୁଇ ଜଣ ଭେଟେରାନ ନେତା ସୁରେଶ ରାଉତରାୟ ଓ ବିଜୟ ମହାପାତ୍ର ବିଭିନ୍ନ ପ୍ରସଙ୍ଗରେ ମନ୍ତବ୍ୟ ଦେବାରେ କାର୍ପଣ୍ୟ କରନ୍ତି ନାହିଁ । ଦଳ ଭିତରର କଟକଣା ଏମାନଙ୍କ ମୁହଁରେ ତୁଣ୍ଡି ବାନ୍ଧିପାରେନା । ଏମାନଙ୍କୁ ବହୁ ପ୍ରସଙ୍ଗରେ ଗଣମାଧ୍ୟମ ଖୋଜେ । ରଥ ଯାତ୍ରା ଆୟୋଜିତ ହେବ ନାହିଁ ବୋଲି ନେଇ ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ଏହି ଦୁଇ ନେତାଙ୍କ ବୟାନ ଚର୍ଚ୍ଚାରେ ଅଛି ।

ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ରାଜ୍ୟ ସଭାପତିମାନେ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି । କିନ୍ତୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ଏ ରାୟ ମର୍ମାହତ କରିଛି । ଏ ଦୁଇ ନେତା କଡ଼ା ଭାଷାରେ ଆକ୍ରମଣ କରିଛନ୍ତି ରାଜ୍ୟ ସରକାରଙ୍କୁ ।

ଜଟଣୀ ବିଧାୟକ ସୁରେଶ ରାଉତରାୟ ଏହି ମାମଲାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମ୍ମିଳନୀରେ ଆସି ବସୁ ବସୁ ସଦା ସର୍ବଦା ହସ ଖୁସିର ମଣିଷ ଆଉ ନିଜେ ହସି ଅନ୍ୟକୁ ହସାଉଥିବା ନେତା ଭାବେ ଜଣାଶୁଣା ରାଉତରାୟଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ନିଜ ମନର କୋହକୁ ଅଟକାଇ ନ ପାରି  ଭୋ ଭୋ ହୋଇ କାନ୍ଦି ପକାଇଥିଲେ ସୁର । ସରକାର ତୁରନ୍ତ ରିଭ୍ୟୁ ପିଟିସନ ଦାଖଲ କରିବାକୁ ଅନୁରୋଧ କରିଥିଲେ ସେ ।

ସାମ୍ବାଦିକ ସମ୍ମିଳନୀରେ ଭୋ ଭୋ ହୋଇ କାନ୍ଦୁଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ ।


‘‘ତାମିଲ ନାଡୁରେ ଜାଲୀକାଟୁ ହୋଇପାରିଛି, ତିରୁପତି ଦର୍ଶନ ବି ହେଲାଣି । ହେଲେ ଜଗନ୍ନାଥ ଦର୍ଶନ ହୋଇପାରିନି । ସାରା ବିଶ୍ୱ ଅନେଇ ବସିଥିଲା ଜଗନ୍ନାଥଙ୍କ ରଥ ଯାତ୍ରା ଦେଖିବା ପାଇଁ । ଏହା ବନ୍ଦ ହେବା ଦୁର୍ଭାଗ୍ୟଜନକ । ସରକାର ଜାଣି ଶୁଣି ରଥ ଯାତ୍ରା ବନ୍ଦ କରିଛନ୍ତି । ଯଦି ରଥ ଯାତ୍ରା କରିବାର ନ ଥିଲା ତେବେ ସ୍ନାନ ପୂର୍ଣ୍ଣିମା କାହିଁକି କରୁଥିଲ? ସରକାରଙ୍କ ଓକିଲ ସୁପ୍ରିମ କୋର୍ଟରେ କ’ଣ କରୁଥିଲେ? ମୁଁ ୬୫ ବର୍ଷ ହେଲା ରଥ ଟାଣିବାର ସୁଯୋଗ ପାଇଛି । ରଥ ଯାତ୍ରା ବନ୍ଦ ହେବା ଘଟଣା ସାରା ବିଶ୍ୱବାସୀ ଙ୍କୁ ମର୍ମାହତ କରିଛି,’’ କହିଥିଲେ ସୁର।

ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।  ‘‘୨୦୨୦ ଓଡ଼ିଶା ଇତିହାସରେ ସ୍ମରଣୀୟ ହୋଇ ରହିବ ।  ଯାହା ଆଶଙ୍କା ହେଉଥିଲା ଯେ ଏକ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି, ଶେଷରେ ତାହା ସଫଳ ହେଲା ମନେହେଉଛି । ସ୍ନାନ ଯାତ୍ରା ଠାରୁ ଆଜି ଯାଏଁ ସବୁ କଟକଣା ଭିତରେ ନୀତିକାନ୍ତି ହୋଇଛି । ଏବେ ସୁପ୍ରିମ କୋର୍ଟଙ୍କ ରାୟ ସମସ୍ତେ ମାନିବେ । କିନ୍ତୁ ରାଜ୍ୟ ସରକାର ସନ୍ଦେହର ଘେରରେ ରହିଲେ । ସରକାରଙ୍କ ଆନ୍ତରିକତା ନ ଥିଲା ରଥ ଯାତ୍ରା କରିବା ପାଇଁ,’’ ସେ କହିଛନ୍ତି ।

ବିଜୟ ଆହୁରି କହିଥନ୍ତି ଯେ ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ କରାଯାଇ ପାରିଥାନ୍ତା ଯେ ଆମେ କଟକଣା ଭିତରେ ରଥ ଯାତ୍ରା କରିବୁ ଓ ୧୦ ଲକ୍ଷ ଲୋକଙ୍କ ସମାଗମ ହେବନି । ‘‘ସେ ଭଳି ଯୁକ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ହେଲାନି । ନିଜର ଯୁକ୍ତି ସର୍ବୋଚ୍ଚ ନ୍ୟାୟାଳୟ ପାଖରେ କାହିଁକି ରଖିଲେ ନାହିଁ ସରକାର? ଏ କଥା ଆଜି ନୁହେଁ ସବୁ ଦିନ ପାଇଁ ଉଠିବ । ପଦେ କଥା ବି କହିଲେନି । ଦାମୀ ଓକିଲଙ୍କୁ ରଖି ରଥ ଯାତ୍ରା ନ ହେବା ବର୍ଷକୁ ଏମିତି ସ୍ମରଣୀୟ କରି ରଖିବା ଠିକ୍‌ ହେଲାନି । ବହୁ ଦାମୀ ଓକିଲ ଥିଲେ । ସରକାରଙ୍କ ଜ୍ଞାତସାରରେ ସମସ୍ତେ ଥିଲେ । ରାଜ୍ୟ ସରକାର ସିଧା ସଳଖ ଓ ପରୋକ୍ଷରେ ଉଭୟ ବାଟରେ ପଇସା ଖର୍ଚ୍ଚ କରିଛନ୍ତି । ନିଜ ପ୍ରଶ୍ନକୁ କାହିଁକି ରଖିଲେ ନାହିଁ ତାହା ସବୁ ଦିନ ଏକ କଳଙ୍କିତ ଘଟଣା ହୋଇ ରହିବ।’’

ଏ ଦୁଇ ନେତାଙ୍କ ଆକ୍ରମଣ ପରେ କୌଣସି ପ୍ରତିକ୍ରିୟା ରଖି ନାହିଁ ଶାସକ ଦଳ ବିଜେଡି ।  ଆଗକୁ ଅଛି ଅନେକ ନୀତିକାନ୍ତି । ତାହା କେମିତି ସମାପନ ହେବ ସେ ନେଇ ଭକ୍ତମାନେ ଅପେକ୍ଷା କରିଛନ୍ତି । ଛତିଶା ନିଯୋଗ ଓ ଅନ୍ୟମାନଙ୍କ ସହ ସମସ୍ତଙ୍କ ସହ କଥାବାର୍ତ୍ତା ବି ଚାଲିଛି । ନୀତି ନିର୍ଘଣ୍ଟ ସବୁ ଠିକଣା ସମୟରେ ହେବ ବୋଲି ସବୁ ଜଗନ୍ନାଥ ପ୍ରେମୀ ଆଶାବାଦୀ ।

ଏହା ବି ପଢ଼ନ୍ତୁ: 

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: