କଟକ ବଡ଼ ଡାକ୍ତରଖାନାରେ ଚ଼ିହ୍ନଟ ହେଲା ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀ; ଚ଼ାଲିଛି ଚ଼ିକିତ୍ସା

ସ୍ବାଇନ୍ ଫ୍ଲୁରେ ସଂକ୍ରମିତ ବ୍ୟକ୍ତି ଜଣକ ଢେଙ୍କାନାଳର ବୋଲି ଜଣାପଡିଛି । ସେ ଏକ ଘରୋଇ ହସ୍ପିଟାଲରୁ ରେଫର ହୋଇ ବଡ଼ ମେଡିକାଲକୁ ଆସିଥିଲେ । ତାଙ୍କ ସ୍ୱାବ୍ ନମୂନାରୁ H1N1 ଭୂତାଣୁର ସଂକ୍ରମଣ ଥିବା ଜଣା ପଡ଼ିଥିଲା ।

କଟକ ବଡ଼ ଡାକ୍ତରଖାନାରେ ଚ଼ିହ୍ନଟ ହେଲା ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀ; ଚ଼ାଲିଛି ଚ଼ିକିତ୍ସା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 6, 2020, 12:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କୋରୋନା ଭାଇରସର ସନ୍ଦିଗ୍ଧ ରୋଗୀଙ୍କ ଉପରେ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ ଥିବା ବେଳେ କଟକ ବଡ଼ ଡାକ୍ତରଖାନାରେ ଚିହ୍ନଟ ହୋଇଛି ପ୍ରଥମ ସ୍ବାଇନ୍ ଫ୍ଲୁ (H1N1 ଭାଇରସ) ରୋଗୀ । ତାଙ୍କର ଚ଼ିକିତ୍ସା ଏକ ସ୍ବତନ୍ତ୍ର ୱାର୍ଡରେ ଚାଲିଛି ।

ଏହି ସ୍ବାଇନ୍ ଫ୍ଲୁ ରୋଗୀ ହସ୍ପିଟାଲକୁ ଆସିବା ପରେ ସଂକ୍ରମଣ ଆଶଙ୍କାରେ ହସ୍ପିଟାଲ୍ କ୍ୟାମ୍ପସରେ ଥିବା ଅନ୍ୟ ରୋଗୀ ଓ ସେଠାକାର କର୍ମଚ଼ାରୀମାନେ ଆତଙ୍କିତ ହୋଇଛନ୍ତି । ତେବେ ହସ୍ପିଟାଲର କରୋନା ୱାର୍ଡ଼ରେ ହିଁ ସ୍ୱାଇନଂ ଫ୍ଲୁ ରୋଗୀଙ୍କୁ ଆଇସୋଲେସନରେ ରଖାଯାଇ ତାଙ୍କର ଚ଼ିକିତ୍ସା ଚ଼ାଲିଛି ।

ସ୍ବାଇନ୍ ଫ୍ଲୁରେ ସଂକ୍ରମିତ ବ୍ୟକ୍ତି ଜଣକ ଢେଙ୍କାନାଳର ବୋଲି ଜଣାପଡିଛି । ସେ କଟକର ଅଶ୍ୱୀନି ହସ୍‌ପିଟାଲରୁ ରେଫର ହୋଇ ବଡ଼ ମେଡିକାଲକୁ ରବିବାର ଦିନ ଆସି ଆଡମିଟ ହେଲେ । ତାଙ୍କ ସ୍ୱାବ୍‌ ନମୂନା ସୋମବାର ଦିନ ପରୀକ୍ଷା ପାଇଁ ପଠାଯାଇଥିଲା । ମଙ୍ଗଳବାର ଦିନ ଆସିଥିବା ରିପୋର୍ଟରେ ସେ ସ୍ୱାଇନ୍‌ ଫ୍ଲୁ (H1N1 ଭୂତାଣୁ) ରେ ସଂକ୍ରମିତ ଥିବା ଜଣା ପଡ଼ିଥିଲା ।

କିଛି ଦିନ ତଳେ ତିନି ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ସ୍ବାଇନ୍ ଫ୍ଲୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ରକ୍ତ ଓ ସ୍ବାବ ଭୁବନେଶ୍ବରର ଆରଏମ୍ଆରସିକୁ ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରେ ଦୁଇ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଜଣଙ୍କର ପଜିଟିଭ୍ ଆସିଥିଲା ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

‘‘ଏଇଟା ତ ବର୍ତ୍ତମାନ ଫ୍ଲୁ ସିଜିନ୍‌ । ତା’ ଛଡ଼ା ସ୍ୱାଇନ୍‌ ଫ୍ଲୁ ଓଡ଼ିଶାରେ ୨୦୦୯ରୁ ଅଛି । ତେଣୁ ଏମିତି ଏଣ୍ଡେମିକ୍‌ କେସ୍‌ ନିଶ୍ଚିତଭାବେ ହେବ । ରୋଗୀ ଜଣକ ବର୍ତ୍ତମାନ ଚ଼ିକିତ୍ସାରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି,’’ କହିଛନ୍ତି ଏସ୍‌.ସି.ବି.ର ଜରୁରୀକାଳୀନ ଅଧିକାରୀ ଡଃ ଭୁବନାନନ୍ଦ ମହାରଣା । ଆଉ ତିନି ଦିନ ଚ଼ିକିତ୍ସା ପରେ ସ୍ୱାଇନ୍‌ ଫ୍ଲୁ ରୋଗୀଙ୍କୁ ଘରକୁ  ଯିବାକୁ ଦିଆଯିବ ବୋଲି ସେ କହିଛନ୍ତି ।

ହସ୍ପିଟାଲର ସବୁ ରୋଗୀ ଓ କର୍ମଚ଼ାରୀମାନଙ୍କୁ ମାସ୍କ (ମୁଖା) ପିନ୍ଧି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ରୋଗୀଙ୍କ ଠାରୁ ଅନ୍ୟ କାହାକୁ ସଂକ୍ରମଣ ନ ଯିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ସବୁ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ସେଠାକାର ଅଧିକାରୀମାନେ ।

ଇତି ମଧ୍ୟରେ ବିଶ୍ୱରେ ଦିନକୁ ଦିନ ସାଙ୍ଘାତିକ ହେଉଛି କରୋନା ଭାଇରସର ପ୍ରକୋପ । ଚୀନରେ ଏ ପର୍ଯ୍ୟନ୍ତ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି । kରୋନା ଭାଇରସକୁ ନେଇ ଓଡ଼ିଶାରେ ସ୍ବାସ୍ଥ୍ୟ ବିଭାଗ ନେଇଛି ସର୍ବୋଚ୍ଚ ସତର୍କତା । ସ୍ଥିତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ସଚିବ । ଡିଏମଇଟି କହିଛନ୍ତି ଏପର୍ଯ୍ୟନ୍ତ ୨୫ ଜଣ ଚୀନ୍ ଓ ମାଲେସିଆ ଫେରନ୍ତା ଓଡ଼ିଆଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଛି । କେହି କୋରୋନା ଆକ୍ରାନ୍ତ ହୋଇନାହାନ୍ତି ।
First published: February 6, 2020, 12:49 PM IST
corona virus btn
corona virus btn
Loading