LIVE NOW

ଓଡ଼ିଶାକୁ ପୁଣି ଥରେ ଫେରିବକି ଲକଡାଉନ? ବ୍ରିଟେନର ଭୟଙ୍କର ସ୍ଥିତି ପରେ ବଢ଼ିଲା ଆଶଙ୍କା

ଲମ୍ବା ସମୟ ଧରି ବ୍ୟାପକ ସରକାରୀ ସଚେତନତା ଓ ଉଦ୍ୟମ କାରଣରୁ ଓଡ଼ିଶାରେ କୋଭିଡ଼ ସଂକ୍ରମଣ କମିବାରେ ଲାଗିଥିବା ବେଳେ ବ୍ରିଟେନରେ ପୁଣି ଖରାପ ହେଉଥିବା ସ୍ଥିତି ଯୋଗୁଁ ଓଡ଼ିଶା ସମେତ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି ।

odia.news18.com | January 1, 1970, 5:30 AM IST
facebookTwitterLinkedin
Last Updated January 1, 1970
auto-refresh

Highlights

News18 Odia Digital

ଭୁବନେଶ୍ୱର: ପୁଣି ରାଜ୍ୟକୁ ଫେରିବ କି ଲକଡାଉନ୍‌ ବା ସଟଡାଉନ୍‌? ପୁଣି ଥରେ କୋଭିଡ ସଂକ୍ରମଣ ମାରାତ୍ମକ ହେବାର ସମ୍ଭାବନା ଅଛି କି? ଏଭଳି ସ୍ଥିତିକୁ ନେଇ ପୁଣି ଆଶଙ୍କା ପ୍ରକାଶ ପାଇଛି । ଏହାର କାରଣ ହେଉଛି ବ୍ରିଟେନରେ କୋଭିଡ ସଂକ୍ରମଣର ସାଙ୍ଘାତିକ ସ୍ଥିତି । କୋଭିଡ ଭୂତାଣୁର ଏକ ନୂଆ କ୍ଲେଡ଼ ଏବେ ବ୍ରିଟେନରେ ଆତଙ୍କ ପାଲଟିବାରେ ଲାଗିଥିବା ବେଳେ ଆମ ଦେଶ ଓ ରାଜ୍ୟରେ ମଧ୍ୟ ଏଭଳି କିଛି ପ୍ରଭାବ ହୋଇପାରେ ବୋଲି ଆଶଙ୍କା ବଢ଼ିଛି ।
Read More
Load More



ଏକ୍ସପର୍ଟମାନେ ମତ ଦେଇଛନ୍ତି ଯେ ଯଦିଓ ବ୍ରିଟେନ ଭଳି ସ୍ଥିତି ଭାରତ କିମ୍ବା ଓଡ଼ିଶାରେ ସୃଷ୍ଟି ହେବାର ସମ୍ଭାବନା ନାହିଁ, କିନ୍ତୁ ସମୟର ଆବଶ୍ୟକତା କାରଣରୁ କୋଭିଡ ନିୟମ ମାନିବା ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ଅଛି।

ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆ

ଲମ୍ବା ସମୟ ଧରି ବ୍ୟାପକ ସରକାରୀ ସଚେତନତା ଓ ଉଦ୍ୟମ କାରଣରୁ ଓଡ଼ିଶାରେ କୋଭିଡ଼ ସଂକ୍ରମଣ କମିବାରେ ଲାଗିଛି । ସାଧାରଣ ଜୀବନ ଯାତ୍ରା ମଧ୍ୟ ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ଏଭଳି ସମୟରେ ଏବେ ବ୍ରିଟେନରେ ଆତ୍ମପ୍ରକାଶ କରିଥିବା କୋଭିଡର ଏକ ଓ ଭୟଙ୍କର ରୂପ ଚିନ୍ତା ବଢ଼ାଇ ଦେଇଛି । ସଦ୍ୟତମ ରିପୋର୍ଟ ଅନୁସାରେ ବ୍ରିଟେନରେ କୋଭିଡ ଭୂତାଣୁର ଏହି ନୂଆ କ୍ଲେଡ଼ କାରଣରୁ ସେଠାରେ ପୁଣି ବଢୁଛି ସଂକ୍ରମଣ । ଏହା ପ୍ରାଣ ଘାତକର ରୂପ ନେଉଛି । ସଂକ୍ରମଣ ବ୍ୟାପିବା ଆଶଙ୍କାରେ ସେଠାରେ ପୁଣି ଲକଡାଉନ ବି ଲାଗୁ ହୋଇଛି । ଏଭଳି ସ୍ଥିତିରେ  ଭାରତ ଓ ଆମ ରାଜ୍ୟରେ ଏଭଳି ସ୍ଥିତି ନେଇ ଆଶଙ୍କା ବଢୁଛି।

ମାର୍ଚ୍ଚ ମାସରେ ଭୁବନେଶ୍ୱରରେ ଲକଡାଉନ୍ ନିୟମ ଉଲ୍ଲଙ୍ଘନ କରିଥିବା ଲୋକଙ୍କୁ ପୋଲିସ ଦଣ୍ଡିତ କରୁଛି ।


ବୁଦ୍ଧିଜୀବୀମାନଙ୍କ ମତରେ ଯଦି ଆମ ଦେଶ ଓ ରାଜ୍ୟରେ ଏଭଳି ସ୍ଥିତି ଉପୁଜେ ତେବେ ତାହା ସାଙ୍ଘାତିକ ସାବ୍ୟସ୍ତ ହେବ। ଏବେ ଏବେ ସାଧାରଣ ଜୀବନ ଯାତ୍ରା ସ୍ୱାଭାବିକ ହେଉଥିବା ବେଳେ ପୁଣି ଅର୍ଥନୀତି ଭୁଶୁଡ଼ି ପଡ଼ିବ।

ଏହା ବି ପଢ଼ନ୍ତୁ | ରାଖୀ ସାନ୍ତ ଜାଲିଆତିର ଶିକାର ହେଲେ; ପାଖରେ ଟଙ୍କାଟିଏ ନାହିଁ ନିଜ ଦୁଃଖ କହିଲେ

‘‘ପ୍ରତ୍ୟେକ ଭୂତାଣୁ ରୂପ ବଦଳାଇବା ଏକ ନିୟମିତ ପ୍ରକ୍ରିୟା, ଯାହାକୁ କୁହାଯାଏ କ୍ଲେଡ଼ । ନୂଆ ନୂଆ ପ୍ରକାରର କ୍ଲେଡ଼ ନୂଆ ସମସ୍ୟା ସୃଷ୍ଟି କରିଥାନ୍ତି। ଓଡ଼ିଶାରେ ମଧ୍ୟ ଏକାଧିକ କ୍ଳେଡ଼ର କୋଭିଡ ଭୂତାଣୁ ଥିବା ପୂର୍ବରୁ ସ୍ପଷ୍ଟ ହୋଇଛି। ତେଣୁ ବ୍ରିଟେନରେ ଏହି ଭୂତାଣୁର ନୂଆ କ୍ଲେଡ଼ ଆତଙ୍କ ସୃଷ୍ଟି କରିଥିବା ବେଳେ ଆମ ଦେଶରେ ହୁଏତ ଏଭଳି ସମସ୍ୟା ଉପୁଜିପାରେ। ପ୍ରଥମତଃ ବ୍ରିଟେନରେ ଜଳବାୟୁ ଥଣ୍ଡା ଥିବା କାରଣରୁ ଏବେ ନୂଆ କୋଭିଡ କ୍ଲେଡ଼ର ମାରାତ୍ମକ ପ୍ରଭାବ ଅନୁଭୂତ ହୋଇଛି। ଆମ ଦେଶରେ ମଧ୍ୟ ଏବେ ଶୀତ ଋତୁ ଚାଲୁଥିବାରୁ ଏଠି ମଧ୍ୟ ସେଭଳି ପ୍ରଭାବ ଅନୁଭୁତ ହୋଇପାରେ। ଏହାର ଆଉ ଏକ କାରଣ ହେଲା ଏବେ ଏଠି କୋଭିଡ ସଂକ୍ରମଣ ସରିବା ମନେକରି କୋଭିଡ କଟକଣାକୁ ଅନେକ ଲୋକ ଅଣଦେଖା କରୁଛନ୍ତି,’’ କହିଛନ୍ତି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ସନ୍ଦୀପ ମିଶ୍ର ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଏବେ ସୁଦ୍ଧା ମୋ’ଟ ୩ ଲକ୍ଷ ୨୬ ହଜାରରୁ ଅଧିକ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ଭିତରୁ ୩ ଲକ୍ଷ ୨୧ ହଜାରରୁ ଅଧିକ ଆରୋଗ୍ୟ ହୋଇସାରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ସକ୍ରିୟ ଥିବା କୋଭିଡ ପଜିଟିଭ ସଂଖ୍ୟା ମାତ୍ର ୩ ହଜାରରୁ ଅଧିକ । ଏ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୧,୮୦୦ରୁ ଅଧିକ ।

ଏହା ବି ପଢ଼ନ୍ତୁ | ହାତ ପାପୁଲିରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

‘‘ସେ ସମୟରେ ଆବଶ୍ୟକତା କାରଣରୁ ବାରମ୍ବାର ଲକଡାଉନ ଓ ସଟଡାଉନ କରିବାକୁ ପଡୁଥିଲା । ଏବେ ସେ ସ୍ଥିତି ନାହିଁ। ସଂକ୍ରମଣ ଫେରିବା ସମ୍ଭାବନା କମ । କିନ୍ତୁ କୋଭିଡର ପ୍ରଭାବ ସରିଗଲା ବୋଲି ଲୋକେ ଭାବିବା ଅନୁଚିତ। ପୂର୍ବ ଭଳି ଆମକୁ ଅଧିକ ସଜାଗ ଗେବାର ଆବଶ୍ୟକତା ଅଛି । ନହେଲେ ହୁଏତ ବ୍ରିଟେନ ଭଳି ସ୍ଥିତି ଏଠି ଉପୁଜିପାରେ,’’ କହିଛନ୍ତି ବରିଷ୍ଠ ଚିକିତ୍ସକ ଡାକ୍ତର ଅଶୋକ ମହାପାତ୍ର ।

ତେବେ ଆଗାମୀ ସମୟକୁ ଆକଳନ କରି କୋଭିଡ ସଂକ୍ରମଣ ସ୍ଥିତିରେ ସରକାରଙ୍କ ପଦକ୍ଷେପ କଣ ହେବା ଦରକାର  ତା’ ଉପରେ ଏବେ ସମସ୍ତଙ୍କ ନଜର । ଏ ବିଷୟରେ ସରକାର ଏ ପର୍ଯ୍ୟନ୍ତ କୌଣସି ନୂଆ ପଦକ୍ଷେପ ନେଇନାହାନ୍ତି ।



‘‘ଗତ ନଅ ମାସର ସ୍ଥିତି ଯୋଗୁଁ ଏକ୍‌ ଦମ ଭୁଶୁଡ଼ି ପଡ଼ିଛି ନିୟମିତ ଜୀବନଯାତ୍ରା । ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏଭଳି ସମୟରେ ପୁଣି ଏକ କୋଭିଡ କ୍ଲେଡ଼ର ଆବିର୍ଭାବ ଚିନ୍ତା ବଢ଼ାଇ ଦେଇଛି। ଏବେ ବିଦେଶରେ ଏହାର ପ୍ରଭାବ ଅନୁଭୂତ ହେଉଥିବା ବେଳେ ଆମ ଦେଶ ଓ ରାଜ୍ୟକୁ ଏହା ଫେରିବାର ସମ୍ଭାବନାକୁ ଏଡ଼଼େଇ ଦିଆଯାଇ ନ ପାରେ। ତେଣୁ  ବିଦେଶରେ ହେଲେ ବି ଏହି ନୂଆ ସଂକ୍ରମଣ ଯୋଗୁଁ ଆମେ ଆଗୁଆ ସତର୍କ ରହିବା ଉଚିତ,’’ କହିଛନ୍ତି ଭୁବନେଶ୍ୱରର ବୁଦ୍ଧିଜୀବୀ ଆଶୁତୋଷ ସାମନ୍ତରାୟ ।
corona virus btn
corona virus btn
Loading