ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ପାଇଲେ ମିଳେ ମହା ପୁଣ୍ୟ; ଭକ୍ତଙ୍କ ପାଇଁ ପୁରୀରେ ହୋଇଛି ବିଶେଷ ବ୍ୟବସ୍ଥା

ଆଡ଼ପ ଅବଢ଼ାର ରହିଛି ସ୍ୱତନ୍ତ୍ରତା । ଶ୍ରୀମନ୍ଦିରରେ ମହାପ୍ରସାଦ ଖାଇଲେ ଯେତିକି ପୁଣ୍ୟ, ଆଡ଼ପ ଅବଢ଼ାର ଅନ୍ନ କଣିକାଟିଏ ପାଇଲେ ସେତିକି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆଡ଼ପ ଅବଢ଼ା ପାଇଁ ଭକ୍ତମାନେ ଆତୁର ଥାଆନ୍ତି ।

ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ପାଇଲେ ମିଳେ ମହା ପୁଣ୍ୟ; ଭକ୍ତଙ୍କ ପାଇଁ ପୁରୀରେ ହୋଇଛି ବିଶେଷ ବ୍ୟବସ୍ଥା
ଶ୍ରୀମନ୍ଦିର ଓ (ଡାହାଣ) ଆଡ଼ପ ଅବଢ଼ା
  • News18 Odia
  • Last Updated: June 28, 2020, 11:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଏବେ ଜନ୍ମ ବେଦୀରେ ଅଛନ୍ତି ମହାପ୍ରଭୁ । ଚାଲିଛି ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପ ଦର୍ଶନ । ହେଲେ ବିନା ଭକ୍ତରେ ରଥ ଯାତ୍ରା ହେଉଥିବା ବେଳେ ସେବାୟତ ମଧ୍ୟ ପାଲଟିଯାଇଛନ୍ତି ଭକ୍ତ । ଦୈନିନ୍ଦନ ସକାଳ ଧୂପରେ ଅବଢ଼ା ବାହାରୁଛି ସକାଳ ୧୦ଟାରେ । ଏହା ଏକ ରେକର୍ଡ଼ ହୋଇଥିବା ବେଳେ ମହାପ୍ରଭୁଙ୍କର ଆଡ଼ପ ଅବଢ଼ା ପାଇବା ପାଇଁ ନାହାନ୍ତି ଭକ୍ତ ।

ଚଳିତ ବର୍ଷ ଅବଢ଼ା ରନ୍ଧା ତିନି ଭାଗ କମିଯାଇଥିବା ବେଳେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଭକ୍ତଙ୍କ ପାଇଁ କରାଯାଇଛି ଟୋକନ ବ୍ୟବସ୍ଥା  । ଅବଢ଼ା ନେବା ପାଇଁ ଭକ୍ତଙ୍କ ପାଇଁ ମଧ୍ୟ କୋହଳ କରାଯାଇଛି ନିୟମ । ହେଲେ ଚଳିତ ବର୍ଷ ସେତେଟା ବେପାର ନ ଥିବାରୁ ମହାପ୍ରସାଦ ରାନ୍ଧିବାକୁ ମଧ୍ୟ ଭଲ ଲାଗୁନାହିଁ ବୋଲି କହିଛନ୍ତି ସୁଆର ମହାସୁଆର ।

ଆଡ଼ପ ଅବଢ଼ାର ରହିଛି ସ୍ୱତନ୍ତ୍ରତା । ଶ୍ରୀମନ୍ଦିରରେ ମହାପ୍ରସାଦ ଖାଇଲେ ଯେତିକି ପୁଣ୍ୟ ଆଡ଼ପ ଅବଢ଼ାର ଅନ୍ନ କଣିକାଟିଏ ପାଇଲେ ସେତିକି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆଡ଼ପ ଅବଢ଼ା ପାଇଁ ଆତୁର ଥାଆନ୍ତି ଭକ୍ତମାନେ ।

ଭକ୍ତମାନେ ଅବଢ଼ା ପାଇବା ପାଇଁ ପୁରୁଣା ବସ୍ ଷ୍ଟାଣ୍ଡରେ କରାଯାଇଛି ସୁଆର ମହାସୁଆରଙ୍କ ପକ୍ଷରୁ କାଉଣ୍ଟର ।


‘‘ଚଳିତ ବର୍ଷ ଭକ୍ତଙ୍କ ପାଇଁ କଟକଣା ଥିବାରୁ କେହି ଭକ୍ତ ମନ୍ଦିରକୁ ଆସୁନାହାନ୍ତି । ତେଣୁ ପ୍ରତି ଦିନ ନୀତି ସଅଳ ହେଉଛି । ସକାଳ ୧୧ଟା ସୁଦ୍ଧା ସକାଳ ଧୂପ ଓ ଭୋଗ ମଣ୍ଡପ ହେଇଯାଇଛି । ମାତ୍ର ପ୍ରତି ବର୍ଷ ରଥ ନଅ ଦିନରେ ଅଭଢ଼ା ବିକ୍ରି ବହୁତ ହୋଇଥାଏ । ଭକ୍ତଙ୍କର ବି ଭିଡ ଜମେ । ଆଉ ମାଲ ବହୁତ ରନ୍ଧା ହୁଏ । ହେଲେ ଏଥର ଭକ୍ତ ନ ଥିବାରୁ ମାଲ୍‌ (ଅବଢ଼ା) ରନ୍ଧା ତିନି ଭାଗରୁ ଭାଗେ ହେଉଛି,’’ କହିଛନ୍ତି ସୁଆର ମହାସୁଆର ସେବାୟତ ହରେକୃଷ୍ଣ ମହାସୁଆର ।

ଏ ଥର ବଡ଼ଶଙ୍ଖ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା । ତେଣୁ ଭକ୍ତମାନେ ଅବଢ଼ା ପାଇବା ପାଇଁ ପୁରୁଣା ବସ୍‌ ଷ୍ଟାଣ୍ଡରେ କରାଯାଇଛି ସୁଆର ମହାସୁଆରଙ୍କ ପକ୍ଷରୁ କାଉଣ୍ଟର । ସେଠାରେ ଭକ୍ତମାନେ ବସ ଷ୍ଟାଣ୍ଡ ପଛ ପଟ ରାସ୍ତାରେ ପହଞ୍ଚିବା ପରେ ଟୋକନ କାଟି ବରାଦ ଦେଇ ମହାପ୍ରସାଦ ନେଇପାରିବାର ବ୍ୟବସ୍ଥା ହୋଇଛି । ତା ସହ ସୁଆର ମହାସୁଆର ନିଯୋଗ ସହ ଯୋଗାଯୋଗ କଲେ ମଧ୍ୟ ଅବଢ଼ା ପାଇପାରିବାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ସୁଆର ମହାସୁଆର ସମ୍ପାଦକ କୃଷ୍ଣଚନ୍ଦ୍ର ପଢିଆରୀ ।

ଚଳିତ ବର୍ଷ ଅବଢ଼ା ରନ୍ଧା ତିନି ଭାଗ କମିଯାଇଛି ।


‘‘ଆଡ଼ପ ଅବଢ଼ା ପାଇଁ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯାଇଥିବା ବେଳେ ପୁଲିସ ସହ ଭକ୍ତଙ୍କ ପାଇଁ ଅବଢ଼ା ନେବାକୁ ନିୟମ କୋହଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୁଆର ମହାସୁଆର ନିଯୋଗ ପକ୍ଷରୁ ବସ ଷ୍ଟାଣ୍ଡରେ ଅବଢ଼ା ଦେବା ପାଇଁ କରାଯାଇଛି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା । ସେଠାରେ ସୁଆର ମହାସୁଆର ସେବାୟତମାନେ କାଉଣ୍ଚଟରରେ ବସି ଭକ୍ତମାନଙ୍କୁ ବରାଦି ଅଭଢା ଦେଉଛନ୍ତି । ନୃସିଂହ ମନ୍ଦିର ପଟେ ମଧ୍ୟ ଭକ୍ତମାନଙ୍କୁ ଅବଢ଼ା ନେବା ପାଇଁ ଛଡାଯାଉଛି,’’ କହିଛନ୍ତି ପୁରୀ ଉପ-ଜିଲ୍ଲାପାଳ ଭବତାରଣ ସାହୁ ।

କୋଭିଡ-୧୯ କଟକଣା ମଧ୍ୟରେ ଚଳିତ ବର୍ଷ ରଥ ଯାତ୍ରା ହେଉଥିବା ବେଳେ ପୁରୀ ସହରବାସୀ ଓ ଜଗନ୍ନାଥ ପ୍ରେମୀ ପ୍ରଶାସନକୁ ସହଯୋଗ କରିଛନ୍ତି । ରଥ ଯାତ୍ରା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ୍‌ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଭିତରେ ଘୋଷ ଯାତ୍ରା ସମ୍ପନ୍ନ କରିବା ଏକ ଇତିହାସ କରିଛି ବୋଲି କହିଛନ୍ତି ସେବାୟତମାନେ ।

ଆଡ଼ପ ଅବଢ଼ା ଟିକେ ପାଇବା ସହ ଆଡ଼ପ ମଣ୍ଡପରେ ବ୍ରାହ୍ଣଣ ଭୋଜନ କରାଇଲେ ମହା ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ଅଛି । ‘‘ଯାହାବି ହେଉ ପ୍ରଶାସନ ଓ ସୁଆର ମହାସୁଆର ନିଯୋଗ ପକ୍ଷରୁ ଅବଢ଼ା ପାଇଁ କରାଯାଇଥିବା ବ୍ୟବସ୍ଥାରେ ଆମେ ଟିକିଏ ପ୍ରସାଦ ପାଇପାରୁଛୁ,’’ କହିଛନ୍ତି ପୁରୀ ସହର ଅବକାଶ ଲେନର ବାସିନ୍ଦା ସୁନୀତା ତ୍ରିପାଠୀ ।
First published: June 28, 2020, 11:18 PM IST
corona virus btn
corona virus btn
Loading