ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବର୍ଷକର ଝିଅ ସମେତ ପୂରା ପରିବାର କରୋନା ସଂକ୍ରମିତ ହେଲା

ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ ପୂରା ପରିବାର କରୋନା ଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଛି ବୋଲି ଜଣାଇ ସେ କହିଛନ୍ତି ଯେ ଗତ ୧୦ ଦିନ ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ରହିଛି ।

ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବର୍ଷକର ଝିଅ ସମେତ ପୂରା ପରିବାର କରୋନା ସଂକ୍ରମିତ ହେଲା
ନିଜ ଶାଶୁ-ଶ୍ୱଶୁର ଓ ମା’ଙ୍କ ସହ ଶିଳ୍ପା ଓ ତାଙ୍କ ପରିବାର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ (Shilpa Shetty Kundra) ପୂରା ପରିବାର କରୋନା ଭାଇରସ୍ ସଂକ୍ରମଣରେ (Coronavirus) ଆକ୍ରାନ୍ତ ହୋଇଛି । କରୋନା ଭାଇରସ୍ ଶିଳ୍ପାଙ୍କ ବର୍ଷକର ଝିଅ ସମିଶାକୁ (Samisha) ବି ଛାଡ଼ି ନାହିଁ ।

ଶିଳ୍ପା ଶେଟ୍ଟୀ କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ କହିଛନ୍ତି ଯେ ଗତ ୧୦ ଦିନ ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ରହିଥିଲା । ଶିଳ୍ପାଙ୍କ ଶାଶୁ ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତା’ପରେ ତାଙ୍କର ଦୁଇ ସନ୍ତାନ ସମିଶା ଓ ଭିଭାନ ସଂକ୍ରମିତ ହୋଇଥିଲେ । ତା’ ପରେ ଶିଳ୍ପାଙ୍କ ମା’ ଓ ଶେଷରେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା (Raj Kundra) କରୋନା ସଂକ୍ରମଣର ଶିକାର ହୋଇଥିଲେ । ତେବେ ଅଭିନେତ୍ରୀଙ୍କ ଚେଷ୍ଟ ରିପୋର୍ଟ ନକାରାତ୍ମକ ଆସିଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | କରୋନା ପ୍ରଭାବ: ମେ ୯ରୁ ରାଜଧାନୀ, ଶତାବ୍ଦୀ ଦୂରନ୍ତୋ ଏକ୍ସପ୍ରେସ ସମେତ ୨୮ଟି ଟ୍ରେନ୍ ଚଳାଚଳ ବନ୍ଦ ହେବ

ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ବିବୃତ୍ତି ଜାରି କରି ଶିଳ୍ପା ଲେଖିଛନ୍ତି, ‘‘ଗତ ୧୦ ଦିନ ଆମ ପରିବାର ପାଇଁ ବହୁତ କଷ୍ଟସାଧ୍ୟ ରହିଥିଲା । ମୋ’ ଶାଶୁ ଓ ଶ୍ୱଶୁରଙ୍କୁ କରୋନା ଭାଇରସ୍‌ ସଂକ୍ରମଣ ହୋଇଥିଲା, ତା’ ପରେ ମୋ ଝିଅ ସମିଶା, ପୁଅ ଭିଭାନ୍, ମୋ’ ମା’ ଓ ଶେଷରେ ମୋ’ ସ୍ୱାମୀ ରାଜଙ୍କୁ ବି କରୋନା ହୋଇଥିଲା । ସେମାନେ ସମସ୍ତେ ନିଜ ନିଜ କୋଠରୀରେ ଅଲଗା ରହୁଛନ୍ତି । ଆମେ ସମସ୍ତେ କରୋନା ପାଇଁ ଦିଆଯାଇଥିବା ସରକାରୀ ନିର୍ଦ୍ଦେଶାବଳୀକୁ ଅନୁସରଣ କରୁଛୁ ।’’

ଏହା ବି ପଢ଼ନ୍ତୁ | COVIDରେ ଆଖି ବୁଜିଲେ CRPF DIG ସୁନୀଲ କୁମାର ପାର୍ଥ; ରାଜ୍ୟରେ ଆଉ ୧୭ ଜୀବନ ନେଲା ମହାମାରୀ

ନିଜ ପତି ଓ ଦୁଇ ପିଲାଙ୍କ ସହ ଶିଳ୍ପା ଶେଟ୍ଟୀ


ଏହା ବି ପଢ଼ନ୍ତୁ | ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ଥିତି ଗୁରୁତର; COVID ଆକ୍ରାନ୍ତ ହୋଇ AIIMSରେ ଚିକିତ୍ସାଧୀନ

ଶିଳ୍ପା ଆହୁରି କହିଛନ୍ତି, ‘‘ଆମ ଘରର ଦୁଇ ଜଣ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍‌ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଭଗବାନଙ୍କ ଦୟାରୁ ସମସ୍ତେ ସୁସ୍ଥ ହେବା ଆଡ଼କୁ ଗତି କରୁଛନ୍ତି ।’’ ଏଥି ସହିତ ଶିଳ୍ପା ଏହି ବିବୃତ୍ତିରେ କହିଛନ୍ତି ଯେ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି ।



ଏହି ବିବୃତ୍ତିର ଶେଷରେ ଶିଳ୍ପା ଲୋକଙ୍କୁ ନିବେଦନ କରିଛନ୍ତି ଯେ ସମସ୍ତେ ମାସ୍କ ପିନ୍ଧନ୍ତୁ, ଘରୁ ବାହାରକୁ ନ ଯାଆନ୍ତୁ ଓ ନିଜର ଯତ୍ନ ନିଅନ୍ତୁ। ଶିଳ୍ପା ସରୋଗେସି ସହାୟତାରେ ଗତ ବର୍ଷ ଫେବୃଆରୀରେ ମା’ ହୋଇଥିଲେ । ତାଙ୍କ ଝିଅ ସମିଶା ୧୫ ଫେବୃଆରୀରେ ବର୍ଷକର ହୋଇଛି ।
Published by: Anand ST Das
First published: May 7, 2021, 5:53 PM IST