ଅଭିନେତ୍ରୀ ରକୁଲ୍ ପ୍ରୀତ୍ ଶୀର୍ଷାସନ କରୁଥିବା ଦେଖି ଫ୍ୟାନମାନେ ଚକିତ; Video ଭାଇରାଲ୍ ହେଲା
ନିଜ ଫିଟ୍ନେସ୍କୁ ନେଇ ଚର୍ଚ୍ଚାରେ ରହୁଥିବା ‘ମରଜାୱାଁ’ର ଅଭିନେତ୍ରୀ ରକୁଲ୍ ପ୍ରୀତ ସିଂଙ୍କର ଏକ ଭିଡିଓ ଏବେ ଭାଇରାଲ ହେଉଛି । ଏଥିରେ ସେ ସବୁ ଠୁ କଠିନ ଆସନ ମଧ୍ୟରେ ଗଣାଯାଉଥିବା ଶୀର୍ଷାସନ କରୁଥିବା ଦେଖାଯାଇଛନ୍ତି ।

ଅଭିନେତ୍ରୀ ରକୁଲ୍ ପ୍ରୀତ ସିଂ
- News18 Odia
- Last Updated: July 24, 2020, 8:36 PM IST
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ (Rakul Preet Singh) ସୋସାଲ ମିଡିଆରେ ବେଶ୍ ସକ୍ରିୟ ରହନ୍ତି । କରୋନା ଭାଇରସ୍ (Coronavirus) ଯୋଗୁଁ ରକୁଲ ଏବେ ସୁଟିଂ ଓ ଫିଲ୍ମରୁ ଦୂରେଇ ଯାଇଛନ୍ତି । କିନ୍ତୁ ସୋସାଲ ମିଡ଼ିଆରେ ଲଗାତର ସେ ନିଜ ଫ୍ୟାନ୍ଙ୍କ ସମ୍ପର୍କରେ ଅଛନ୍ତି ।
ସେ ଅଧିକାଂଶ ସମୟରେ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଓ ଭିଡିଓ ସେୟାର କରୁନ୍ତି । ନିଜ ଫିଟ୍ନେସ୍କୁ ନେଇ ରକୁଲ୍ ବେଶ୍ ଚର୍ଚ୍ଚାରେ ରୁହନ୍ତି । ଏବେ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ରକୁଲ ସବୁ ଠୁ କଠିନ ଆସନ ମଧ୍ୟରେ ଗଣାଯାଉଥିବା ଶୀର୍ଷାସନ (Headstand) କରୁଥିବା ଦେଖାଯାଇଛନ୍ତି ।
ଅଭିନେତ୍ରୀ ରକୁଲଙ୍କ ଏହି ଭିଡିଓ ଉପରେ ତାଙ୍କ ଫ୍ୟାନ୍ମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି । ଏଥି ସହ ଶାରୀରିକ ବଳ ଓ ଫିଟନେସ୍ ପ୍ରତି ରକୁଲଙ୍କର ଥିବା ଆଗ୍ରହକୁ ନେଇ ବି ଅନେକ ଆଲୋଚନାର ହେଉଛି । ରକୁଲଙ୍କ ଏହି ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ୭ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି ।
ଭିଡିଓ ସେୟାର ରକୁଲ ନିଜ ଫ୍ୟାନମାନଙ୍କୁ କହିଛନ୍ତି ଯେ ସେମାନେ ବିନା କୌଣସି ଗାଇଡ୍ ଓ ଏକ୍ସପର୍ଟଙ୍କ ଉପସ୍ଥିତିରେ ଏହି ଯୋଗାସନ ନ କରନ୍ତୁ । ଏହା ପୂର୍ବରୁ ସେ ନିଜର ଆଉ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ସୂର୍ଯ୍ୟ ନମସ୍କାର କରୁଥିବା ଦେଖିବାକୁ ମିଳିଥିଲା ।
ଭିଡିଓର କ୍ୟାପସନରେ ରକୁଲ ଲେଖିଥିଲେ, ‘‘ଲକଡାଉନ ମୋତେ ସପ୍ତାହକୁ ଦୁଇରୁ ତିନି ଥର ଅତିକମ୍ରେ ୧୦୮ ଥର ସୂର୍ଯ୍ୟ ନମସ୍କାର କରିବାକୁ ପ୍ରେରଣା ଦେଇଛି । ସୂର୍ଯ୍ୟ ନମସ୍କାର କରିବା ଅନୁଭବ ସମ୍ପୂର୍ଣ୍ଣ ଭିନ୍ନ ଓ ଗଜବ ମଧ୍ୟ । ଏହା ଦ୍ୱାରା ଆପଣ ମଜବୁତ ରହିଥାନ୍ତି ଓ ଶାରୀରିକ ସନ୍ତୁଳନ ରହିଥାଏ ।’’
ଏହା ବି ପଢ଼ନ୍ତୁ: ବଡ଼ ଖବର: ୧୦୦ଟି ଟ୍ରେନ୍ ବନ୍ଦ କରି ପାରେ ରେଳବାଇ; ସମୟ ସାରଣୀରେ ବି ହେବ ବଡ଼ ପରିବର୍ତ୍ତନ
ଏହା ବି ପଢ଼ନ୍ତୁ: ଆଜି ଠାରୁ ଜୁଲାଇ ୩୧ ମଧ୍ୟରେ OTTରେ କେଉଁ କେଉଁ ଫିଲ୍ମ ରିଲିଜ୍ ହେବାକୁ ଅଛି ଜାଣନ୍ତୁ
ରକୁଲ ସିଦ୍ଧାର୍ଥ ମାଲହୋତ୍ରା (Sidharth Malhotra), ତାରା ସୁତାରିଆ (Tara Sutariya) ଓ ରିତେଶ ଦେଶମୁଖଙ୍କ (Riteish Deshmukh) ସହିତ ନିଜ ଶେଷ ଫିଲ୍ମ ‘ମରଜାୱାଁ’ରେ (Marjawan) ନଜର ଆସିଥିଲେ । ସେ ‘ଆଟାକ୍’ (Attack) ଓ ‘ଥ୍ୟାଙ୍କ୍ ଗଡ୍’(Thank God) ପରି ଅନ୍ୟ କେତେକ ଫିଲ୍ମରେ ବି ନଜରକୁ ଆସିବେ ।