ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଲକଡାଉନ୍ ଯୋଗୁଁ ମଉନି ରାୟ ଭାରତକୁ ଫେରି ପାରୁନାହାଁନ୍ତି । ସେ ଗୋଟେ ମ୍ୟାଗାଜିନ୍ ଫଟୋଶୁଟ୍ ପାଇଁ ମାର୍ଚ୍ଚ ମାସରେ ୟୁ.ଏ.ଇ. ଯାଇଥିଲେ ।

ବଲିଉଡ ତାରକା ମଉନି ରାୟ

ବଲିଉଡ ତାରକା ମଉନି ରାୟ

  • Share this:
News18 Odia Digital

#ମୁମ୍ବାଇ: ବଲିଉଡ ତାରକା ମଉନି ରାୟ (Mouni Roy) ଗତ ଦୁଇ ମାସରୁ ଅଧିକ ସମୟ ଧରି ଆବୁଧାବି (ୟୁଏଇ)ରେ ଅଛନ୍ତି । କରୋନା ଭାଇରସ୍‌ ଯୋଗୁଁ ଦେଶରେ ଲାଗିଥିବା ଲକଡାଉନ୍ ଯୋଗୁଁ ସେ ଘରକୁ ଫେରିପାରୁ ନାହାନ୍ତି ।

ମାର୍ଚ୍ଚ ମାସରେ ଏକ ମାଗାଜିନ୍ ଫଟୋ ସୁଟ୍ ପାଇଁ ମାତ୍ର ଚାରି ଦିନ ପାଇଁ ମଉନି ୟୁଏଇ (UAE)କୁ ଯାଇଥିଲେ । ସେଠି ସେ ତାଙ୍କର ଜଣେ ପୁରୁଣା ସାଙ୍ଗଙ୍କ ସହିତ ରହୁଥିଲେ ।

‘‘ଶୁଟିଂ ପରେ ମୁଁ ଆବୁଧାବି (Abudhabi)ରେ ଦୁଇ ସପ୍ତାହ ରହିବାକୁ ସ୍ଥିର କରିଥିଲି କାରଣ ମୋ’ର ପରବର୍ତ୍ତୀ ପ୍ରକଳ୍ପ ଏପ୍ରିଲ୍ ୧୫ରେ ହିଁ ଆରମ୍ଭ ହେବାର ଥିଲା । ମୁଁ ସମ୍ଭବତଃ ଜାଣି ନ ଥିଲି ଏମିତି କଥା । ମୁଁ ଭାବି ନ ଥିଲି ଯେ ପୂରା ଦୁନିଆ ବନ୍ଦ ହୋଇଯିବ । ଏଇଠି ମୋ’ ପାଖରେ ମାତ୍ର ଚାରି ଦିନର ପୋଷାକ ଅଛି, ଆଉ ମୁଁ ଏଠି ଅଟକି ରହିଛି,’’ ମଉନି ରାୟ ମିଡ୍‌-ଡେ ଖବରକାଗଜକୁ କହିଛନ୍ତି ।

ଅଭିନେତ୍ରୀ ମଉନି ରାୟ


ଏହି ଅଭିନେତ୍ରୀ ଜଣକ ପଶ୍ଚିମ ବଙ୍ଗର କୁଚ୍‌ ବେହହାର ସହରରେ ରହୁଥିବା ତାଙ୍କ ପରିବାର ବିଷୟରେ ବି ଚିନ୍ତିତ ଅଛନ୍ତି । ସେମାନଙ୍କ ସହ ତାଙ୍କର ଗଲା ଦୁଇ ମାସ ହେଲା ଦେଖା ସାକ୍ଷାତ ହୋଇପାରି ନାହିଁ ।

ମଉନିଙ୍କ ପରିବାର ପଶ୍ଚିମ ବଙ୍ଗରେ ଅଛନ୍ତି


‘‘ମୁଁ ପ୍ରତି ଦିନ ସେମାନଙ୍କ ବିଷୟରେ ଖୋଜ ଖବର ନେଉଛି । ମୋ’ର ଟିକେ ଚିନ୍ତା ଯାଇଛି ଯେ ମୋ’ ଭାଇ ଏହି ସମୟରେ ମୋ’ ମା’ଙ୍କ ପାଖରେ ଅଛି । ମୋ’ର ସମ୍ପର୍କୀୟମାନେ ମଧ୍ୟ ପାଖାପାଖି ରୁହନ୍ତି । ସେଇଟା ଗୋଟେ ଅତିରିକ୍ତ ସୁବିଧା । ଏବେ ମୁଁ ଚିନ୍ତା ଓ ଶାନ୍ତ ଅନୁଭବ ମଧ୍ୟରେ ଦୋହଲି ହୋଇ ରହିଛି । ବିଶ୍ୱର ସବୁଛି ସମସ୍ତେ ଏବେ କଷ୍ଟ ଅନୁଭବ କରୁଛନ୍ତି । ତେଣୁ ମୁଁ ମୋ’ ମୁଣ୍ଡ ଉପରେ ଏକ ଛାତ ଅଛି ଓ ଦୂରରେ ଏକ ଯତ୍ନବାନ ପରିବାର ଅଛି ବୋଲି ଶାନ୍ତ୍ୱନା ପାଉଛି । ମୁଁ ଭାରତ ଫେରିବାକୁ ଭାରି ଆଗ୍ରହୀ,’’ ମଉନି ରାୟ କହିଛନ୍ତି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: 
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: