News18 Odia Digital
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋଡ଼ା (Malaika Arora) ଯୋଗ କରିବାକୁ ଭଲପାଆନ୍ତି । ବାସ୍ତବରେ ନିୟମିତ ଯୋଗାଭ୍ୟାସ (yoga) ହିଁ ତାଙ୍କ ସୁସ୍ଥ ଓ ସୁନ୍ଦର ଶରୀର ପଛର କାରଣ ବୋଲି ତାଙ୍କୁ ଜାଣିଥିବା ଲୋକେ କହନ୍ତି । ସେ ବିଭିନ୍ନ ଯୋଗ ଆସନ କରିଦେଖାନ୍ତି ଓ ନିଜ ପ୍ରଶଂସକଙ୍କୁ ଖୁସ୍ କରନ୍ତି । ନିକଟରେ ଛୈୟା ଛୈୟା ଷ୍ଟାର୍ ମଲାଇକା ହଳାସନ କେମିତି କରାଯାଏ ତାହା କରି ଦେଖାଇଥିଲେ । ଏବେ ସେ ଇନଷ୍ଟାଗ୍ରାମରେ ବହୁତ ଅଧିକ ଶାରୀରିକ ନମନୀୟତା ଲୋଡ଼ୁଥିବା କଷ୍ଟ ଆସନ କରୁଥିବା ବେଳର ଛବି ପୋଷ୍ଟ କରିଛନ୍ତି ।
ସେହି ଛବିରେ ମଲାଇକା ପରିବୃତ୍ତ ଉତ୍କଟାସନ (Parivrtta Utkatasana) କରୁଥିବା ଦେଖାଯାଇଛି । ଏହା ଏକ ଘୂର୍ଣ୍ଣାୟମାନ ଚୌକି ମୁଦ୍ରା (revolved chair pose) । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାସନ । ଏହି ଆସନ କଲେ ପିଠିର ମଧ୍ୟ ଓ ନିମ୍ନ ଭାଗ ସବଳ ହୁଏ ଓ ମେରୁଦଣ୍ଡର ନମନୀୟତା ବଢ଼େ । ତା’ଛଡ଼ା ପାଚନତନ୍ତ୍ର ବି ଏହି ଆସନ ଦ୍ୱାରା ସମୃଦ୍ଧ ହୋଇଥାଏ ଓ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆସେ ।
ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ

ନିୟମିତ ଯୋଗାଭ୍ୟାସ ମଲାଇକାଙ୍କ ସୁସ୍ଥ ଓ ସୁନ୍ଦର ଶରୀର ପଛର କାରଣ ବୋଲି କୁହାଯାଏ ।
ଇନଷ୍ଟାଗ୍ରାମରେ ଏହି ଯୋଗ ପୋଜ୍ ବିଷୟରେ ସେ ଲେଖିଛନ୍ତି ଯେ ପରିବୃତ୍ତ ଉତ୍କଟାସନ ଏକ ଅସାଧାରଣ ଓ କଷ୍ଟ ଆସନ, ତେଣୁ ଏହାକୁ କରିବା ବେଳେ ସାବଧାନ ରହିବା ଉଚିତ । ‘‘ଆପଣଙ୍କ ଶରୀର ଆପଣଙ୍କୁ ଯେତିକି ଅନୁମତି ଦେଉଛି ସେତିକି କରନ୍ତୁ,’’ ଏହି ଛବି ସହିତ ସେ ଲେଖିଛନ୍ତି ।
ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଇଥିଲେ; ସେଥିରୁ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଧରାପଡ଼ିଗଲା
ଏହି ଯୋଗାସନଟି (ପରିବୃତ୍ତ ଉତ୍କଟାସନ) କେମିତି କରିବେ ତାହା ମଲାଇକା ଷ୍ଟେପ୍ ବାଇ ଷ୍ଟେପ୍ ବୁଝାଇ ଲେଖିଛନ୍ତି ।

ମଲାଇକା ପରିବୃତ୍ତ ଉତ୍କଟାସନ କରି ଦେଖାଉଛନ୍ତି ।
* ସିଧା ଠିଆ ହୁଅନ୍ତୁ । ଆଣ୍ଠୁ ବଙ୍କା କରନ୍ତୁ ଓ ହାତ ବାନ୍ଧି ନମସ୍କାର ମୁଦ୍ରାରେ ରହି ନିଜକୁ ଏକ ଚେୟାର ମୁଦ୍ରାକୁ ଆଣନ୍ତୁ ।
* ନିଶ୍ୱାସ ନିଅନ୍ତୁ, ମେରୁଦଣ୍ଡକୁ ଲମ୍ବା କରନ୍ତୁ ଓ ଡାହାଣ ଆଡ଼କୁ ବଙ୍କା କରନ୍ତୁ । ଏହି ସମୟରେ ନିଜ ବାମ କହୁଣିକୁ ଡାହାଣ ଆଣ୍ଠୁ ବାହାରେ ରଖନ୍ତୁ ।
* ନିଜ ପିଠିକୁ ବଙ୍କା (ଉପରକୁ ଉଠାଇ) ରଖନ୍ତୁ ନାହିଁ । ପିଠିକୁ ସିଧା ରଖିବା ପାଇଁ ପାପୁଲି ଦୁଇଟିକୁ ଏକାଠି ରଖନ୍ତୁ ।
* ଦୁଇ ଆଣ୍ଠୁକୁ ଏକାଠି ରଖନ୍ତୁ । ନିଜ ନିତମ୍ବକୁ ଆଉ ଗୋଟେ ଇଞ୍ଚ ତଳକୁ ଖସାନ୍ତୁ ।
* ପୁଣି ଆରମ୍ଭ ସ୍ଥିତିକୁ ଫେରିବା ପାଇଁ ନିଶ୍ୱାସ ଛାଡ଼ନ୍ତୁ ଓ ନିଜ ପିଠିକୁ ଖୋଲିଦିଅନ୍ତୁ । ତା’ପରେ ପୁଣି ଆର ପାଖରେ ଠିକ୍ ସେମିତି କରନ୍ତୁ ।
ଆପଣ ନିଜେ ଏହି ଯୋଗାସନ କରି ଦେଖି ପାରିବେ ଓ ଏହାକୁ ନିୟମିତ ଅଭ୍ୟାସ କରିପାରିବେ । ହେଲେ ତା’ ପୂର୍ବରୁ ଯଥେଷ୍ଟ ପ୍ରସ୍ତୁତି କଲେ ଓ ଜଣେ ବିଶେଷଜ୍ଞଙ୍କ ସହାୟତା ନେଲେ ଭଲ ।
Published by:Anand Shankar Thankur Das
First published: