‘ଆମେ ମୋବାଇଲ୍ ଆପ୍ ଓ ଆଣବିକ ଅସ୍ତ୍ର ଉପରେ ଏତେ ଖର୍ଚ୍ଚ କରିଛୁ, ସ୍ୱାସ୍ଥ୍ୟ ପାଇଁ କରିନୁ’

ଲକଡାଉନ୍ ସମୟରେ ଫିଲ୍ମ ସମ୍ପାଦନରେ ବ୍ୟସ୍ତ ଥିବା ଅଭିନେତ୍ରୀ ଟିସ୍କା ଚୋପ୍ରା କହିଛନ୍ତି ଯେ ଦେଶ ଡାକ୍ତରମାନଙ୍କୁ ଆଧୁନିକ ସୁବିଧା ଯୋଗାଇବାରେ ଅଧିକ ଖର୍ଚ୍ଚ କରିବା ଉଚିତ ।

‘ଆମେ ମୋବାଇଲ୍ ଆପ୍ ଓ ଆଣବିକ ଅସ୍ତ୍ର ଉପରେ ଏତେ ଖର୍ଚ୍ଚ କରିଛୁ, ସ୍ୱାସ୍ଥ୍ୟ ପାଇଁ କରିନୁ’
ଅଭିନେତ୍ରୀ ଟିସ୍କା ଚୋପ୍ରା
  • News18 Odia
  • Last Updated: April 14, 2020, 1:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: କରୋନା ଭାଇରସ୍ ମହାମାରୀ ଯୋଗୁଁ ସାରା ବିଶ୍ୱରେ ସର୍ବଦା ଚଳଚ୍ଚିତ୍ର ଶିଳ୍ପ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଭାରତରେ ଏହି ଭାଇରସ୍ ବ୍ୟାପିବା ପରେ ଲକଡାଉନ୍‌ ଜାରି ହେବା ଯୋଗୁଁ ଷ୍ଟୁଡିଓ ହାଉସଗୁଡ଼ିକରେ ସୁଟିଂ ବନ୍ଦ କରିଥିବାର ଦେଖାଯାଇଛି । ଚଳଚ୍ଚିତ୍ର, ଟିଭି ଓ ୱେବ୍ ସୋ ବିଳମ୍ବିତ ହୋଇଛି । ପୁରୁଣା ଶୋ’ର ପୁନଃ ପ୍ରସାରଣ ଆରମ୍ଭ ହୋଇଛି ।

ଏହି ସମୟରେ ଅନେକ ସିନେ କଳାକାର ଏହି ‘ବ୍ରେକ୍’ରେ ପୂର୍ବରୁ ସେମାନଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ ଅବହେଳା କରିଆସିଥିବା ନିଜର ହବିରେ ମନୋନିବେଶ କରୁଛନ୍ତି ଓ ଅନ୍ୟମାନେ କେବଳ ନିଜ ପରିବାର ଓ ପ୍ରିୟଜନଙ୍କ ସହିତ ସମୟ ଅତିବାହିତ କରୁଛନ୍ତି ।

ଟିସ୍କା ଚୋପ୍ରା


ଟିସ୍କା ଚୋପ୍ରାଙ୍କ ୱେବ୍ ସୋ ‘ହୋଷ୍ଟେଜ୍’ ଷ୍ଟାର୍ ପ୍ଲସରେ ଟେଲିକାଷ୍ଟ ହେବ । ସେ ଲକଡାଉନ୍‌ ସମୟରେ କଣ କରୁଛନ୍ତି ଓ କିପରି ସମୟ ବିତାଉଛନ୍ତି ତାହା ଜାଣିବା ପାଇଁ ନ୍ୟୁଜ୍ ୧୮ ତାଙ୍କୁ ଭେଟିଥିଲା ।

ସାକ୍ଷାତକାରର କିଛି ସମ୍ପାଦିତ ଅଂଶ:

ଆପଣଙ୍କ କ୍ୱାରାଣ୍ଟିନ ସମୟ କେମିତି ବିତୁଛି?

ବାସ୍ତବରେ ବହୁତ ଭଲ ବିତୁଛି | ମୁଁ କୃତଜ୍ଞ ଯେ ମୁଁ ମୋ ଝିଅ ଓ ସ୍ୱାମୀଙ୍କ ସହିତ ଘରେ ଅଛି । ଆମେ ସୁରକ୍ଷିତ ଅଛୁ ଓ କୌଣସି ସ୍ଥାନକୁ ଯାତ୍ରା କରୁନାହୁଁ । ତେଣୁ ହଁ, ଆମେ ଭଲରେ ଅଛୁ ।

ଆପଣ ଲକଡାଉନ୍ ସମୟରେ କିଛି କାମ କରୁଛନ୍ତି କି?

ହଁ, ମୁଁ ଜୁମ୍ ଆପରେ ମୋ’ ସମ୍ପାଦକମାନଙ୍କ ସହିତ ମୁଁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଏଡିଟ୍ କରୁଛି । ମୁଁ ଏକ ଫିଚର ଫିଲ୍ମର ପ୍ରି-ପ୍ରଡକ୍ସନରେ ଅଛି, ଯାହାକୁ ଆମେ ବର୍ଷ ଶେଷ ଆଡକୁ ଯୋଜନା କରୁଥିଲୁ । ମୁଁ ମଧ୍ୟ କିଛି ଲେଖୁଛି ।

ଟିସ୍କା ଚୋପ୍ରା


ଲକଡାଉନ୍ ସମୟରେ ଆପଣ କୌଣସି ହବିରେ ମାତିଛନ୍ତି କି?

ମୋ’ର ନିଜ ଶିକ୍ଷା ଦିଗରେ ଅନେକ କିଛି କରିବାର ଅଛି । ମୁଁ ନିର୍ଦ୍ଦେଶନା ଦେବାକୁ ଚାହୁଁଛି, ତେଣୁ ମୁଁ ଅନେକ ଜିନିଷ ଦେଖୁଛି ଏବଂ ଏକ ଫିଚର ଚଳଚ୍ଚିତ୍ରର ନିର୍ଦ୍ଦେଶନା ବିଷୟରେ ମୋର ବୁଝିବାକୁ ବିସ୍ତାର କରିବାକୁ ଚେଷ୍ଟା କରୁଛି । ମୁଁ ବର୍ତ୍ତମାନ ଅନଲାଇନରେ କିଛି ମାର୍ଟିନ୍ ସ୍କୋର୍ସିସ୍ କ୍ଲାସ୍ ନେଉଛି ।

‘ହୋଷ୍ଟେଜେସ୍‌’ ଏବେ ଟିଭିରେ ଆସୁଥିବା ବେଳେ ୱେବ୍ ସୋ ପାଇଁ ଟିଭି ଏକ ବିରଳ ସ୍ଥାନ । ଆପଣଙ୍କ ମତ?

ଟିଭିରେ ୱେବ୍ ଶୋ’ର ଟେଲିକାଷ୍ଟ ବିଷୟବସ୍ତୁ ଉପରେ ନିର୍ଭର କରେ । ‘ହୋଷ୍ଟେଜେସ୍‌’ ଏକ ପରିବାର-ଅନୁକୁଳ କାହାଣୀ । ଟେଲିଭିଜନ୍ ଶୋ’ଗୁଡ଼ିକ ମୁଖ୍ୟତଃ ପରିବାର ସହିତ ମିଶି ଦେଖିବା ପାଇଁ ଉଦ୍ଦିଷ୍ଟ । ମୁଁ ଭାବୁଛି ଯଦି ୱେବ୍ ଶୋ’ରେ ବୟସ୍କ ବିଷୟବସ୍ତୁ ନାହିଁ, ସେଗୁଡ଼ିକୁ ଟିଭିକୁ ଆଣିବା ଏକ ଉତ୍ତମ ଚିନ୍ତାଧାରା ।

ଟିସ୍କା ଚୋପ୍ରା


‘ହୋଷ୍ଟେଜେସ୍‌’ ଗୁଡ୍ ନ୍ୟୁଜ୍ ଭଳି ସୋ’ରେ ଆପଣ ଡାକ୍ତରଙ୍କ ଭୂମିକା ନିଭେଇଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ଅସୁବିଧା ଆପଣ ଜାଣନ୍ତି କି?

ଭଲକରି ଜାଣେ । ଏହା ନୈତିକ, ନୀତିଗତ ଓ ବୃତ୍ତିଗତ ଭାବରେ ଏକ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟ । ଡାକ୍ତରମାନେ ଲୋକଙ୍କ ଜୀବନ ସହିତ କାମ କରୁଛନ୍ତି, ଆଉ ଡାକ୍ତରଙ୍କ ପାଇଁ ଆମର ଯଥେଷ୍ଟ କୃତଜ୍ଞତା ନାହିଁ । ଆମେ ନୂଆ ଫୋନ୍ ଆପ୍ ଓ ଆଣବିକ ଅସ୍ତ୍ରଶସ୍ତ୍ରର ବିକାଶ ଉପରେ ଏତେ ଟଙ୍କା ଖର୍ଚ୍ଚ କରିଛୁ, ହେଲେ ଆମେ ଦୁଇଟି କ୍ଷେତ୍ର – ଫାର୍ମା ଓ ଆମର ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଲୋକଙ୍କ ପାଇଁ ଆଧୁନିକ ସୁବିଧା – ରେ ଯଥେଷ୍ଟ କାର୍ଯ୍ୟ କରିନାହୁଁ । ମୁଁ ଭାବୁଛି ତାହା କରିବା ବର୍ତ୍ତମାନ ଆବଶ୍ୟକ ।
First published: April 14, 2020, 1:43 PM IST
corona virus btn
corona virus btn
Loading