ଆଖିରେ ଲୁହ ଧରି ହସପିଟାଲ୍ ପହଞ୍ଚିଥିଲେ ସୁଶାନ୍ତ ସିଂ ରାଜପୁତଙ୍କ ‘ଗର୍ଲଫ୍ରେଣ୍ଡ’ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇର କୁପର୍ ହସପିଟାଲରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟ ମର୍ଟମ୍ ହେବା ପୂର୍ବରୁ ସେଠାରେ ନିଜ ଆଖିରେ ଲୁହ ନେଇ ପହଞ୍ଚିଥିଲେ ତାଙ୍କ ‘ଗର୍ଲଫ୍ରେଣ୍ଡ’ ରିୟା ଚକ୍ରବର୍ତ୍ତୀ । ପୋଲିସ ତାଙ୍କୁ ପଚରାଉଚରା କରିବାକୁ ଯାଉଛି ।

ଆଖିରେ ଲୁହ ଧରି ହସପିଟାଲ୍ ପହଞ୍ଚିଥିଲେ ସୁଶାନ୍ତ ସିଂ ରାଜପୁତଙ୍କ ‘ଗର୍ଲଫ୍ରେଣ୍ଡ’ ରିୟା ଚକ୍ରବର୍ତ୍ତୀ
ସୁଶାନ୍ତ ସିଂ ରାଜପୁତ ଓ (ଡାହାଣ) କୁପର୍ ହସପିଟାଲରେ ପହଞ୍ଚିଥିବା ରିୟା ଚକ୍ରବର୍ତ୍ତୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା (Sushant Singh Rajput Suicide) ଖବର ଆସିବା ପରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ଶୋକାକୁଳ ହୋଇଯାଇଛି । ସମସ୍ତେ ସୁଶାନ୍ତ ନେଇଥିବା ପଦକ୍ଷେପର କାରଣ ଓ କେଉଁ ପରିସ୍ଥିତିରେ ସେ ଏପରି କରିବାକୁ ବାଧ୍ୟ ହେଲେ ତାହା ଜାଣିବାକୁ ବ୍ୟାକୁଳ । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ତାଙ୍କ ମୃତ ଦେହର ପୋଷ୍ଟ ମର୍ଟମ କୁପର୍‌ ହସପିଟାଲରେ (Cooper Hospital) କରାଯାଇଛି । ଲକଡାଉନ୍‌ ବେଳେ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ (Sushant Singh Rajput girlfriend Rhea Chakraborty) ମଧ୍ୟ ତାଙ୍କ ସହ ରହିଥିଲେ । ଏଭଳି ପରିସ୍ଥିତିରେ ମୁମ୍ବାଇ ପୋଲିସ ଅଭିନେତ୍ରୀଙ୍କୁ ପଚରାଉଚରା କରିବାକୁ ଯାଉଛି । ଏହି ସମସ୍ତ ସୂଚନା ମଧ୍ୟରେ ରିୟା ଚକ୍ରବର୍ତ୍ତୀ ସୋମବାର ଅପରାହ୍ଣରେ ଡାକ୍ତରଖାନାରେ ପହଞ୍ଚିଥିଲେ।

ରିୟା ଓ ସୁଶାନ୍ତଙ୍କ ଘନିଷ୍ଠତାର ଖବର ଗତ ବେଶ୍‌ କିଛି ଦିନ ହେଲା ସାମନାକୁ ଆସୁଥିଲା । ଖବର ଏହା ଥିଲା ଯେ ସୁଶାନ୍ତ ଓ ରିୟା ଏକା ସାଙ୍ଗରେ ଲିଭ୍‌-ଇନରେ ରହୁଥିଲେ । ସୋମବାର ରିୟା କୁପର ହସପିଟାଲରେ ପହଞ୍ଚିଥିଲେ । ରିୟାଙ୍କର ତାଜା ଫଟୋ ସାମନାକୁ ଆସିଛି ।

କୁପର୍ ହସପିଟାଲରେ ପହଞ୍ଚିଛନ୍ତି ରିୟା ଚକ୍ରବର୍ତ୍ତୀ


ମୁମ୍ବାଇ ପୋଲିସ ଏହି ଘଟଣାର ଆମୁଳଚୂଳ ତଦନ୍ତ କରିବାକୁ ଚାହୁଁଛି ଯାହା ଦ୍ୱାରା ଏହାର ଅସଲ କାରଣ ଜଣାପଡ଼ିବ । ଖବର ଅନୁଯାୟୀ ସିରିଏଲ ’ପବିତ୍ର ରିସ୍ତା’ରୁ ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସହ ବ୍ରେକଅପ୍ ହେବା ପରେ ସୁଶାନ୍ତ ସିଂ ରିୟା ଚକ୍ରବର୍ତ୍ତୀଙ୍କ ସହ ସମ୍ପର୍କରେ ଥିଲେ । ରିୟା ଗତ କିଛି ଦିନ ହେଲା ସୁଶାନ୍ତ ସିଂ ରାଜପୁତଙ୍କ ସହ ରହୁଥିଲେ । କିନ୍ତୁ ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ତାଙ୍କୁ ଗୋଟିଏ ଦିନ ପୂର୍ବରୁ ତାଙ୍କ ଘରକୁ ପଠାଇଦେଇଥିଲେ । ଏବେ ପୋଲିସ ଜାଣିବାକୁ ଚାହୁଁଛି ଯେ ଦୁହିଁଙ୍କର କିପରି ସମ୍ପର୍କ ଥିଲା? ମୃତ୍ୟୁ ପୂର୍ବରୁ ରିୟା ଓ ସୁଶାନ୍ତଙ୍କ ମଧ୍ୟରେ ମତଭେଦ ଥିଲା କି? ଅଭିନେତା କାହିଁକି ଅବସାଦରେ ଥିଲେ?

କୁପର୍ ହସପିଟାଲରେ ପହଞ୍ଚିଥିବା ରିୟା ଚକ୍ରବର୍ତ୍ତୀ


ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ଏହି ଦୁନିଆକୁ ବିଦାୟ କହିଛନ୍ତି।  ବିହାରର ବାସିନ୍ଦା ସୁଶାନ୍ତ ସିଂ ଜଣେ ଅଭିନେତା ହିସାବରେ ରାତାରାତି ସଫଳତା ପାଇ ନ ଥିଲେ । ଟିଭି ଦୁନିଆ ଓ ‘ପବିତ୍ର ରିସ୍ତା’ ସିରିଏଲରୁ ନିଜର ପରିଚୟ ସୃଷ୍ଟି କରିବା ପରେ ସେ ଚଳଚ୍ଚିତ୍ର ଜଗତକୁ ଯାଇଥିଲେ ।

ରିୟା ଚକ୍ରବର୍ତ୍ତୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା ।


‘ଏମ୍‌.ଏସ୍‌. ଧୋନି’ ଫିଲ୍ମରେ ସୁଶାନ୍ତ ତାଙ୍କ କ୍ରିକେଟ୍ ଶୈଳୀ ଯୋଗୁଁ ଅନେକ ପ୍ରଶଂସା ପାଇଥିଲେ । କିନ୍ତୁ ଗତ କିଛି ବର୍ଷ ହେଲା କରିୟର ପାଇଁ ଅନେକ ଉତ୍ଥାନ-ପତନ ଦେଖିଥିଲା ​ । ତାଙ୍କର ଚଳଚ୍ଚିତ୍ର 'ସୋନଚିରେୟା' ଅନେକ ପ୍ରଶଂସା ପାଇଥିଲା, କିନ୍ତୁ ଏହା ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ଏଥି ସହିତ ତାଙ୍କର ଶେଷ ଚଳଚ୍ଚିତ୍ର 'ଡ୍ରାଇଭ୍'କୁ ଥିଏଟରରେ ରିଲିଜ୍ କରାଯାଇ ନ ଥିଲା । ସୁଶାନ୍ତ ଏଥି ପାଇଁ ବି ଖୁବ୍‌ ବିରକ୍ତ ହୋଇଥିଲେ ।

ରିୟା ଚକ୍ରବର୍ତ୍ତୀଙ୍କ ସହ ସୁଶାନ୍ତ ସିଂ ରାଜପୁତ


ସୁଶାନ୍ତଙ୍କ ଚଳଚ୍ଚିତ୍ର ‘ଛିଛୋରେ’ରେ ସୁଶାନ୍ତ ଏକ ଏମିତି ପୁଅର ପିତା ଭାବରେ ନଜର ଆସିଥିଲେ ଯିଏ ଆତ୍ମହତ୍ୟା କରିବାର ରାସ୍ତା ବାଛିଥିଲା । ସମଗ୍ର ଚଳଚ୍ଚିତ୍ରରେ ସୁଶାନ୍ତ ତାଙ୍କ ପୁଅକୁ ଏହି ଧାରଣାରୁ ଦୂରେଇ ରଖିବାକୁ ଚେଷ୍ଟା କରିଥିବା ଦେଖାଯାଇଥିଲା । ପୋଲିସର ସୂଚନା ଅନୁସାରେ ସେ ଡିପ୍ରେସନ ସହ ସଙ୍ଘର୍ଷ କରୁଥିଲେ ।

ଏହା ବି ପଢ଼ନ୍ତୁ: 

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 15, 2020, 8:43 PM IST
corona virus btn
corona virus btn
Loading