News18 Odia Digital
ନୂଆ ଦିଲ୍ଲୀ: ହସପିଟାଲରେ କରୋନା ସହ ସଂଗ୍ରାମ କରି ଅମ୍ଳଜାନ (oxygen) ଓ ଉଚିତ ଚିକିତ୍ସା ଅଭାବରେ ପ୍ରାଣ ହରେଇଥିବା ୩୫ ବର୍ଷୀୟ ଅଭିନେତା ଓ ୟୁ-ଟ୍ୟୁବର୍ ରାହୁଲ ଭୋରାଙ୍କ (Rahul Vohra) ଶେଷ କିଛି ମୁହୂର୍ତ୍ତର ଏକ ଭିଡିଓ ସାମନାକୁ ଆସିଛି । ଏଥିରେ ସେ ଏକ ଅମ୍ଳଜାନ ମାସ୍କ ଧରି ସେଥିରେ ଅମ୍ଳଜାନ ନ ଥିବା ଓ ହସପିଟାଲ୍ ଆଟେଣ୍ଡାଣ୍ଟମାନେ କୌଣସି ସାହାଯ୍ୟ କରୁ ନ ଥିବା ଅଭିଯୋଗ କରିଛନ୍ତି ।
ଏହି ହୃଦୟବିଦାରକ ଭିଡିଓ ବନେଇବାର କିଛି ଘଣ୍ଟା ମଧ୍ୟରେ ନେଟଫ୍ଲିକ୍ସ ଫିଲ୍ମ ‘
ଅନଫ୍ରିଡମ୍’ର (Unfreedom) ଅଭିନେତା ରାହୁଲ ଭୋରାଙ୍କ ପ୍ରାଣ ଚାଲିଯାଇଥିଲା । ତାଙ୍କ ଦେହାନ୍ତରେ ଭାଙ୍ଗିପଡ଼ିଥିବା ତାଙ୍କ ପତ୍ନୀ ଜ୍ୟୋତି ତିୱାରି (Jyoti Tiwari) ସେହି ଶେଷ ଭିଡିଓକୁ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଜ୍ୟୋତି ଓ ରାହୁଲଙ୍କ ବିବାହ ମାତ୍ର ଛଅ ମାସ ତଳେ ହୋଇଥିଲା । ଜ୍ୟୋତି ଜଣେ କବି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | IPS ଅଫିସର୍ ସାଗରିକା ନାଥ: ‘‘ଜଣେ ଦୃଢ଼ ମହିଳା ମୋତେ ଲାଳନ ପାଳନ କରିଥିବାରୁ ମୁଁ ଆଜି ଦୃଢ଼’’
‘‘ମୋ‘ ରାହୁଲ ଚାଲିଗଲା ବୋଲି ସମସ୍ତେ ଜାଣିଛନ୍ତି, ହେଲେ ସେ କେମିତି ଗଲା ତାହା କାହାକୁ ଜଣା ନାହିଁ । ଦିଲ୍ଲୀର ତାହିରପୁରରେ ଥିବା ରାଜୀବ ଗାନ୍ଧି ସୁପରସ୍ପେଶିଆଲଟି ହସପିଟାଲ… ସେଠି ଏମିତି ଚିକିତ୍ସା ଚାଲିଛି । ଆଶା କରୁଛି ମୋ’ ସ୍ୱାମୀଙ୍କୁ ନ୍ୟାୟ ମିଳିବ । ଆଉ ଗୋଟିଏ ବି ରାହୁଲ ଏ ଦୁନିଆରୁ ଚାଲିଯିବା ଉଚିତ ନୁହେଁ,’’ ଭିଡିଓ ଶେୟାର୍ କରି ଲେଖିଛନ୍ତି ଶୋକାତୁରା ଜ୍ୟୋତି ତିୱାରି (actor Rahul Vohra video) । ରାହୁଲ ଭୋରାଙ୍କର ହସପିଟାଲରେ କରୋନା ଚିକିତ୍ସା ସମୟରେ ରବିବାର ଦିନ ମୃତ୍ୟୁ ହୋଇଥିଲା । ସେହି ଭିଡିଓକୁ ପାଖାପାଖି ଛଅ ଲକ୍ଷ ଲୋକ ଦେଖିଲେଣି ।
ଏହା ବି ପଢ଼ନ୍ତୁ | ଝାରସୁଗୁଡ଼ାରେ ଯୁବତୀକୁ ୨ ଜଣ ବଳାତ୍କାର କଲେ; ଭିଡିଓ ଭାଇରାଲ୍ ହେବା ପରେ ଜଣେ ଧରାପଡ଼ିଲା
ଜ୍ୟୋତି ତିୱାରୀ ରାହୁଲଙ୍କ ମୃତ୍ୟୁ ପାଇଁ ପ୍ରଶାସନ ଓ ହସପିଟାଲ୍ କର୍ମଚାରୀମାନଙ୍କୁ ଦାୟୀ କରିଛନ୍ତି । ସେ ‘ଜଷ୍ଟିସ୍ ଫର୍ ରାହୁଲ୍ ଭୋରା’ ଟ୍ୟାଗ୍ ବ୍ୟବହାର କରି ରାହୁଲଙ୍କ ଶେଷ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର୍ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀରେ ଅମ୍ଳଜାନର ଦାମ୍ ଖୁବ୍ ବଢ଼ିଯାଇଛି ଓ ଅମ୍ଳଜାନ ପାଇଁ ଟଙ୍କା ଦେବା ପରେ ଓ ସାହାଯ୍ୟ ମାଗିବା ପରେ ବି ତାହା ମିଳୁନାହିଁ ।
ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆରେ Oxygen ଓ ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ, କହିଲେ ସୁପ୍ରିମ୍ କୋର୍ଟ୍
ଏଇଠି ଦେଖନ୍ତୁ ସେହି ବାଇରାଲ୍ ଭିଡିଓ:
କରୋନା ଭାଇରସ୍ (Coronavirus) ପଜିଟିଭ୍ ବୋଲି ଚିହ୍ନଟ ହେବା ପରେ ରାହୁଲ ଭୋରା ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଦିଲ୍ଲୀର ଦ୍ୱାରକାରେ ଥିବା ଆୟୁଷ୍ମାନ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ମୃତ୍ୟୁ ଅନେକଙ୍କୁ ଚକିତ ଓ ଦୁଃଖିତ କରିଛି । ବିଶେଷ କରି ତାଙ୍କର ଶେଷ ଫେସବୁକ୍ ପୋଷ୍ଟ, ଯାହା ମୃତ୍ୟୁର ଦିନକ ପୂର୍ବରୁ ପ୍ରକାଶିତ ହୋଇଥିଲା, ତାହା ଲୋକଙ୍କୁ ଦୁଃଖିତ କରିଛି।
ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପରୀକ୍ଷାର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ବୋର୍ଡ଼ ମୋହର ମାରିଲା; ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ
ନିଜ ଶେଷ ଫେସବୁକ୍ ପୋଷ୍ଟରେ ରାହୁଲ କହିଥିଲେ, ‘‘ଯଦି ମୋତେ ଉପଯୁକ୍ତ ଚିକିତ୍ସା ମିଲିତାନ୍ତା ତାହେଲେ ମୁଁ ବଞ୍ଚିଯାଇଥାନ୍ତି ।’’ ସେ ଆହୁରି କହିଥିଲେ, "ଜଲଦି ଜନ୍ମ ନେବି ଓ ଭଲ କାମ କରିବି । ଏବେ ମୁଁ ସବୁ ଶକ୍ତି ହରେଇ ବସିଛି ।’’
ରାହୁଲ ଭୋରାଙ୍କ ଫେସବୁକ୍ ଆକାଉଣ୍ଟରେ ୨୦ ଲକ୍ଷରୁ ଅଧିକ ଫଲୋଅର୍ସ ଥିଲେ । ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଲକ୍ଷରୁ ଅଧିକ ଗ୍ରାହକ ଥିଲେ । ରାହୁଲ ଦିଲ୍ଲୀରେ ଜଣେ ଥିଏଟର କଳାକାର ଭାବରେ ନିଜ କରିଅର୍ ଆରମ୍ଭ କରିଥିଲେ । ପରେ ୟୁଟ୍ୟୁବ୍ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ । ସେ ମୁଖ୍ୟତଃ ସାମାଜିକ ପ୍ରସଙ୍ଗ ଉପରେ ଭିଡିଓ ବନାଉଥିଲେ ଓ କେତେକ ହାସ୍ୟଉଦ୍ରେକକାରୀ ଭିଡିଓ ବି ବନେଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।