‘‘ମୋ’ ଅକ୍ସିଜେନ୍ ସ୍ତର କମୁଛି… ଅକ୍ସିଜେନ୍ ବେଡ୍ ମିଳିବ କି? ମୁଁ ପୁଣି ଜନ୍ମ ନେବି:’’ ଅଭିନେତା ରାହୁଲ

Actor Rahul Vohra Facebook Posts Before Corona Death | ‘‘ଆମ ପ୍ରେମକୁ ଅଧା ରଖି ଚାଲିଗଲ ନା?’’ ପଚାରିଛନ୍ତି ମାତ୍ର ୩୫ ବର୍ଷ ବସୟରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ରାହୁଲ ଭୋରାଙ୍କ ପତ୍ନୀ ଜ୍ୟୋତି । ମାତ୍ର ୫ ମାସ ତଳେ ଦୁହିଁଙ୍କ ବବାହ ହୋଇଥିଲା ।

‘‘ମୋ’ ଅକ୍ସିଜେନ୍ ସ୍ତର କମୁଛି… ଅକ୍ସିଜେନ୍ ବେଡ୍ ମିଳିବ କି? ମୁଁ ପୁଣି ଜନ୍ମ ନେବି:’’ ଅଭିନେତା ରାହୁଲ
ଅଭିନେତା ରାହୁଲ ଭୋରା; (ଡାହାଣ) ପତ୍ନୀଙ୍କ ସହ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗୋଟିଏ ହସପିଟାଲରେ କରୋନା ସହ ସଂଗ୍ରାମ କରୁଥିବା ବେଳେ ଫେସବୁକରେ ନିଜ ହୃଦୟବିଦାରକ ଅନୁଭୁତି ବର୍ଣ୍ଣନା କରିଥିଲେ ନେଟଫ୍ଲିକ୍ସ ଫିଲ୍ମ ‘ଅନଫ୍ରିଡମ୍’ର  (Unfreedom) ଅଭିନେତା ରାହୁଲ ଭୋରା (Rahul Vohra)। ଉନ୍ନତ ଚିକିତ୍ସା ପାଇଁ ଫେସବୁକରେ ସାହାଯ୍ୟ ମାଗିବାର କିଛି ଘଣ୍ଟା ପରେ ତାଙ୍କର ଦେହାନ୍ତ ହୋଇଥିଲା ।

ମାତ୍ର ୩୫ ବର୍ଷ ବୟସ୍କ ଅଭିନେତା ରାହୁଲ ଭୋରାଙ୍କର ଦିଲ୍ଲୀର ଏକ ହସପିଟାଲରେ କରୋନା ଚିକିତ୍ସା ସମୟରେ ରବିବାର ଦିନ ମୃତ୍ୟୁ ହୋଇଥିଲା । ଥିଏଟର୍‌ ନିର୍ଦ୍ଦେଶକ ଓ ନାଟ୍ୟକାର ଅରବିନ୍ଦ ଗୌଡ଼ ନିଜ ଫେସବୁକ ପୃଷ୍ଠାରେ ଏହି ଦୁଃଖଦ ଖବର ଶେୟାର୍‌ କରି କରୋନା ଭାଇରସ ସୃଷ୍ଟିକରିଥିବା ବିଭିଷିକା ବିଷୟରେ ସୂଚନା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ମେ ୩ ତାରିଖରେ ହସପିଟାଲରୁ ଫେସବୁକରେ ଲେଖିଥିଲେ ରାହୁଲ, ‘‘ମୁଁ କରୋନା ପଜିଟିଭ୍‌ ହୋଇଛି । ଏହି ଡାକ୍ତରଖାନାରେ ପାଖାପାଖି ଚାରି ଦିନ ରହିଲିଣି, ହେଲେ ମୋ’ ଅବସ୍ଥାରେ ପରିବର୍ତ୍ତନ ଆସୁନାହିଁ । ଏମିତି କୌଣସି ଡାକ୍ତରଖାନା ଅଛି କି ଯେଉଁଠି ଗୋଟେ ଅକ୍ସିଜେନ୍‌ ବେଡ୍‌ (oxygen bed) ମିଳିଯିବ? ମୋ’ର ଅମ୍ଳଜାନ ସ୍ତର କ୍ରମାଗତ ଭାବରେ କମ୍‌ ହେଉଛି ।’’

ଏହା ବି ପଢ଼ନ୍ତୁ | ଆଉ ନାହାନ୍ତି ରାଜ୍ୟ ସଭା ସାଂସଦ ତଥା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ର; କରୋନା ଆକ୍ରାନ୍ତ ଥିଲେ

ରାହୁଲ ଭୋରା


‘‘ମୋ’ ଯତ୍ନ ନେବାକୁ ପାଖରେ କେହି ନାହାନ୍ତି । ମୁଁ ଖୁବ୍‌ ଅସହାୟ ହୋଇ ଏହି ପୋଷ୍ଟ ଲେଖୁଛି । ମୋ’ ପରିବାର ଲୋକେ ସ୍ଥିତି ସମ୍ଭାଳି ପାରୁନାହାନ୍ତି,’’ ସେହି ପୋଷ୍ଟରେ ଲେଖିଥିଲେ ରାହୁଲ ଭୋରା । ନିଜ ଶେଷ ପୋଷ୍ଟରେ ସେ ଲେଖିଥିଲେ, ‘‘ମୁଁ ପୁଣି ଜନ୍ମ ନେବି ଓ କିଛି ଭଲ କାମ କରିବି । ବର୍ତ୍ତମାନ ମୁଁ ସବୁ ସାହସ ହରାଇଛି ।’’

ରାହୁଲଙ୍କ ମୃତ୍ୟୁ ଖବର ଶୁଣି ଜ୍ୟୋତିଙ୍କ ପୋଷ୍ଟ୍


ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ପରୀକ୍ଷାର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ବୋର୍ଡ଼ ମୋହର ମାରିଲା; ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ

ରାହୁଲ ଭୋରାଙ୍କ ଦେହାନ୍ତ ଖବର ଶେୟାର୍‌ କରି ଅରବିନ୍ଦ ଲେଖିଥିଲେ, ‘‘ରାହୁଲ ଭୋରା ଚାଲିଗଲେ । ମୋ’ ପ୍ରତିଭାବାନ ଅଭିନେତା ଆଉ ନାହାଁନ୍ତି । ଗତ କାଲି ହିଁ ସେ କହିଥିଲେ ଯେ ତାଙ୍କୁ ଯଦି ଭଲ ଚିକିତ୍ସା ମିଳେ ତେବେ ତାଙ୍କ ଜୀବନ ବଞ୍ଚିଯିବ । ତାଙ୍କୁ ଗତ କାଲି ସନ୍ଧ୍ୟାରେ ରାଜୀବ ଗାନ୍ଧି ହସପିଟାଲରୁ ଦ୍ୱାରକାର ଆୟୁଷ୍ମାନ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଆମେ ତାଙ୍କୁ ବଞ୍ଚାଇ ପାରିଲୁ ନାହିଁ । ଦୟାକରି ଆମକୁ କ୍ଷମା କର । ଆମେ ସମସ୍ତେ ତୁମର ଅପରାଧୀ । ମୋ’ର ଶେଷ ସମ୍ମାନ।’’

ଏହା ବି ପଢ଼ନ୍ତୁ | ଓଡ଼ିଶାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ଥିତି ଗୁରୁତର; COVID ଆକ୍ରାନ୍ତ ହୋଇ AIIMSରେ ଚିକିତ୍ସାଧୀନ

ଏହି ଦୁଃଖଦ ଖବର ପାଇବା ପରେ ରାହୁଲ ଭୋରାଙ୍କ ସ୍ତ୍ରୀ ଜ୍ୟୋତି ତିୱାରୀ ସୋସିଆଲ୍‌ ମିଡିଆରେ କେତେକ ଦୁଃଖଭରା ମେସେଜ୍‌ ଶେୟାର୍‌ କରିଥିଲେ । ସେଗୁଡ଼ିକ ନେଟେନିଜେନମାନଙ୍କୁ ହୃଦୟ ଥରାଇ ଦେଇଥିଲା । ରାହୁଲଙ୍କ ସହ ତାଙ୍କ ବିବାହ ଗତ ଡିସେମ୍ବରରେ ହୋଇଥିଲା । ତାଙ୍କ ସହ ହୋଲି ସମୟର ଏକ ଫଟୋ ପୋଷ୍ଟ କରି ସେ ଲେଖିଥିଲେ, “Chale gaye na pyaar adhura kar ke” (ତୁମେ ପ୍ରେମ ଅଧା ରଖି ଚାଲିଗଲ ନା?’’)



‘‘ଆଜି ମୋ’ର ସବୁ ଭ୍ରମ ଭାଙ୍ଗିଯାଇଛି!’’ (All my illusions are shattered today.) ଆଉ ଏକ ମେସେଜରେ ଲେଖିଥିଲେ ଜ୍ୟୋତି । ସେମାନଙ୍କ ବିବାହ ସମୟର ଏକ ଫଟୋ ଶେୟାର୍‌ କରି ସେ ଲେଖିଥିଲେ, “ଆମର ଶେଷ ସାକ୍ଷାତ ବି ଅସମ୍ପୂର୍ଣ୍ଣ ଥିଲା । ମୁଁ ଜାଣେନି କାହିଁକି ଭଗବାନ ତୁମକୁ ଏତେ ପସନ୍ଦ କଲେ । ମୋ’ ଜୀବନ, ​​ମୋ’ ଦୁନିଆ, ତୁମେ ଯେଉଁଠି ରୁହ ଖୁସିରେ ରୁହ ।’’
Published by: Anand ST Das
First published: May 10, 2021, 9:12 PM IST