ପିଲାଙ୍କୁ କେବେ ଦିଆଯିବ ଟିକା; କେନ୍ଦ୍ରର ଗାଇଡ଼ ଲାଇନକୁ ଅପେକ୍ଷା କରିଛନ୍ତି ରାଜ୍ୟ ସରକାର

କେଉଁ ବୟସର ପିଲାଙ୍କୁ ଆଗେ ଟିକା ଦିଆଯିବ ଆଉ କେତେ ଦିନର ବ୍ୟବଧାନରେ ଦିଆଯିବ ସେ ନେଇ କେନ୍ଦ୍ର ଗାଇଡ଼ ଲାଇନ ଦେବା ପରେ ମାଇକ୍ରୋ ପ୍ଲାନ କରିବେ ରାଜ୍ୟ ସରକାର।

କେନ୍ଦ୍ରର ଗାଇଡ଼ ଲାଇନ ଅନୁସାରେ ପିଲାଙ୍କୁ ଟିକା ଦିଆଯିବ (ପ୍ରତୀକାତ୍ମକ ଛବି)

କେନ୍ଦ୍ରର ଗାଇଡ଼ ଲାଇନ ଅନୁସାରେ ପିଲାଙ୍କୁ ଟିକା ଦିଆଯିବ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲାର ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ କେଉଁ ବୟସର ପିଲାଙ୍କୁ ଆଗେ ଟିକା ଦିଆଯିବ ଆଉ କେତେ ଦିନର ବ୍ୟବଧାନରେ ଦିଆଯିବ ସେ ନେଇ କେନ୍ଦ୍ର ଗାଇଡ଼ ଲାଇନ ଦେବା ପରେ ମାଇକ୍ରୋ ପ୍ଲାନ କରିବେ ରାଜ୍ୟ ସରକାର।

ଦୀର୍ଘ ଦିନ ପରେ ରେଡ଼ ଜୋନକୁ ଆଜି ଆସିଛି ଖୋର୍ଦ୍ଧା ଜିଲ୍ଲା।  ଭୁବନେଶ୍ୱରରେ ବି ବଢୁଛି ଆକ୍ଟିଭ କେସ ସଂଖ୍ୟା। ବର୍ତ୍ତମାନ ରାଜଧାନୀରେ ୩୬୩୮ ରହିଛି ଆକ୍ଟିଭ କେସ ସଂଖ୍ୟା।କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ଼ ଲାଇନ ଆସିବା ପରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ। ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇ ରହିଥିବା କହିଛି ସ୍ୱାସ୍ଥ୍ୟ ବିଭାଗ ।

ଶିଶୁ ମାନଙ୍କ ଟିକାକରଣ ପାଇଁ କୋଭାସ୍କିନ ଟିକାକୁ ସବଜେକଟ ଏକ୍ସପଟ କମିଟି ଡ଼ିସିଜିଆଇକୁ ସୁପାରିଶ କରିଛନ୍ତି । ତେବେ ଡ଼ିସିଜିଆଇର ଅନୁମୋଦନ ପରେ ଆରମ୍ଭ ହେବ ଟିକାକରଣ । ତେବେ ଓଡ଼ିଶାରେ କେମିତି ହେବ ଟିକାକରଣ । ଶିଶୁ ଓ କିଶୋରଙ୍କୁ କିପରି ଦିଆଯିବ ଟୀକା । ସେ ନେଇ ସ୍ୱାସ୍ଥ୍ୟ ବିଭାଗ ମଇକ୍ରୋ ପ୍ଲାନ ପ୍ରସ୍ତୁତ କରିବା ଆରମ୍ଭ କରିଛି । କେନ୍ଦ୍ର ସରକାର ଗାଇଡ଼ ଲାଇନ ଦେବା ପରେ ଏ ନେଇ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହେବ । ମାତ୍ର ପ୍ରଥମେ କୋମୋରବିଟିଜ ପିଲାଙ୍କୁ ଟୀକା ଦେବା ପାଇଁ ବ୍ୟବସ୍ଥା ହୋଇପାରେ । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି," ଆମେ ଶିଶୁଙ୍କୁ DPT ଓ ପୋଲିଓ ସବୁବେଳେ ଦେଉଛୁ। ତେଣୁ ଆମ ପାଖରେ ଟିକା ଦେବାକୁ ଲୋକଙ୍କ ଅଭାବ ନାହିଁ କେବଳ ଗାଇଡ଼ ଲାଇନକୁ ଅପେକ୍ଷା"।

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, " କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଆସିଲା ପରେ ମାଇକ୍ରୋପ୍ଲାନ କରାଯିବ। ଦୁଇରୁ ଅଠର ବର୍ଷ ପ୍ରାୟ ଏକ କୋଟି ଚାଳିଶ ଲକ୍ଷ ପ୍ରାୟ ଶିଶୁ ଓ କିଶୋରଙ୍କୁ ଟିକା ଦିଆଯିବ। ଟିକା କେମିତି ଦିଆଯିବ, କେତେ ଦିନ ବ୍ୟବଧାନରେ ଦ୍ବିତୀୟ ଡୋଜ ଦିଆଯିବ, କେଉଁ ଗ୍ରୁପକୁ ଦିଆଯିବ ତାହା ଗାଇଡ଼ଲାଇନ ଆସିବା ପରେ ସ୍ପଷ୍ଟ ହେବ। ଆମ ପାଖରେ ଭିତ୍ତିଭୂମି ପର୍ଯ୍ୟାପ୍ତ ଅଛି।ତେଣୁ ଟିକା ଦେବାରେ ଅସୁବିଧା ହେବ ନାହିଁ। ଯେତେବେଳେ ଟିକା ଆସିଲା କୋ ମର୍ବିଟିଜକୁ ପ୍ରାଧାନ୍ୟ ଦିଆଯାଇଥିଲା ।ଏ କ୍ଷେତ୍ରରେ ବି ସେମିତି ହୋଇପାରେ"।

ରେଡ଼ ଜୋନକୁ ପୁଣି ଫେରିଲା ଖୋର୍ଦ୍ଧା।ଦୈନିକ ସଂକ୍ରମଣ ବଢିଛି। ଏହାକୁ ଆଖି ଆଗରେ ରଖି ଡିଏମ ଇଟି ସିବିକେ ମହାନ୍ତି କହିଛନ୍ତି,"ପର୍ବ ପର୍ବାଣୀ ଯୋଗୁଁ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଛନ୍ତି । ଏଠି ସଂକ୍ରମଣ ଟିକିଏ ବଢ଼ିଛି । ରାଜ୍ୟର ସଂକ୍ରମଣ ଉପର ତଳ ହେଉଛି । କିଛିଟା ବଢି ୪୦୦ ରୁ ୬୦୦ ଦୈନିକ ରହୁଛି । ଏହା ନିହାତି ଭାବେ ଚିନ୍ତା ଜନକ । ଟେଷ୍ଟ ପିଜେଟିଭ ରେଟ,ଆକ୍ଟିଭ କେସକୁ ଦେଖି ଆମେ ରେଡ଼ ଯୋନ କରୁଛୁ"।

ସମସ୍ତେ ଆଶା ରଖିଛନ୍ତି ଟିକା ଆସିଲେ କେମିତି ଶୀଘ୍ର ସେମାନଙ୍କ ପିଲାଙ୍କୁ ଟୀକା ଦେବେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଛୋଟ ଛୁଆଙ୍କୁ ଟିକା ଦିଆଯିବା ଦ୍ୱାରା ସେମାନେ ଅଧିକ ସୁରକ୍ଷିତ ରହି ପାରିବେ। ଏବେ କେବଳ ଡ଼ିସିଜିଆଇର ଅନୁମୋଦନକୁ ଅପେକ୍ଷା । ଅନୁମତି ମିଳିଲେ ଦୀର୍ଘ ଦିନ ଧରି ଲାଗି ରହିଥିବା ଅପେକ୍ଷାର ଅନ୍ତ ଘଟିବ ।
Published by:Soumya Das
First published: