News18 Odia Digital
ମୁମ୍ବାଇ: ଆବୁଧାବି ସରକାରଙ୍କ ତରଫରୁ ପାଣ୍ଠି ବିନିଯୋଗ କରୁଥିବା ଆବୁଧାବି ନିବେଶ ପ୍ରାଧିକରଣ (Abu Dhabi Investment Authority, ADIA) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (Reliance Industries Limited, RIL, ଆର୍.ଆଇ.ଏଲ୍.)ର ଜିଓ ପ୍ଲାଟଫର୍ମରେ ୧.୧୬ ପ୍ରତିଶତ ଅଂଶଧନ ପାଇଁ ୫,୬୮୩ କୋଟି ଟଙ୍କା ବିନିଯୋଗ କରିବ । ଗତ ସାତ ସପ୍ତାହ ମଧ୍ୟରେ ଜିଓ ପ୍ଲାଟଫର୍ମ (Jio Platform)ରେ ବିଶ୍ୱସ୍ତରୀୟ ବଡ଼ ନିବେଶକମାନଙ୍କ ଦ୍ୱାରା ଏହା ହେଉଛି ଲଗାତର ଅଷ୍ଟମ ନିବେଶ ।
ଏହା ପୂର୍ବରୁ ସୋସିଆଲ ମିଡିଆର ବଡ଼ କମ୍ପାନୀ ଫେସବୁକ୍, ଆବୁଧାବିର ସାର୍ବଭୌମ ପାଣ୍ଠି ମୁବାଦଲା, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ (ଦୁଇଟି ନିବେଶ), କେକେଆର୍ ଆଣ୍ଡ କୋ ଇନ୍ ଓ ଜେନେରାଲ୍ ଆଟଲାଣ୍ଟିକ୍ ଜିଓ ପ୍ଲାଟଫର୍ମରେ ଅଂଶଧନ ପାଇଁ ପୁଞ୍ଜି ବିନିଯୋଗ କରିସାରିଛନ୍ତି ।
ADIAର ଏହି ନିବେଶ ଜିଓରେ ହୋଇଥିବା ଅନ୍ୟ ବ୍ୟକ୍ତିଗତ ଇକ୍ୱିଟି ନିବେଶ ସହିତ ପାଖାପାଖି ସମାନ ମୂଲ୍ୟରେ ଅଛି । ଆବୁଧାବି ନିବେଶ ପ୍ରାଧିକରଣ (ADIA) ୧୯୭୬ ମସିହାରୁ ଆବୁଧାବି ସରକାରଙ୍କ ତରଫରୁ ପାଣ୍ଠି ବିନିଯୋଗ କରିଆସୁଛି ଏବଂ ଏକ ବିଶ୍ୱସ୍ତରୀୟ ପୁଞ୍ଜି ବିନିଯୋଗ ପୋର୍ଟଫୋଲିଓ ପରିଚାଳନା କରୁଛି, ଯାହା ଦୁଇ ଡଜନରୁ ଅଧିକ ବିବିଧ ସମ୍ପତ୍ତି ବର୍ଗ ଓ ଉପ-ବର୍ଗରେ ଅଛି ।

ଏହି ବିନିଯୋଗ ସହ ଜିଓ ପ୍ଲାଟଫର୍ମ ଗତ ସାତ ସପ୍ତାହରେ ୯୭,୮୮୫.୬୫ କୋଟି ଟଙ୍କା ସଂଗ୍ରହ କରିସାରିଛି ।
ଜୁନ୍ ୫ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ଘୋଷଣା କରିଥିଲା ଯେ ଆବୁଧାବି ସ୍ଥିତ ସାର୍ବଭୌମ ନିବେଶକ ମୁବାଦଲା ଇନଭେଷ୍ଟମେଣ୍ଟ କମ୍ପାନୀ (Mubadala Investment Company) ଜିଓ ପ୍ଲାଟଫର୍ମରେ ୧.୮୫ ପ୍ରତିଶତ ଅଂଶଧନ ପାଇଁ ୯,୦୯୩.୬୦ କୋଟି ଟଙ୍କା ବିନିଯୋଗ କରିବ ।
ଗତ କାଲି RIL ଜଣାଇଥିଲା ଯେ ଆମେରିକାର ବଡ଼ ଘରୋଇ ଇକ୍ୱିଟି କମ୍ପାନୀ ସିଲଭର ଲେକ୍ ଓ ତା’ର ସହ-ନିବେଶକମାନେ ଜିଓ ପ୍ଲାଟଫର୍ମରେ ୨.୦୮ ପ୍ରତିଶତ ଅଂଶଧନ ପାଇଁ ଅତିରିକ୍ତ ୪,୫୪୬.୮୦ କୋଟି ଟଙ୍କା ବିନିଯୋଗ କରିବେ। ସିଲଭର ଲେକ୍ ଦ୍ୱାରା ଜିଓ ପ୍ଲାଟଫର୍ମରେ ସମୁଦାୟ ବିନିଯୋଗ ବର୍ତ୍ତମାନ ୧୦,୨୦୨.୫୫ କୋଟି ଟଙ୍କାରେ ପହଞ୍ଚିଛି । ଏହି ଘରୋଇ ଇକ୍ୱିଟି କମ୍ପାନୀ ମେ ୪ରେ ଜିଓ ପ୍ଲାଟଫର୍ମର ଏକ ପ୍ରତିଶତ ଅଂଶଧନ ୭୫୦ ମିଲିୟନ୍ ଡଲାରରେ (୫,୬୫୫.୭୫ କୋଟି ଟଙ୍କା) କିଣିଥିଲା ।
ରିଲାଏନ୍ସ ର ଟେଲିକମ୍ ବ୍ୟବସାୟ ରିଲାଏନ୍ସ ଜିଓ ଇନଫୋକମ୍ ଭାରତର ସବୁ ଠାରୁ ବଡ଼ ଟେଲିକମ୍ କମ୍ପାନୀ । ଏହାର ୩୮.୮ କୋଟିରୁ ଅଧିକ ଗ୍ରାହକ ଅଛନ୍ତି ।

ରିଲାଏନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ
ମେ ୨୨ରେ RIL ଘୋଷଣା କରିଥିଲା ଯେ ଆମେରିକାର ଘରୋଇ ଇକ୍ୱିଟି ଫାର୍ମ କେ.କେ.ଆର୍. ୨.୩୨ ପ୍ରତିଶତ ଅଂଶଧନ ପାଇଁ ଜିଓ ପ୍ଲାଟଫର୍ମରେ ୧୧,୩୬୭ କୋଟି ଟଙ୍କା ବିନିଯୋଗ କରିବ । ଏହା ପୂର୍ବରୁ ଜେନେରାଲ ଆଟଲାଣ୍ଟିକ୍ ମେ ୧୮ରେ ଘୋଷଣା କରିଛି ଯେ ଏହା ଜିଓ ପ୍ଲାଟଫର୍ମରେ ୧.୩୪ ପ୍ରତିଶତ ଅଂଶଧନ ୬,୫୯୮.୩୮ କୋଟି ଟଙ୍କାରେ କ୍ରୟ କରିବ । ଭିଷ୍ଟା ଇକ୍ୱିଟି ପାର୍ଟନର୍ସ ବି ୧୧,୩୬୭ କୋଟି ଟଙ୍କାରେ ଜିଓ ପ୍ଲାଟଫର୍ମରେ ୨.୩୨ ପ୍ରତିଶତ ଅଂଶଧନ କିଣିବ ବୋଲି ମେ ୮ରେ ଘୋଷଣା କରିଛି ।
ଏହା ପୂର୍ବରୁ ଫେସବୁକ୍ ଜିଓ ପ୍ଲାଟଫର୍ମରେ ୯.୯୯ ପ୍ରତିଶତ ଅଂଶଧନ ପାଇଁ ୪୩,୫୭୩.୬୨ କୋଟି ଟଙ୍କା ବିନିଯୋଗ କରିସାରିଛି । ବିଗତ ସାତ ସପ୍ତାହ ମଧ୍ୟରେ ଜିଓ ପ୍ଲାଟଫର୍ମ ନାମରେ ଜଣାଶୁଣା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଡିଜିଟାଲ୍ ବ୍ୟବସାୟ ସମୁଦାୟ ୨୧.୦୬ ପ୍ରତିଶତ ଅଂଶଧନ ପାଇଁ ବିଶ୍ୱର ନିବେଶକଙ୍କ ଠାରୁ ୯୭,୮୮୫.୬୫ କୋଟି ଟଙ୍କା ସଂଗ୍ରହ କରିଛି ।
ରିଲାଏନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Mukesh Ambani) କହିଛନ୍ତି ଯେ ଭାରତର ଡିଜିଟାଲ ଅଭିବୃଦ୍ଧିକୁ ଆଗକୁ ବଢ଼ାଇ ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଡିଜିଟାଲ ରାଷ୍ଟ୍ର କରିବା ଦିଗରେ ଜିଓ ପ୍ଲାଟଫର୍ମର ଏହି ଯାତ୍ରାରେ ବିଶ୍ୱର ବଡ଼ ନିବେଶକମାନେ ହାତ ମିଳାଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ।
ଜୁନ୍ ୩ରେ RIL ୭ ବିଲିୟନ ଡଲାରର ରାଇଟ୍ସ ଇସ୍ୟୁ ବନ୍ଦ କରିଛି, ଯାହା ଭାରତର ସର୍ବ ବୃହତ ରାଇଟ୍ସ ଇସ୍ୟୁ । ଏହା କ୍ରେତାମାନଙ୍କୁ ଏକ ବିରଳ ବିଳମ୍ବିତ ଦେୟ ଅଫର (deferred payment offer) ଦେଇ ଆକର୍ଷିତ କରିଛି । ଏହି ରାଇଟ୍ସ ଇସ୍ୟୁ ୧.୬ ଗୁଣା ଓଭରସବସ୍କ୍ରାଇବ କରାଯାଇଥିଲା । ଏହି ବିକ୍ରୟରୁ ଆୟ ବିଶ୍ୱର ଅଣ-ଆର୍ଥିକ କମ୍ପାନୀମାନଙ୍କ ଦ୍ୱାରା ବୃହତ୍ତମ ଆୟରେ ସ୍ଥାନିତ ହୋଇଛି ଓ ଏହା ରିଲାଏନ୍ସର ଋଣ ପରିମାଣକୁ ଚଳିତ ବର୍ଷ ଶୂନ୍ୟରେ ପହଞ୍ଚାଇବାରେ ସାହାଯ୍ୟ କରିବ ।
(
ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ଏହା ବି ପଢ଼ନ୍ତୁ: ୬ ସପ୍ତାହରେ ରିଲାଏନ୍ସ ଜିଓର ୭ମ ଡିଲ୍: ୪,୫୪୬ କୋଟି ଟଙ୍କାରେ ସିଲଭର ଲେକ୍ ୨.୦୮% ଅଂଶଧନ କିଣିବଏହା ବି ପଢ଼ନ୍ତୁ: ଦେଢ଼ ମାସରେ ରିଲାଏନ୍ସର ଷଷ୍ଠ ଡିଲ୍: ଆବୁଧାବିର ମୁବାଦଲା ଜିଓରେ ₹୯,୦୯୩ କୋଟି ନିବେଶ କରିବଏହା ବି ପଢ଼ନ୍ତୁ: ରିଲାଏନ୍ସ ନିଜ ଆଲୋକ ଇଣ୍ଡଷ୍ଟ୍ରିଜ୍ ଫ୍ୟାକ୍ଟ୍ରିକୁ PPE ତିଆରି କରିବାରେ ଲଗାଇଛି; ଦାମ୍ କମ୍ ରଖିଛିଏହା ବି ପଢ଼ନ୍ତୁ: ରିଲାଏନ୍ସର ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍ସ ଇସ୍ୟୁକୁ ଜବରଦସ୍ତ ସମର୍ଥନ ମିଳିଲାଏହା ବି ପଢ଼ନ୍ତୁ: କରୋନା ଲଢ଼େଇରେ ସାହାଯ୍ୟ ପାଇଁ ମହାରାଷ୍ଟ୍ର ସରକାର ମୁକେଶ ଅମ୍ବାନୀ ଓ ନୀତାଙ୍କୁ ଧନ୍ୟବାଦ ଦେଲାଏହା ବି ପଢ଼ନ୍ତୁ: ମାସକରେ ରିଲାଏନ୍ସର ପଞ୍ଚମ ଡିଲ୍: ଜିଓ ପ୍ଲାଟଫର୍ମର ୨.୩୨% KKRକୁ ୧୧,୩୬୭ କୋଟି ଟଙ୍କାରେ ବିକିଲାଏହା ବି ପଢ଼ନ୍ତୁ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରାଇଟସ୍ ଏଣ୍ଟାଇଟଲମେଣ୍ଟ ଶେଆର୍ ପ୍ରଥମ ଦିନ ଖୁବ୍ ବିକ୍ରି ହେଲାଏହା ବି ପଢ଼ନ୍ତୁ: ଜିଓରେ ଚତୁର୍ଥ ବଡ଼ ନିବେଶ; ଆମେରିକାର ଜେନେରାଲ ଆଟଲାଣ୍ଟିକ ₹୬,୬୦୦ କୋଟି ନିବେଶ କରିବଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓରେ ୫,୬୫୫ କୋଟି ଟଙ୍କାର ନିବେଶ କଲା ଆମେରିକାର ସିଲଭର୍ ଲେକ୍ଏହା ବି ପଢ଼ନ୍ତୁ: ରିଲାଏନ୍ସ Jio ଓ Facebook ମିଶି ଭାରତୀୟମାନଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେବେ: ଜୁକରବର୍ଗଏହା ବି ପଢ଼ନ୍ତୁ: ଫେସବୁକ୍ ଓ ସିଲଭର ଲେକର ଜିଓ ସହ ଚୁକ୍ତି ରିଲାଏନ୍ସ ବୃହତ ଯୋଜନାର ଅଂଶ: ଇରାନିଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓର ୨.୩% ଅଂଶଧନ ଆମେରିକାର VEP ୧୧,୩୬୭ କୋଟି ଟଙ୍କାରେ କିଣିଲାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।