ରାଜ୍ୟର ଅଣୁ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ସ୍ଥିତି ସ୍ୱାଭାବିକ ହେବା ଦିଗରେ ପୁଣି ଆସିଲା ବାଧା

ଆକଳନ କରାଯାଉଥିଲା ଯେ ଅଗଷ୍ଟ ମାସରେ ରାଜ୍ୟରେ MSME କ୍ଷେତ୍ରରେ ସୁଧାର ଆସିବ । କିଛିଟା ଆସିଥିଲା ମଧ୍ୟ । ହେଲେ ଏହା ଭିତରେ ପୁଣି ଲମ୍ବା ସମୟ ଧରି କୋଭିଡର ପ୍ରଭାବ ଓ ବର୍ଷା ବ୍ୟୁତ୍ପାତ କାରଣରୁ ଏବେ ସ୍ଥିତି ଖରାପ ହୋଇଛି ।

ଭୁବନେଶ୍ୱରରେ ଥିବା ଏକ କ୍ଷୁଦ୍ର ଶିଳ୍ପ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ

ଭୁବନେଶ୍ୱରରେ ଥିବା ଏକ କ୍ଷୁଦ୍ର ଶିଳ୍ପ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ଅଗଷ୍ଟରୁ ଧୀରେ ଧୀରେ ଟ୍ରାକକୁ ଫେରୁଥିବା ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରର (MSME) ଗତିରେ ପୁଣି ବ୍ରେକ ଲାଗିଛି । ଗତ ଛଅ ମାସ ଧରି ଏକ ପ୍ରକାର ଘାଇଲା ହୋଇଯାଇଥିବା ରାଜ୍ୟର ଏହି କ୍ଷେତ୍ର ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ବେଳେ ଲମ୍ବା କରୋନା ପ୍ରଭାବ ତଥା ବର୍ଷା ବ୍ୟୁତ୍ପାତ ବିଳମ୍ବିତ କରୁଛି ସ୍ବାଭାବିକ ଫେରିବା ପ୍ରକ୍ରିୟାକୁ ।

ଅନଲକ-୪ରେ MSMEର ସ୍ଥିତି ମନ୍ଥର ଗତିରେ ସ୍ୱାଭାବିକ ଆଡ଼କୁ ଯାଉଛି ବୋଲି ଶିଳ୍ପସଂସ୍ଥାର କର୍ମଚାରୀମାନେ ମତ ଦେଇଛନ୍ତି । ଉତ୍କଳ ଚାମ୍ବର ଅଫ କମର୍ସ ଓ ଶିଳ୍ପ ବିଶେଷଜ୍ଞଙ୍କ ମତରେ ସ୍ଥିତି ପୂରା ସ୍ୱାଭାବିକ ହେବାକୁ ସମୟ ଲାଗିବ । ବିଶେଷ କରି ବଡ଼ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକ୍ଷମ ନ ହେବା ପର୍ଯ୍ୟନ୍ତ MSMEରେ ସୁଧାର ଆସିବ ନାହିଁ।

ପ୍ରାୟ ଛଅ ମାସ ଧରି ବାରମ୍ବାର ଲକଡାଉନ ଓ ସଟଡାଉନ ପରେ ରାଜ୍ୟରେ ବିପର୍ଯ୍ୟସ୍ତ ହେବାକୁ ଯାଉଥିବା MSME କ୍ଷେତ୍ରର ସ୍ଥିତି ଅଗଷ୍ଟରେ ଧୀରେ ଧୀରେ ସ୍ବାଭାବିକ ଆଡକୁ ଗତି କରୁଥିଲା।  ବନ୍ଦ ପଡିଥିବା ସଂଖ୍ୟାଧିକ MSME ସଂସ୍ଥା ଚାଲୁ ହେବା ଆରମ୍ଭ ହୋଇଥିଲା। ଲମ୍ବା ଛୁଟିରେ ଥିବା କର୍ମଚାରୀମାନେ ମଧ୍ୟ କର୍ମକ୍ଷେତ୍ରକୁ ଫେରିବା ଆରମ୍ଭ କରିଥିଲେ। ହେଲେ ଏବେ ସେଥିରେ ଲାଗିଛି ବ୍ରେକ।

ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ଶିଳ୍ପ ପ୍ରତିଷ୍ଠାନରେ ଛଅ ମାସ ବ୍ୟବଧାନରେ ଧୀରେ ଧୀରେ ଜୀବନ ଚଞ୍ଚଳ ହେଉଥିଲା । ଏବେ ସ୍ଥିତି ସ୍ବାଭାବିକ ହୋଇପାରୁନାହିଁ ବୋଲି ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ କର୍ମଚାରୀ ମତ ଦେଇଛନ୍ତି ।

‘‘ଅଗଷ୍ଟ ପହିଲା ପରେ ଧିରେ ଧିରେ ସ୍ଥିତି ସ୍ବାଭାବିକ ହେବା ପରେ ଆମ କଳ କାରଖାନା ସବୁ ଠିକ ହୋଇଯିବ ବୋଲି ଆମେ ଆଶା କରୁଥିଲୁ। ଲୋକେ କାମକୁ ଫେରିବା ଆଇମ୍ଭ କରିଥିଲେ। ହେଲେ ଏବେ ସୁଦ୍ଧା କୋଭିଡ ସ୍ଥିତି ସ୍ବାଭାବିକ ହୋଇ ପାରୁ ନ ଥିବାରୁ ଆମେ ଚିନ୍ତାରେ ଅଛୁଁ,’’ କହିଛନ୍ତି ଏକ ଶିଳ୍ପ ପ୍ରତିଷ୍ଠାନର କର୍ମଚାରୀ ସୌଭାଗ୍ୟ ବେହେରା।

ଆଉ ଜଣେ ଶିଳ୍ପ ସଂସ୍ଥା କର୍ମଚାରୀ ଲକ୍ଷ୍ମୀକାନ୍ତ ମହାନ୍ତି କହିଛନ୍ତି, ‘‘ପୁଣି ଥରେ ରୋଜଗାରକୁ ନେଇ ଚିନ୍ତା ବଢ଼ୁଛି। କାରଣ କୋଭିଡ ଥମୁନାହିଁ। ତା’ ପରେ ପଣି ଆସିଛି ବନ୍ୟା ସ୍ଥିତି । କିଛି ଠିକ୍‌ ହେଉନାହିଁ ।’’

ଆକଳନ କରାଯାଉଥିଲା ଯେ ଅଗଷ୍ଟ ମାସରେ ରାଜ୍ୟରେ MSME କ୍ଷେତ୍ରରେ ସୁଧାର ଆସିବ । କିଛିଟା ଆସିଥିଲା ମଧ୍ୟ । ହେଲେ ଏହା ଭିତରେ ପୁଣି  ଲମ୍ବା ସମୟ ଧରି କୋଭିଡର ପ୍ରଭାବ ଓ ବର୍ଷା ବ୍ୟୁତ୍ପାତ କାରଣରୁ ଏବେ ସ୍ଥିତି ଖରାପ ହୋଇଛି ।

MSME କ୍ଷେତ୍ରରେ ରାଜ୍ୟରେ ପଞ୍ଜିକୃତ ମୋଟ ଶିଳ୍ପଦ୍ୟୋଗୀଙ୍କ ସଂଖ୍ୟା ପ୍ରାୟ ୧୫ ଲକ୍ଷରୁ ଅଧିକ। ଏମାନେ ବର୍ଷକୁ ପ୍ରାୟ ୪୫ ଲକ୍ଷ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାନ୍ତି। ଲକଡାଉନର ପ୍ରଭାବରେ ଏମାନେ ସଙ୍କଟରେ ଥିବା ଯୋଗୁଁ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ କର୍ମ ସଂସ୍ଥାନ ହରାଇଛନ୍ତି ।

ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

ଏହା ବି ପଢ଼ନ୍ତୁ କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ

‘‘ଏବେ ଅନେକ ପ୍ରତିକୁଳ ସ୍ଥିତିରେ ଏମାନେ ଆଗକୁ ବଢିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ଦରକାର ସରକାରୀ ସହଯୋଗ । ନହେଲେ ରାଜ୍ୟରେ ବେକାରୀ ସଂଖ୍ୟା ବଢ଼ିବ,’’ କହିଛନ୍ତି ୟୁସିସିଆଇ ଉପସଭାପତି ବ୍ରହ୍ମା ମିଶ୍ର।



ଶିଳ୍ପ ଏକ୍ସପର୍ଟ ଭବାନୀ ଶଙ୍କର ପାଣି କହିଛନ୍ତି, ‘‘ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାନ ଚାଲିଲେ ହିଁ MSME କ୍ଷେତ୍ରରେ ସୁଧାର ଆସିବ। ଏଥି ପାଇଁ ଆଉ କିଛି ମାସ ସମୟ ଦରକାର । ହୁଏତ ଡିସେମ୍ବର ହୋଇଯାଇପାରେ ।’’
Published by:Anand Shankar Thankur Das
First published: