ପ୍ରବାସୀ ଶ୍ରମିକମାନଙ୍କ ସମର୍ଥନରେ ଭୁବନେଶ୍ୱରରୁ କଟକ ଯାଏଁ ଲମ୍ବିଗଲା ପଦଯାତ୍ରା

ସାମାଜିକ ଅନୁଷ୍ଠାନ ଓ ସାଧାରଣ ନାଗରିକଙ୍କ ଏହି ପଦଯାତ୍ରାକୁ ନେଇ ରାଜନୀତି ଜୋର୍ ଧରିଛି । ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଏହି କାର୍ଯ୍ୟକ୍ରମକୁ ‘‘କୁମ୍ଭୀର କାନ୍ଦଣା’’ ବୋଲି କହିଛନ୍ତି ।

ଶୋଭାଯାତ୍ରାର ଏକ ଦୃଶ୍ୟ

ଶୋଭାଯାତ୍ରାର ଏକ ଦୃଶ୍ୟ

  • Share this:
News18 Odia Digital

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କୁ ସମ୍ମାନ ଜଣାଇ ଭୁବନେଶ୍ୱର ବାଣୀବିହାର ଛକ ଠାରୁ କଟକ ଲିଙ୍କ ରୋଡ଼ ପଯ୍ୟନ୍ତ ଏକ ପଦଯାତ୍ରା ଆୟୋଜିତ ହୋଇଛି । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଶ୍ରମିକ ଓ ବୁଦ୍ଧିଜୀବୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।

ଶ୍ରମଜୀବୀଙ୍କ ସମର୍ଥନରେ ସାମାଜିକ ଅନୁଷ୍ଠାନ ଓ ସାଧାରଣ ନାଗରିକ ଏକଜୁଟ ହୋଇଛନ୍ତି । ମୁଣ୍ଡ ଫଟା ଧୁ ଧୁ ଖରାରେ ହାତରେ ଖଣ୍ଡିଏ ପ୍ଲାକାର୍ଡ ଧରି ଆଗେଇ ଚାଲିଛନ୍ତି। ଆଉ ଏ ପ୍ଲାକାର୍ଡ ହିଁ ବୟାନ କରୁଛି ଶ୍ରମିକଙ୍କ ପ୍ରତି ଥିବା ଏମାନଙ୍କ ଭଲ ପାଇବା। ପ୍ରବାସୀ ଶ୍ରମିକଙ୍କୁ ସମର୍ଥନ ଦେବା ଏବଂ ଶ୍ରମିକଙ୍କ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ହତାଦର ଭାବକୁ ଲୋକ ଲୋକଲୋଚନକୁ ଆଣିବା ପାଇଁ ଏ ପଦଯାତ୍ରା ଆୟୋଜିତ ହୋଇଛି ।

ଭୁବନେଶ୍ୱର ବାଣୀବିହାର ଛକ ରୁ କଟକ ଲିଙ୍କ ରୋଡ଼ ପର୍ଯ୍ୟନ୍ତ ଯାଇଥିଲା ଏହି ପଦଯାତ୍ରା।ଭୋକ ଆଉ ଦାରିଦ୍ର୍ୟର କଷାଘାତ ଭିତରେ ସଙ୍ଘର୍ଷ କରୁଛି ପ୍ରବାସୀ ଶ୍ରମିକ। ତାକୁ ପଦରେ ଚାଲିବାକୁ ପଡୁଛି ତ କେତେବେଳେ ସାଇକଲରେ ହଜାର ହଜାର କିଲୋମିଟର ଯିବାକୁ ପଡୁଛି। କେତେବେଳେ ମାଲବାହୀ ଟ୍ରକ ଉପରେ ଯାଉଛନ୍ତି ପ୍ରବାସୀ ଶ୍ରମିକ। ଯେଉଁମାନେ ଦେଶ ନିର୍ମାଣ କରୁଛନ୍ତି ସେମାନଙ୍କ ପ୍ରତି ସରକାରଙ୍କ ଏହା ନିଷ୍ଠୁର ମନୋଭାବ ବୋଲି କହିଛନ୍ତି ପଦଯାତ୍ରାରେ ସାମିଲ ହୋଇ ଥିବା ଶ୍ରମଜୀବୀ ସମର୍ଥକମାନେ।

ରାଷ୍ଟିୟ ଯୁବା ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଡଃ ବିଶ୍ଵଜିତ କହିଛନ୍ତି: ‘‘ଭାରତ ବର୍ଷରେ ଲକଡ଼ାଉନରେ ଅଧିକ ହଇରାଣ ହୋଇଛନ୍ତି ଶ୍ରମଜୀବୀ । ପ୍ରତି ଦିନ ହଜାର ହଜାର ଶ୍ରମିକ ଗୋରୁଗାଈ ଭଳି ଯାଉଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର କେହି ସେଥି ପ୍ରତି ଦୁଷ୍ଟି ଦେଉନାହାନ୍ତି। ଶ୍ରମିକଙ୍କ ପାଇଁ ଖାଦ୍ୟ, ପାନୀୟ, ଚିକିତ୍ସା କିଛି ବି କରୁନାହାନ୍ତି ସରକାର । କେବଳ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି । ଯେଉଁମାନେ ଦେଶକୁ ନିର୍ମାଣ କରୁଛନ୍ତି ସେମାନଙ୍କୁ ସମ୍ମାନ ଜଣାଇ ଏ ପଦଯାତ୍ରା ଆୟୋଜିତ ।’’

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ଆବାହକ ଦେବ ରଂଜନ କହିଛନ୍ତି: ‘‘ଦୁଇ ମାସ ହେଲା ସରକାରଙ୍କୁ ଲିଖିତ ଆକାରରେ ଶ୍ରମିକ ରାସ୍ତାରେ ଚାଲୁଥିବା ଘଟଣା ସମ୍ପର୍କରେ ଦିଆ ଯାଇଛି । ସରକାର ଶୁଣୁନାହାନ୍ତି । ଶ୍ରମଜୀବୀ ରାସ୍ତାରେ ଚାଲୁଛି, ଏହା ହେଉଛି ଲଜ୍ଜା । କ୍ଷୁର୍ଣ୍ଣ ହେଉଛି ମୌଳିକ ଅଧିକାର । ଖାଇବାକୁ ନ ପାଇ ଶ୍ରମିକ ରାସ୍ତାରେ ମରିଯାଉଛି । ଏହି ଶ୍ରମିକ ସମାଜର ସମର୍ଥନରେ ସମସ୍ତେ ଏକାଠି ହୋଇଛୁ ।’’

ପଦଯାତ୍ରାକୁ ନେଇ ବି ଜୋର ଧରିଛି ରାଜନୀତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ପଦଯାତ୍ରାକୁ ଯଥାର୍ଥ ବୋଲି କହିବା ସହ କେନ୍ଦ୍ର ଓ ରାଜ୍ୟ ସରକାର ଗତ ୬୦ ଦିନ ଭିତରେ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି: ‘’୫୦ ଲକ୍ଷ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିସାରିଥିବା ବେଳେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଏମାନେ!’’

ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି: ‘‘ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି। ଆହୁରି ଆବଶ୍ୟକତା ରହିଛି। ଏଥି ପାଇଁ ପାଇଁ ପ୍ୟାକେଜ ଘୋଷଣା ହୋଇଛି।ସରକାର କରୁ ନାହାନ୍ତି କହିବା ଠିକ ନୁହେଁ ସରକାର କରୁଛନ୍ତି ।’’

ସରକାର ଶ୍ରମିକଙ୍କ ପାଇଁ ବହୁ ବ୍ୟବସ୍ଥା କରୁଥିବା କହୁଥିବା ବେଳେ ବାସ୍ତବରେ  ଶ୍ରମିକଙ୍କୁ କାହିଁକି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

ଏହା ବି ପଢ଼ନ୍ତୁ: 

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published:
)}