ଏକାସାଙ୍ଗରେ ମଙ୍କିପକ୍ସ, କରୋନା ଓ ଏଚ୍ଆଇଭିରେ ଆକ୍ରାନ୍ତ ହେଲେ ଜଣେ ବ୍ୟକ୍ତି

ଇଟାଲୀର ଜଣେ ୩୬ ବର୍ଷୀୟ ବ୍ୟକ୍ତି ଏକାସାଙ୍ଗରେ ମଙ୍କିପକ୍ସ, କରୋନା ଓ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମିତି ଘଟଣା ପ୍ରଥମ ଥର ଦେଖିବାକୁ ମିଳୁଛି।

 ଏକାସାଙ୍ଗରେ ମଙ୍କିପକ୍ସ,କୋଭିଡି -୧୯ ଓ ଏଚ୍ଆଇଭିରେ ଆକ୍ରାନ୍ତ ହେଲେ ଜଣେ ବ୍ୟକ୍ତି

ଏକାସାଙ୍ଗରେ ମଙ୍କିପକ୍ସ,କୋଭିଡି -୧୯ ଓ ଏଚ୍ଆଇଭିରେ ଆକ୍ରାନ୍ତ ହେଲେ ଜଣେ ବ୍ୟକ୍ତି

  • Share this:
News 18 Odia Digital

ଇଟାଲୀ: ଇଟାଲୀର ଜଣେ ୩୬ ବର୍ଷୀୟ ବ୍ୟକ୍ତି ଏକାସାଙ୍ଗରେ ମଙ୍କିପକ୍ସ, କରୋନା ଓ ଏଚଆଇଭିରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଭଳି ଘଟଣା ପ୍ରଥମ ଥର ଦେଖିବାକୁ ମିଳୁଛି। ପରୀକ୍ଷା କରୁଥିବା ଵୈଜ୍ଞାନିକମାନେ କହିଛନ୍ତି ଯେ ଏଭଳି ଭାଇରସ୍ ଏକାସାଙ୍ଗରେ ବାହାରିବା ଏହା ହେଉଛି ପ୍ରଥମ ଘଟଣା। ଏହି ବ୍ୟକ୍ତିଙ୍କ ମୁହଁରେ ଓ ଶରୀରରେ ଅନ୍ୟାନ୍ୟ ଅଂଶରେ ଚର୍ମରୋଗ ହୋଇଥିଲେ, ପରେ ଫୋଟକା ସୃଷ୍ଟି ହୋଇଥିଲା।

ବ୍ୟକ୍ତି ଜଣକ ନିକଟରେ ସ୍ପେନ ଗସ୍ତରୁ ଫେରିବାର ନଅ ଦିନ ପରେ ଥକାପଣ, ଜ୍ୱର ଓ ଗଳା ଯନ୍ତ୍ରଣା ଭଳି ଅନେକ ଲକ୍ଷଣ ତାଙ୍କ ଶରୀରରେ ଦେଖିବାକୁ ମିଳିଥିଲା ।

ବ୍ୟକ୍ତି ଜଣକ ଜୁନ ୧୬ ରୁ ୨୦ ପର୍ଯ୍ୟନ୍ତ ସ୍ପେନରେ ପାଞ୍ଚ ଦିନ ବିତାଇଥିଲେ, ଯେଉଁଥିରେ ସେ ଅସୁରକ୍ଷିତ ଭାବରେ ଯୌନ ସମ୍ପର୍କ ରଖିଥିବାର ସ୍ୱୀକାର ମଧ୍ୟ କରିଛନ୍ତି। ଜୁଲାଇ ୨ରେ, ବ୍ୟକ୍ତି ଜଣକ କୋଭିଡ ସଂକ୍ରମିତ ହୋଇଥିଲେ।

ସେହି ଦିନ ଅପରାହ୍ନରେ ତାଙ୍କ ବାମ ହାତରେ ଏକ ଦାଗ ସୃଷ୍ଟି ହେବାକୁ ଲାଗିଲା। ପରଦିନ ଛୋଟ ଛୋଟ, ଯନ୍ତ୍ରଣାଦାୟକ ଫୋଟକା ତାଙ୍କ ତଣ୍ଟି, ତଳ ଅଙ୍ଗ, ମୁହଁ ଓ ପେଟ ଉପରେ ଦେଖା ଦେଇଥିଲା।
Published by:Sujit Swain
First published: