ରାଜ୍ୟରେ ଆହୁରି ୯୬ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୧,୮୧୯ ହେଲା

Odisha Coronavirus Update | ଏହି ନୂଆ ୯୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାରେ ସର୍ବାଧିକ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସମସ୍ତ ୯୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆହୁରି ୯୬ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୧,୮୧୯ ହେଲା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ୧୮ଟି ଜିଲ୍ଲାରୁ ଆଉ ୯୬ ଜଣ କରୋନା ଭାଇରସ୍‌ ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୮୧୯କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୩୩ ଜଣ ଆକ୍ଟିଭ ଥିବା ବେଳେ ସୁସ୍ଥ ହୋଇ ଫେରିଛନ୍ତି ୯୭୭ ଜଣ । ରାଜ୍ୟରେ କରୋନା ଯୋଗୁଁ ଏ ପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି ।

ଆଜିର ନୂଆ ୯୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାରେ ସର୍ବାଧିକ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମ, ଯାଜପୁର, କଟକ ଓ ଜଗତସିଂହପୁର ଜିଲ୍ଲାରେ ୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୯ ଜଣ ପଜିଟିଭ ବାହାରିଥିବା ବେଳେ ଭଦ୍ରକ ଓ ସୁନ୍ଦରଗଡ଼ରୁ ୭, ନୂଆପଡ଼ା, ଦେବଗଡ଼ ଓ ବାଲେଶ୍ବରରୁ ୪ ଜଣ ଲେଖାଏଁ ସଂକ୍ରମିତ ବାହାରିଛନ୍ତି ।

କଳାହାଣ୍ଡିରେ ୫ ଜଣ ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରୁ ଆଉ ଦୁଇ ଜଣ କରୋନା ପଜିଟିଭ ବାହାରିଥିବା ଜଣାପଡ଼ିଛି । କେନ୍ଦୁଝର, ନୟାଗଡ଼ ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ୯୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ରାଜ୍ୟର କରୋନା ସଂକ୍ରମଣ ସ୍ଥିତିର ତାଜା ମ୍ୟାପ୍


ବ୍ରହ୍ମପୁର ସିଟି ହସପିଟାଲର କରୋନା ୱାର୍ଡରେ କାର୍ଯ୍ୟରତ ଥିବା ଡାକ୍ତର ଓ ନର୍ସମାନେ ଆନ୍ଦୋଳନ ଆରମ୍ଭ କରିଥିବାରୁ ସେଠାରେ ସ୍ଥିତି ଚିନ୍ତାଜନକ ରହଛି । ବିଭିନ୍ନ ଦାବି ନେଇ ଡାକ୍ତର ଓ ନର୍ସମାନେ କରୋନା ୱାର୍ଡ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ସେମାନେ କରୋନା ୱାର୍ଡରେ କାର୍ଯ୍ୟରତ ଥିବା ଡାକ୍ତରଙ୍କୁ ସୁରକ୍ଷା ଦିଆଯାଉନଥିବା ଅଭିଯୋଗ କରିଛନ୍ତି। ସବୁ ଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ କରୋନା ୱାର୍ଡରେ ସାଧାରଣ ଲୋକଙ୍କୁ ଚିକିତ୍ସା କରାଯାଉଥିବା ଅଭିଯୋଗ କରିଛନ୍ତି ଡାକ୍ତରମାନେ । ଦୀର୍ଘ ସମୟ ଧରି କାର୍ଯ୍ୟବନ୍ଦ ସହ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର ଓ ନର୍ସମାନେ । ତେବେ ସେମାନଙ୍କୁ ବୁଝାଇ ସୁଝାଇଏହି ଆନ୍ଦୋଳନକୁ ପ୍ରତ୍ୟାହାର କରିବାକୁ ପ୍ରଶାସନ ଉଦ୍ୟମ କରୁଛି ।

ଦେଶରେ ଗୋଟିଏ ଦିନରେ ରେକର୍ଡ ମୃତ୍ୟୁ, ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ

ଭାରତରେ ଗତ ୪ ଘଣ୍ଟା ଭିତରେ ୨୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହା ଏ ପର୍ଯ୍ୟନ୍ତ ସର୍ବାଧିକ । ଏଥି ସହିତ ଦେଶରେ କରୋନା ମୃତ୍ୟୁସଂଖ୍ୟା ୪,୯୭୧ରେ ପହଞ୍ଚିଛି । ସେହି ପରି ସର୍ବାଧିକ ୭,୯୬୪ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୬୩ରେ ପହଞ୍ଚିଛି ।

ଦେଶରେ ଏ ପର୍ଯ୍ୟନ୍ତ ୮୨,୩୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ୮୬,୪୨୨ ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ସର୍ବାଧିକ ୨,୦୯୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨,୬୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁଜରାଟରେ ୯୮୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମଧ୍ୟ ପ୍ରଦେଶରେ ୩୩୪, ଦିଲ୍ଲୀରେ ୩୯୮ ଓ ପଶ୍ଚିମ ବଙ୍ଗରେ ୩୦୨ ଜଣ ପ୍ରାଣ ହରାଇଛନ୍ତି । ଏ ପର୍ଯ୍ୟନ୍ତ କରୋନା ମହାମାରୀରେ ଉତ୍ତର ପ୍ରଦେଶରେ ୧୯୮, ରାଜସ୍ଥାନରେ ୧୮୪ ଓ ତାମିଲ ନାଡୁରେ ୧୫୪ ଜଣ ପ୍ରାଣ ହରାଇଛନ୍ତି ।

ଏହା ବି ପଢ଼ନ୍ତୁ: 

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 30, 2020, 2:17 PM IST
corona virus btn
corona virus btn
Loading