ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ନିୟୋଜିତ ୯ ଜଣ ପୋଲିସ କର୍ମୀ କରୋନା ପଜିଟିଭ୍ ହେଲେ

Lalu Prasad Yadav's 9 security guards Corona Positive | ବିହାରର ଚାରା ଘୋଟାଲାରେ ଆଜୀବନ କାରାଦଣ୍ଡ ସଜା ପାଇଥିବା ବିହାରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଲାଲୁ ଯାଦବ ରାଞ୍ଚିରେ ଏକ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଠାରେ ଥଣ୍ଡା, କାଶ କିମ୍ବା ଭାଇରାଲ ସଂକ୍ରମଣର ଲକ୍ଷଣ ନାହିଁ ।

ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ନିୟୋଜିତ ୯ ଜଣ ପୋଲିସ କର୍ମୀ କରୋନା ପଜିଟିଭ୍ ହେଲେ
ଲାଲୁ ପ୍ରସାଦ ଯାଦବ (ଫାଇଲ୍‌ ଫଟୋ)
  • News18 Odia
  • Last Updated: August 20, 2020, 11:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia digital

ରାଞ୍ଚି: ଆରଜେଡି (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ସୁରକ୍ଷା ଦାୟିତ୍ୱରେ ଥିବା ନଅ ଜଣ ପୋଲିସ କର୍ମୀ କରୋନା ପଜିଟିଭ୍ (Corona positive) ହୋଇଛନ୍ତି । ବର୍ତ୍ତମାନ ଲାଲୁ ଯାଦବଙ୍କୁ ଝାଡ଼ଖଣ୍ଡ (Jharkhand) ରାଜଧୀନା ରାଞ୍ଚିର RIMS ହସପିଟାଲର ନିର୍ଦ୍ଦେଶକଙ୍କ ଖାଲି ପଡ଼ିଥିବା ବଙ୍ଗଳାରେ ରଖାଯାଇଛି ।

ବିହାରର ଚାରା ଘୋଟାଲାରେ (Bihar fodder scam) ଆଜୀବନ କାରାଦଣ୍ଡ ସଜା ପାଇଥିବା ବିହାରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଲାଲୁ ଯାଦବ ରାଞ୍ଚିରେ ଏକ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେ ପ୍ରଥମେ ଏହି ହସପିଟାଲର ପେମେଣ୍ଟ ୱାର୍ଡ଼ରେ ଥିଲେ । ତାଙ୍କ ତଳ ମହଲାରେ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀମାନେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ସେହି ସମୟରେ ଲାଲୁ ଯାଦବଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ପେମେଣ୍ଟ ୱାର୍ଡର ପ୍ରଥମ ମହଲା ବ୍ୟତୀତ ଅନ୍ୟ ମହଲାଗୁଡ଼ିକୁ କୋଭିଡ-୧୯ କେନ୍ଦ୍ର କରାଯାଇଥିଲା।

ଏହା ପରେ ଲାଲୁଙ୍କର ତିନି ସେବକ ମହମ୍ମଦ ଅସଗର, ଲକ୍ଷ୍ମଣ ଓ ଇରଫାନ୍ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଥିଲା । ଏହା ପରେ ପ୍ରଶାସନ ଓ ଝାଡ଼ଖଣ୍ଡ ସରକାର ଏକ ବଡ ନିଷ୍ପତ୍ତି ନେଇ ଲାଲୁ ପ୍ରସାଦଙ୍କୁ RIMS ହସପିଟାଲର ନିର୍ଦ୍ଦେଶକଙ୍କ ଖାଲି ବଙ୍ଗଳାକୁ ସ୍ଥାନାନ୍ତର କରିଥିଲେ। ବର୍ତ୍ତମାନ ସଦ୍ୟତମ ପରିସ୍ଥିତି ହେଉଛି ଏହା ଯେ ସେଠାରେ ନଅ ଜଣ ସୁରକ୍ଷା କର୍ମୀଙ୍କ ମଧ୍ୟରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି ।

ଲାଲୁ ପ୍ରସାଦଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଏହି ନଅ ଜଣ ପୋଲିସ କର୍ମୀ କରୋନା ପଜିଟିଭ୍‌ ହୋଇଥିବାରୁ ଯଦିଓ ଚିନ୍ତା ବଢ଼ିଛି, ହେଲେ ସଂକ୍ରମିତ ହୋଇଥିବା ସବୁ ପୋଲିସ କର୍ମୀ ସେହି ବଙ୍ଗଳାର ବାହ୍ୟ ପୋଷ୍ଟରେ ନିୟୋଜିତ ଥିଲେ । ସେମାନଙ୍କ ସହ ଲାଲୁ ପ୍ରସାଦଙ୍କ ପ୍ରତ୍ୟକ୍ଷ ସମ୍ପର୍କ ନ ଥିଲା ବୋଲି କହିଛନ୍ତି ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଡାକ୍ତରଙ୍କ ଘରେ ସୋଫା ଭିତରେ ରହୁଥିଲା ସାପ! କ୍ଷତି କରିବା ଆଗରୁ ଧରା ପଡ଼ିଲା

ଏହା ବି ପଢ଼ନ୍ତୁ | ରାଜ୍ୟରେ ଏବେ କମିବ କରୋନା ମୃତ୍ୟୁ ହାର; ସରକାର ଆରମ୍ଭ କଲେ ସଘନ ମନିଟରିଂ

ଏହି ଆଶ୍ୱସ୍ତି ସତ୍ତ୍ୱେ ଯେହେତୁ ସଂକ୍ରମିତ ପୋଲିସ କର୍ମୀମାନେ ଲାଲୁ ପ୍ରସାଦଙ୍କ ସହ ଘନିଷ୍ଠ ସମ୍ପର୍କ ରଖୁ ନ ଥିଲେ ବି ପରସ୍ପର ସହ ସମ୍ପର୍କ ରଖୁଥିଲେ ଓ ସେମାନେ ତଳ ଓ ଉପର ମହଲାକୁ ଯିବା ଆସିବା କରୁଥିଲେ ସେଇଥି ପାଇଁ ଲାଲୁଙ୍କୁ ସେକେଣ୍ଡାରୀ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି କୁହାଯାଉଛି ।



ଲାଲୁଙ୍କର ଡାକ୍ତର କହୁଛନ୍ତି?

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଲାଲୁ ପ୍ରସାଦ ଯାଦବଙ୍କ ଚିକିତ୍ସା କରୁଥିବା ବରିଷ୍ଠ ଡାକ୍ତର ଡଃ ଉମେଶ ପ୍ରସାଦ କହିଛନ୍ତି ଯେ ତାଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ପୋଲିସ କର୍ମୀଙ୍କ କରୋନା ପଜିଟିଭ୍‌ ହେବା ଯୋଗୁଁ ଚିନ୍ତା ବଢ଼ିଛି, ହେଲେ ଏବେ ଲାଲୁ ପ୍ରସାଦଙ୍କ ଠାରେ ଥଣ୍ଡା, କାଶ କିମ୍ବା ଭାଇରାଲ ସଂକ୍ରମଣର କୌଣସି ଲକ୍ଷଣ ନାହିଁ । ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି । ତଥାପି ଡାକ୍ତରଙ୍କ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।
Published by: Anand Shankar Thankur Das
First published: August 20, 2020, 11:46 PM IST
corona virus btn
corona virus btn
Loading