ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କରୋନା; ଆହୁରି ୩,୨୬୭ ନୂଆ ପଜି଼ଟିଭ୍ ଚିହ୍ନଟ ହେଲେ

ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୭୮କୁ ବୃଦ୍ଧି ପାଇଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୮୭,୩୫୧ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ଏବେ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮,୭୪୩ ରହିଛି ।

ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କରୋନା; ଆହୁରି ୩,୨୬୭ ନୂଆ ପଜି଼ଟିଭ୍ ଚିହ୍ନଟ ହେଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 4, 2020, 2:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କରୋନା ଭାଇରସ । ଏଥି ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୩୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୩,୨୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନଅ ଜଣ ମୃତକଙ୍କ ମଧ୍ୟରୁ ବଲାଙ୍ଗିର, କଟକ ଓ ଖୋର୍ଦ୍ଧାରୁ ଦୁଇ ଜଣ ଲେଖାଏଁ ଅଛନ୍ତି । ଗଞ୍ଜାମରୁ ଦୁଇ ଜଣ ଓ ରାୟଗଡ଼ାରୁ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ବଢ଼ି ୧୯୯ରେ ପହଞ୍ଚିଛି । ଖୋର୍ଦ୍ଧା ଜିଲ୍ଲାର ୨ ମୃତକଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ବରର ଜଣେ ୯୦ ବର୍ଷୀୟ ପୁରୁଷ ଓ ଖୋର୍ଦ୍ଧା ଜିଲ୍ଲାର ଜଣେ ୬୭ ବର୍ଷୀୟ ପୁରୁଷ । କଟକରେ ଜଣେ ୫୦ ବର୍ଷୀୟ ପୁରୁଷ ଓ ଜଣେ ୬୭ ବର୍ଷୀୟା ମହିଳାଙ୍କ ପ୍ରାଣ ଯାଇଛି ।

ଗଞ୍ଜାମରେ ୭୦ ଓ ୫୦ ବର୍ଷ ବୟସ୍କ ଦୁଇ ଜଣ ପୁରୁଷ ପ୍ରାଣ ହରାଇଛନ୍ତି । ରାୟଗଡ଼ାରେ ଜଣେ ୫୨ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀରର ୧୮ ଓ ୭୫ ବର୍ଷ ବୟସ୍କ ଦୁଇ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଛି । ସବୁ ମୃତକ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଥିଲେ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ୩,୨୬୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧,୯୬୧ ଜଣ ମିଳିଛନ୍ତି ଓ ବାକି ୧,୩୦୬ ଜଣ ସ୍ଥାନୀୟ ବାସିନ୍ଦା । ଏହି ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୫୯ ଜଣ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମରେ ୧୦୦ ତଳକୁ ଖସିଛି ଆକ୍ରାନ୍ତ ସଂଖ୍ୟା । ଗଞ୍ଜାମରେ ଆଜି ୯୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଅନୁଗୁଳରୁ ୬୦, ବାଲେଶ୍ବରରୁ ୯, ବରଗଡ଼ରୁ ୧୨୦, ଭଦ୍ରକରୁ ୧୩୮, ବଲାଙ୍ଗିରରୁ ୪୩, ବୌଦ୍ଧରୁ ୪୪, କଟକରୁ ୩୮୪, ଦେବଗଡ଼ରୁ ୨୩, ଢେଙ୍କନାଳରୁ ୧୮, ଗଜପତିରୁ ୧୮, ଜଗତସିଂହପୁରରୁ ୬୬, ଯାଜପୁରରୁ ୨୩, ଝାରସୁଗୁଡ଼ାରୁ ୩୭, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୨୭, କେନ୍ଦ୍ରାପଡ଼ାରୁ ୫୧, କେନ୍ଦୁଝରରୁ ୧୦୭, କୋରାପୁଟରୁ ୮୩, ମାଲକାନଗିରିରୁ ୧୭ ଓ ମୟୂରଭଞ୍ଜରୁ ୧୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ୮୫, ନୟାଗଡ଼ରୁ ୭୦, ନୂଆପଡ଼ାରୁ ୪୦, ପୁରୀରୁ ୨୩୫, ରାୟଗଡ଼ାରୁ ୧୬୯, ସମ୍ବଲପୁରରୁ ୮୦, ସୋନପୁରରୁ ୬୬ ଓ ସୁନ୍ଦରଗଡ଼ରୁ ୧୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୭୮କୁ ବୃଦ୍ଧି ପାଇଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୮୭,୩୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏବେ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭୪୩ ରହିଛି ।

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ଦେଶରେ ଲଗାତର ଦ୍ବିତୀୟ ଦିନ ପାଇଁ ୮୩ ହଜାରରୁ ଅଧିକ ପଜିଟିଭ ଚିହ୍ନଟ  ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୮୩,୩୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୦୯୬ ଜଣ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ଡେଇଁଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ୬୮,୪୭୨ରେ ପହଞ୍ଚିଛି ।



ଦେଶରେ ଏବେ ମୋଟ ପଜିଟିଭ ସଂଖ୍ୟାର ୨୧ ପ୍ରତିଶତ ଆକ୍ଟିଭ କେସ୍‌ ରହିଥିବା ବେଳେ ମୃତ୍ୟୁ ହାର ୧ ଦଶମିକ ୭ ପ୍ରତିଶତ ରହିଛି । ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରୁ ଲଗାତର ଅଧିକ ପଜିଟିଭ ବାହାରୁଛନ୍ତି । ଗତ ଦିନକରେ ମହାରାଷ୍ଟ୍ରରୁ ୧୮,୦୦୦ ଓ ଆନ୍ଧ୍ରରୁ ୧୦,୦୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Published by: Anand Shankar Thankur Das
First published: September 4, 2020, 2:22 PM IST
corona virus btn
corona virus btn
Loading