ରାଜ୍ୟରେ ଆଉ ୯ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଜଗତସିଂହପୁର ଜିଲ୍ଲାକୁ ପଶିଲା କରୋନା

ଜଗତସିଂହପୁର ଜିଲ୍ଲାର ଚାରି ଜଣ ଆକ୍ରାନ୍ତଙ୍କ ଭିତରୁ ତିନି ଜଣ ଗୋଟିଏ ପରିବାରର । ସବୁ ଚାରି ଜଣ ଯାକ ଆକ୍ରାନ୍ତ ସୁରତ ଫେରନ୍ତା । ସେମାନଙ୍କ ବୟସ ୨୬ରୁ ୪୭ ବର୍ଷ ଓ ସେମାନେ ସମସ୍ତେ ପୁରୁଷ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜ୍ୟରେ ୯ କରୋନା ଭାଇରସ୍‌ ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଲା ପ୍ରଥମ ଥର ପାଇଁ ଜଗତସିଂହପୁର ଜିଲ୍ଲାକୁ ପ୍ରବେଶ କରିଛି ମହାମାରୀ କରୋନା ଭୂତାଣୁ । ପ୍ରଥମ ଥର ପାଇଁ ଜିଲ୍ଲାରୁ ୪ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।

ଜଗତସିଂହପୁରର ଚାରି ଜଣ ଆକ୍ରାନ୍ତଙ୍କ ଭିତରୁ ତିନି ଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ସମସ୍ତ ଚାରି ଜଣ ଯାକ ଆକ୍ରାନ୍ତ ସୁରତ ଫେରନ୍ତା । ସେମାନଙ୍କ ବୟସ ୨୬, ୩୨, ୩୦ ଓ ୪୭ ବର୍ଷ ଓ ସେମାନେ ସମସ୍ତେ ପୁରୁଷ । ରାଜ୍ୟର ୧୭ତମ ଜିଲ୍ଲା ଭାବେ ଜଗତସିଂହପୁରରେ ପ୍ରବେଶ କରିଛି କିଲର୍‌ କରୋନା ।

କେନ୍ଦ୍ରାପଡ଼ା ଜିଲ୍ଲାରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୬୦ ବର୍ଷୀୟ କରୋନା ଆକ୍ରାନ୍ତ ଜଣେ କୋଲକାତା ଫେରନ୍ତା ବ୍ୟକ୍ତି ବୋଲି ଜଣାପଡ଼ିଛି ।

ଆଜି ପୂର୍ବରୁ ବାଲେଶ୍ବର ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ଜଣେ ଓ ଯାଜପୁର ଜିଲ୍ଲାରୁ ଦୁଇ ଜଣ ଚିହ୍ନଟ ହୋଇଥିଲେ । ଏ ସବୁକୁ ମିଶାଇ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧୨୨ ଜଣେ ଚିକିତ୍ସିତ ହେଉଥିବା ବେଳେ ୬୧ ଜଣ ସୁସ୍ଥ ହୋଇଛନ୍ତି ଓ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ଭୁବନେଶ୍ୱରରେ ଏକ କୋଭିଡ ହସପିଟାଲରେ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ରାଜ୍ୟରେ ଏ ଯାଏଁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୫, ଖୋର୍ଦ୍ଧାରୁ ୪୭, ବାଲେଶ୍ବରରୁ ୨୫, ଭଦ୍ରକରେ ୨୧, ସୁନ୍ଦରଗଡ଼ରେ ୧୨, ଗଞ୍ଜାମରେ ୪, ଜଗତସିଂହପୁରରେ ୪, ବଲାଙ୍ଗିରରେ ୨, ଝାରସୁଗୁଡ଼ାରେ ୨, କେନ୍ଦୁଝରରେ ୨, କଟକରେ ୨, କେନ୍ଦ୍ରାପଡ଼ାରେ ୩, କଳାହାଣ୍ଡିରେ ୨, କୋରାପୁଟରେ ୧, ଦେବଗଡ଼ରେ ୧, ଢେଙ୍କାନାଳରେ ୧ ଓ ପୁରୀରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
First published: