News18 Survey: ଓଡ଼ିଶାର ୮୯% ଲୋକ ଅପରିଚିତଙ୍କ ସହ ହାତ ମିଳାଇବାକୁ ଚାହୁଁନାହାଁନ୍ତି

#Network18PublicSentiMeter | ଏହି ସର୍ଭେରେ ଓଡ଼ିଶାର ସାଧାରଣ ଲୋକଙ୍କୁ ପଚରାଯାଇଥିବା ଅନେକ ପ୍ରଶ୍ନ ମଧ୍ୟରେ ଗୋଟିଏ ଥିଲା: ‘‘ଆପଣ କୌଣସି ଅପରିଚିତ ବ୍ୟକ୍ତିଙ୍କ ସହିତ ହାତ ମିଳାଇବେ କି?’’

News18 Survey: ଓଡ଼ିଶାର ୮୯% ଲୋକ ଅପରିଚିତଙ୍କ ସହ ହାତ ମିଳାଇବାକୁ ଚାହୁଁନାହାଁନ୍ତି
କରୋନା ସଂକ୍ରମଣ ପରେ ହାତ ମିଳେଇବା ଖୁବ୍ କମିଯାଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

#ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣର ପରବର୍ତ୍ତୀ ଜୀବନ କେମିତି ହେବାକୁ ଯାଉଛି? ‌ ଲକଡାଉନ୍ ପୂରା ଉଠିଗଲେ ବି ଜୀବନ ସାଧାରଣ ଜୀବନ କଣ ପୂର୍ବ ଭଳି ସମାନ ହେବ? ନା ଅନେକ କଥା ବଦଳିଯିବ? ଆମକୁ ନିଜର ଦୈନନ୍ଦିନ ଅଭ୍ୟାସ ବଦଳାଇବାକୁ ପଡିବ କି? ସାଧାରଣ ଲୋକେ ଏ ବିଷୟରେ କ’ଣ ଭାବନ୍ତି? News18 ନିକଟରେ ଲକଡାଉନ୍ ପରେ ଓଡ଼ିଶାରେ ଓ ପୂରା ଦେଶରେ ସାଧାରଣ ଜନଜୀବନ ଉପରେ ଏକ ସର୍ଭେ କରିଥିଲା । ସେହି ସର୍ଭେରେ ସାଧାରଣ ଲୋକଙ୍କ ମତାମତ ଆସିଛି ।

ସାଧାରଣ ଲୋକଙ୍କୁ ପଚରାଯାଇଥିବା ଅନେକ ପ୍ରଶ୍ନ ମଧ୍ୟରେ ଗୋଟିଏ ଥିଲା ‘‘ଆପଣ ଆଉ ଅପରିଚିତ ବ୍ୟକ୍ତିଙ୍କ ସହିତ ହାତ ମିଳାଇବେ କି?’’ ଅର୍ଥାତ ଆପଣ ହ୍ୟାଣ୍ଡ୍‌ ସେକ୍‌ କରି ଅନ୍ୟମାନଙ୍କୁ ଅଭିବାଦନ କରିବେ କି ନାହିଁ? ଏହି ସର୍ଭେରେ ୮୯ ପ୍ରତିଶତ ଓଡ଼ିଆଭାଷୀ ଲୋକେ କହିଛନ୍ତି ଯେ ସେମାନେ ଏଣିକି ସବୁବେଳେ ହ୍ୟାଣ୍ଡ ସେକ୍କୁ ଏଡ଼ାଇବେ । ମାତ୍ର ଦୁଇ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଅପରିଚିତ ବ୍ୟକ୍ତିଙ୍କ ସହ ହାତ ମିଳାଇବେ । ଆଉ ୯ ପ୍ରତିଶତ ଲୋକ କହିଛନ୍ତି ସେମାନେ କଣ କରିବେ ତାହା ଏ ପର୍ଯ୍ୟନ୍ତ ସ୍ଥିର କରିନାହାଁନ୍ତି ।



ଏହି ସର୍ବେକ୍ଷଣର ଫଳାଫଳ ସମଗ୍ର ଦେଶରେ କିଛି ମାତ୍ରାରେ ସମାନ । ସମଗ୍ର ଦେଶରେ ୭୪ ପ୍ରତିଶତ ଲୋକ ହାତ ମିଳେଇବା ଅଭ୍ୟାସ ଛାଡ଼ିଦେବେ ବୋଲି କହିଛନ୍ତି । ୨୨ ପ୍ରତିଶତ ଲୋକ ଏ ବିଷୟରେ ନିଷ୍ପତ୍ତି ନେଇନାହାଁନ୍ତି । ମାତ୍ର ୪ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ହାତ ମିଳାଇବେ ।

ଏହା ବି ପଢ଼ନ୍ତୁ: 

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 29, 2020, 9:59 PM IST
corona virus btn
corona virus btn
Loading