ଆଜି ଗୋଟେ ଦିନରେ ରାଜ୍ୟରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଏ ଯାଏଁ ମୋଟ ୬୨୪

ଗଞ୍ଜାମରେ ସର୍ବାଧିକ ୪୨, ଯାଜପୁରରେ ୧୭ ଓ କେନ୍ଦ୍ରାପଡ଼ାରେ ୧୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମର ଏହି ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ଓ ଯାଜପୁରର ଆକ୍ରାନ୍ତମାନେ ପଶ୍ଚିମ ବଙ୍ଗ ଫେରନ୍ତା ।

ଆଜି ଗୋଟେ ଦିନରେ ରାଜ୍ୟରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଏ ଯାଏଁ ମୋଟ ୬୨୪
ଗଞ୍ଜାମରେ ଜଣେ ପ୍ରବାସୀଙ୍କ ତାପମାତ୍ରା ମାପ କରୁଛନ୍ତି ଜଣେ ସ୍ୱାସ୍ଥ୍ୟ କର୍ମୀ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ସକାଳେ ୭୩ ଜଣ ଓ ମଧ୍ୟାନ୍ନରେ ୧୩ ଜଣ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୪କୁ ବୃଦ୍ଧି ପାଇଛି ।

ପରେ ଚିହ୍ନଟ ହୋଇଥିବା ୧୩ ଜଣ ଯାକ ଆକ୍ରାନ୍ତ କେନ୍ଦ୍ରାପଡ଼ା ଜିଲ୍ଲାର । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ । ଆକ୍ରାନ୍ତମାନେ ମହାକାଳପଡ଼ା, କେନ୍ଦ୍ରାପଡ଼ା ଓ ରାଜକନିକା ବ୍ଲକ୍‌ର ବାସିନ୍ଦା । ଏହି ୧୩ ଜଣଙ୍କୁ ମିଶାଇ କେନ୍ଦ୍ରାପଡ଼ାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହୋଇଛି ।

ସକାଳେ ଚିହ୍ନଟ ହୋଇଥିବା ୭୩ ଜଣ ନୂଆ ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୪୨ ଜଣ । ଗଞ୍ଜାମର ଏହି ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା । ସେମାନେ ସମସ୍ତେ କ୍ବାରେଣ୍ଟାଇନରେ ଥିଲେ । ତା’ ସହିତ ଯାଜପୁର ଜିଲ୍ଲାରୁ ୧୭ ଜଣ ଓ ଭଦ୍ରକ ଜିଲ୍ଲାରୁ ୯ ଜଣ ନୂଆ ସଂକ୍ରମିତ ବାହାରିଛନ୍ତି ।  ସୁନ୍ଦରଗଡ଼ରୁ ୨ ଓ ଖୋର୍ଦ୍ଧାରୁ ୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ର ୨ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତ ୭୧ ଜଣ ବାହାର ରାଜ୍ୟରୁ ଆସିଥିଲେ ।

ଗଞ୍ଜାମରେ ପ୍ରବାସୀ ଓଡ଼ିଆମାନେ ଟ୍ରେନରୁ ଓହ୍ଲେଇ ଚାଲିଛନ୍ତି ।


ଏବେ ରାଜ୍ୟରେ ୪୭୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଏ ପର୍ଯ୍ୟନ୍ତ ୧୪୩ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏ ଯାଏଁ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଟେଷ୍ଟ ହୋଇଛି ୪,୩୯୪ଟି ସାମ୍ପଲ । ଏ ଯାଏଁ ପରୀକ୍ଷା ହୋଇଥିବା ସମୁଦାୟ ୭୭,୧୫୦ଟି ସାମ୍ପଲ ମଧ୍ୟରୁ ୬୧୧ଟି ପଜିଟିଭ ବାହାରିଛି ।

ସକାଳେ ଚିହ୍ନଟ ହୋଇଥିବା ୭୩ ଜଣ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର । ଗଞ୍ଜାମର ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନରେ ଥିଲେ । ସେହିପରି ଭଦ୍ରକର ୯ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ୩ ଜଣ ପଶ୍ଚିମ ବଙ୍ଗ ଓ ଜଣେ କର୍ଣ୍ଣାଟକ ଫେରନ୍ତା ।

ଭଦ୍ରକର ସମସ୍ତ ୯ ଆକ୍ରାନ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ । ଭଦ୍ରକକୁ ବାଦ ଦେଲେ ଯାଜପୁରର ୧୭ ଆକ୍ରାନ୍ତ ପଶ୍ଚିମ ବଙ୍ଗ ଫେରନ୍ତା ଓ କ୍ବାରେଣ୍ଟାଇନରେ ଥିଲେ । ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିବା ୨ ଜଣ ଆକ୍ରାନ୍ତ କଣ୍ଟେନମେଣ୍ଟ ଅଞ୍ଚଳର ବୋଲି ଜଣାପଡିଛି । ଏହା ସହ ଖୋର୍ଦ୍ଧାର ୩ ଆକ୍ରାନ୍ତ ସୁରତ ଫେରନ୍ତା ଓ ସେମାନେ କ୍ବାରେଣ୍ଟାଇନରେ ଥିଲେ ବୋଲି ଜଣାପଡିଛି ।

ଏହା ବି ପଢ଼ନ୍ତୁ: ଚାକିରୀଜୀବୀ ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତି

ଏହା ବି ପଢ଼ନ୍ତୁ: ୩ଟି ଟ୍ରେନରେ ଭଦ୍ରକ ଫେରିଲେ ୧,୦୦୦ରୁ ଅଧିକ ପ୍ରବାସୀ; ଏବେ ଅଧିକାଂଶଙ୍କ ପକେଟ୍ ଖାଲି

ଏହା ବି ପଢ଼ନ୍ତୁ: ବଡ ନିଷ୍ପତ୍ତି: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ବସ୍ତୁ ବିକ୍ରି ହେବ
First published: May 14, 2020, 1:54 PM IST
corona virus btn
corona virus btn
Loading