ରାଜ୍ୟରେ ଆଉ ୮୬ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ସଂକ୍ରମିତ ୧,୧୮୯

ଆଜି ଚିହ୍ନଟ ହୋଇଥିବା ୮୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ କ୍ବାରେଣ୍ଟାଇନରେ ଥିବା ବେଳେ କଣ୍ଟେନମେଣ୍ଟ ଜୋନରୁ ଜଣେ ଓ ୫ ଜଣ ସ୍ଥାନୀୟ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ରାଜ୍ୟରେ ଆଉ ୮୬ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ସଂକ୍ରମିତ ୧,୧୮୯
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

#ଭୁବନେଶ୍ୱର: ରାଜ୍ୟରେ ଆହୁରି ୮୬ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତମାନଙ୍କୁ ମିଶାଇ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୮୯କୁ ବୃଦ୍ଧି ପାଇଛି । ଲଗାତର ପ୍ରତି ଦିନ ରାଜ୍ୟର ଲୋକେ ଏହି ବୈଶ୍ୱିକ ମହାମାରୀରେ ଆକ୍ରାନ୍ତ ହେଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି ।

ଆଜି ଯାଜପୁରରେ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ରେ ପହଞ୍ଚିଛି । ସେହି ପରି କଟକରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ ମୋଟ ସଂଖ୍ୟା ୫୬ରେ ପହଞ୍ଚିଛି । ଗଞ୍ଜାମରେ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଗଞ୍ଜାମରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୨୨ରେ ପହଞ୍ଚିଛି । ପୁରୀରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୪୮ରେ ପହଞ୍ଚିଛି ।

ଖୋର୍ଦ୍ଧାରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଖୋର୍ଦ୍ଧାରେ ଏବେ ମୋଟ ସଂଖ୍ୟା ୭୪ରେ ପହଞ୍ଚିଛି । ସେହି ପରି ବାଲେଶ୍ବରରେ ଆଜି ୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୧୨୫ରେ ପହଞ୍ଚିଛି । ଭଦ୍ରକରେ ମଧ୍ୟ ୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୯୮ରେ ପହଞ୍ଚିଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍


ଆଜି ଚିହ୍ନଟ ହୋଇଥିବା ୮୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ କ୍ବାରେଣ୍ଟାଇନରେ ଥିବା ବେଳେ କଣ୍ଟେନମେଣ୍ଟ ଜୋନରୁ ଜଣେ ଓ ୫ ଜଣ ସ୍ଥାନୀୟ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏବେ ରାଜ୍ୟରେ ୩୯୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୭୮୯ ଜଣଙ୍କର ଚାଲିଛି ଚିକିତ୍ସା । କରୋନାରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହେଲାଣି ।

ଦେଶରେ ଗତ ୨୪ ଘଣ୍ଟାରେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ବଢ଼ି ୩,୫୮୩ ହୋଇଛି । ଦିନକରେ ୧୪୮ ଜଣଙ୍କ ଜୀବନହାନୀ ହୋଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧ ଲକ୍ଷ ୧୮ ହଜାର ୪୪୭ । ଏ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ ୧,୪୫୪ ଜଣଙ୍କ ମୃତ୍ୟୁ ହୋଇଛି ।

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 22, 2020, 1:04 PM IST
corona virus btn
corona virus btn
Loading