୮୪ ଦିନ ପରେ ଆସିଲା ଦେଶରେ ୫୦ ହଜାରରୁ ବି କମ୍ ନୂଆ କରୋନା ମାମଲା: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ମନ୍ତ୍ରଣାଳୟ (Central Health Ministry) କହିଛି ଯେ ପ୍ରାୟ ୮୪ଦିନ ପରେ ଦେଶରେ ପ୍ରଥମ ଥର ପାଇଁ ୫୦ ହଜାରରୁ କମ୍ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତୀତ ମୃତ୍ୟୁ ହାର ଠାରୁ ଆରମ୍ଭ କରି ଆଇସିୟୁ ବେଡ୍ ପର୍ଯ୍ୟନ୍ତ ମନ୍ତ୍ରଣାଳୟ ବିସ୍ତୃତ ସୂଚନା ଦେଇଛି ।

୮୪ ଦିନ ପରେ ଆସିଲା ଦେଶରେ ୫୦ ହଜାରରୁ ବି କମ୍ ନୂଆ କରୋନା ମାମଲା: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନାର ସ୍ଥିତି ସମ୍ପର୍କରେ ବିସ୍ତୃତ ସୂଚନା ଦେଲା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 20, 2020, 6:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Central Health Ministry) ମଙ୍ଗଳବାର ଦିନ ଦେଶରେ କୋଭିଡ -୧୯ ର ସ୍ଥିତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛି । ମନ୍ତ୍ରଣାଳୟ କହିଛି ଯେ ପ୍ରାୟ 84 ଦିନ ପରେ ଦେଶରେ ପ୍ରଥମ ଥର ପାଇଁ ୫୦ ହଜାରରୁ କମ୍ କରୋନା ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ ଏହା ମଧ୍ୟ କହିଛନ୍ତି ଯେ ଏହି ସମୟରେ ବିଶ୍ବରେ ସବୁଠୁ ଅଧିକ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟକ ଭାରତରେ ଅଛନ୍ତି । ଆହୁରି ମଧ୍ୟ ଅଧିକ ଟେଷ୍ଟିଙ୍ଗ କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଏହା ବ୍ୟତୀତ ମୃତ୍ୟୁ ହାରଠୁ (Death Rate) ନେଇ ଆଇସିୟୁ ବେଡ୍ (ICU Bed) ପର୍ଯ୍ୟନ୍ତ ମନ୍ତ୍ରଣାଳୟ ବିସ୍ତୃତ ଭାବେ ସୂଚନା ଦେଇଛି ।

ବର୍ତ୍ତମାନ ଦେଶରେ ମୃତ୍ୟୁ ହାର ୧.୫୨ ପ୍ରତିଶତ ରହିଛି
ମନ୍ତ୍ରଣାଳୟ କହିଛି -୧୯ ଅକ୍ଟୋବର ସ୍ଥିତି ଅନୁସାରେ ଦେଶରେ ଅକ୍ସିଜେନ ବେଡ୍ ୨,୬୫,୦୪୬ ଉପଲବ୍ଧ ଥିବାବେଳେ ୭,୭୧,୩୬ ଆଇସିୟୁ ବେଡ୍ ଓ ୩୯,୫୨୭ ଭେଣ୍ଟିଲେଟର ବେଡ୍ ଉପଲବ୍ଧ ଅଛି । ଭାରତରେ ଗତ ସାତ ଦିନ ମଧ୍ୟରେ ୧୦ ଲକ୍ଷ ଜନସଂଖ୍ୟାରେ କୋଭିଡ -୧୯ ମାମଲା ସଂଖ୍ୟା ୩୧୦ ଥିବାବେଳେ ବିଶ୍ୱର ହାରାହାରି ୩୧୫ ରହିଛି । କୋଭିଡ -୧୯ ମୃତ୍ୟୁ ହାର ୧ ସେପ୍ଟେମ୍ବର ଥିବା ୧.୭୭ ପ୍ରତିଶତରୁ ବର୍ତ୍ତମାନ ୧.୫୨ ପ୍ରତିଶତକୁ ଖସି ଆସିଛି ।





୫ ଟି ରାଜ୍ୟରେ ଦେଶରେ ୬୪ ପ୍ରତିଶତ କରୋନା ମାମଲା
ମନ୍ତ୍ରଣାଳୟ କହିଛି - ଏପର୍ଯ୍ୟନ୍ତ ୯.୬ କୋଟି କୋଭିଡ -୧୯ ପରୀକ୍ଷା କରାଯାଇଛି । ମୋଟ ଉପରେ ସାପ୍ତାହିକ, ଦୈନିକ ସଂକ୍ରମଣ ହାର ଯଥାକ୍ରମେ ୭.୯ ପ୍ରତିଶତ, ଛଅ ପ୍ରତିଶତ, ୪.୫ ପ୍ରତିଶତ ଅଟେ । ମୋଟ ଅଣ୍ଡର-ଟ୍ରାଏଲ ମାମଲା ମଧ୍ୟରୁ ୬୪ ପ୍ରତିଶତ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗରେ ଅଛି ।

ବୃଦ୍ଧି ହେଲା ଅମ୍ଳଜାନ ଉତ୍ପାଦନ କ୍ଷମତା
ଅମ୍ଳଜାନ ଉତ୍ପାଦନ କ୍ଷମତା ଏପ୍ରିଲରେ ୫,୯୧୩ ମାଟ୍ରିକ ଟନରୁ ସେପ୍ଟେମ୍ବରରେ ୬,୮୬୨ ମାଟ୍ରିକ ଟନକୁ ବୃଦ୍ଧି ହୋଇଛି । ଅକ୍ଟୋବର ଶେଷ ସୁଦ୍ଧା ଏହା ଆହୁରି ବୃଦ୍ଧି ପାଇବ ଓ ୭,୧୯୧ ମାଟ୍ରିକ ଟନ ହୋଇଯିବ ।
Published by: Jagdish Barik
First published: October 20, 2020, 6:12 PM IST
corona virus btn
corona virus btn
Loading