News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆହୁରି ୧୫ ଜଣ ନୂଆ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ପ୍ରଥମ କରି ରାଜ୍ୟର କରୋନା ମାନଚିତ୍ରରେ ଆଜି ସାମିଲ ହୋଇଛି ବୌଦ୍ଧ ଓ ଅନୁଗୁଳ ଜିଲ୍ଲା । ବୌଦ୍ଧରୁ ୩ ଜଣ ସଂକ୍ରମିତ ବାହାରିଛନ୍ତି । ଏଥିସହ ଗଞ୍ଜାମ ଜିଲ୍ଲାରେ ଆଉ ୭ ଜଣ, ଅନୁଗୁଳରୁ ୨ ଜଣ, ପୁରୀରୁ ୨ ଜଣ ଓ ଯାଜପୁରରୁ ଜଣେ ଲେଖାଏଁ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଛି । ଏମାନଙ୍କୁ ମିଶାଇ ଆଜି ଗୋଟିଏ ଦିନରେ ରାଜ୍ୟରେ ମୋଟ ୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସକାଳେ ୫୮ ଜଣ, ଅପରାହ୍ଣରେ ୧୦ ଜଣ ଓ ସନ୍ଧ୍ୟାରେ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏବେ ଗଞ୍ଜାମରେ ସର୍ବାଧିକ ୧୨୫ ଜଣ ଓ ଯାଜପୁରରେ ମୋଟ ୬୦ ଜଣ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥି ସହ ଆଜି ସୁଦ୍ଧା ୨୧ଟି ଜିଲ୍ଲାକୁ କରୋନା ଭାଇରସ୍ ସଂକ୍ରମଣ ଛୁଇଁଛି ।

ଯାଜପୁରରେ ଏକ କ୍ୱାରେଣ୍ଟାଇନ କେନ୍ଦ୍ର ବାହାରେ ସ୍ୱାସ୍ଥ୍ୟ କର୍ମୀ ଓ ସରକାରୀ ଅଧିକାରୀମାନେ
ଏହା ବି ପଢ଼ନ୍ତୁ: ଇମତିଆଜ ଅଲି କଶ୍ମୀରରେ ନିଜ ଭାଇ ବାହାଘରରେ ଋଷି କପୁର ନାଚୁଥିବା ଭିଡିଓ ସେଆର କଲେଆଜି ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ରେଳ ଷ୍ଟେସନରେ ପହଞ୍ଚିଛି ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍। ଏହି ଟ୍ରେନ୍ ସୁରତରୁ ପ୍ରବାସୀ ଓଡିଆଙ୍କୁ ନେଇ ପହଞ୍ଚିଛି। ଏହି ଟ୍ରେନରେ ୧,୧୮୦ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧,୧୭୨ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଖୋର୍ଦ୍ଧାର ଦୁଇ ଜଣ ଓ ନୟାଗଡ ଜିଲ୍ଲାର ଛଅ ଜଣ ପ୍ରବାସୀ ଓଡ଼ିଆ ରହିଛନ୍ତି । ଏହି ଟ୍ରେନକୁ ମିଶାଇ ଏ ପର୍ଯ୍ୟନ୍ତ ୨୦ଟି ଟ୍ରେନ ପହଞ୍ଚିଛି ଜଗନ୍ନାଥପୁର ରେଳ ଷ୍ଟେସନରେ । ସେଥି ମଧ୍ୟରୁ ତିନିଟି କେରଳରୁ ଆସିଥିବା ବେଳେ ୧୭ଟି ଟ୍ରେନ ସୁରତରୁ ଆସିଛି।
ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ କରାଳ ଛାୟା ପଡ଼ିଛି । କରୋନା ଗ୍ରାଫରେ ଦୃତ ଗତିରେ ସବୁ ଠୁ ଆଗକୁ ଯାଇଛି ଏହି ଜିଲ୍ଲା । ପଜିଟିଭ୍ ସଂଖ୍ୟାକୁ ବଢ଼େଇଛନ୍ତି ପ୍ରବାସୀ ଓଡିଆମାନେ । ସୁରତ ଫେରନ୍ତାଙ୍କ ଦେହରେ ଏବେ ଅଧିକରୁ ଅଧିକ କରୋନା ସଂକ୍ରମଣର ଲକ୍ଷଣ ମିଳୁଛି ।
ଆଜି ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ବି ହୋଇଛି । ସେ ରାଜ୍ୟରେ ମୃତ୍ୟୁ ବରଣ କରିଥିବା ତୃତୀୟ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଥିବା ବେଳେ ଗୋଟିଏ ଆଶ୍ବସ୍ତିକର କଥା ଏହା ଯେ ଜିଲ୍ଲାର ସମସ୍ତ କରୋନା ପଜିଟିଭ୍ କ୍ବାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଯେଉଁମାନେ କିଛି ଦିନ ହେଲା ସୁରତରୁ ଆସିଛନ୍ତି ସେମାନଙ୍କୁ ହିଁ କରୋନା ସଂକ୍ରମଣ ହୋଇଛି । ସମସ୍ତେ ସରକାରୀ କ୍ବାରେଣ୍ଟାଇନରେ ଥିବାରୁ ଭୟ କରିବାର ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ । ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବା ନିୟମ ମାନିବାକୁ ଜିଲ୍ଲାବାସୀଙ୍କୁ କୁହାଯାଇଛି ।
ଏହା ବି ପଢ଼ନ୍ତୁ: କରୋନା ସମୟରେ ରାଜନୀତି: ପଶ୍ଚିମ ବଙ୍ଗ ରାଜ୍ୟପାଳଙ୍କ ଉପରେ ବର୍ଷିଲେ ମମତା ବାନାର୍ଜୀଏହା ବି ପଢ଼ନ୍ତୁ: ମୋଟା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣର ସମ୍ଭାବନା ଅଧିକ ଅଛି: ବୈଜ୍ଞାନିକPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।