କରୋନା ପ୍ରଭାବ: ଦେଶରେ ୮୧ଟି ଟ୍ରେନ୍ ବାତିଲ ହେଲା; ECoRରେ ଲକ୍ଷେରୁ ବେଶୀ ଟିକେଟ ବାତିଲ

ପ୍ଲାଟଫର୍ମ ଟିକେଟର ବଢ଼ିଥିବା ଦର ପୂର୍ବତଟ ରେଳବାଇ ଦ୍ୱାରା ଏ ପର୍ଯ୍ୟନ୍ତ ଲାଗୁ କରାଯାଇ ନାହିଁ । ‘‘ଆମେ ସ୍ଥିତି ଉପରେ ନଜର ରଖିଛୁ । ଏହା ଉପରେ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ,’’ କହିଛନ୍ତି ପୂର୍ବତଟ ରେଳବାଇର ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ଜେ.ପି. ମିଶ୍ର ।

କରୋନା ପ୍ରଭାବ: ଦେଶରେ ୮୧ଟି ଟ୍ରେନ୍ ବାତିଲ ହେଲା; ECoRରେ ଲକ୍ଷେରୁ ବେଶୀ ଟିକେଟ ବାତିଲ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 18, 2020, 2:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର/ନୂଆ ଦିଲ୍ଲୀ: କରୋନା ଭାଇରସରୁ ବର୍ତ୍ତିବା ପାଇଁ ନିଆଯାଉଥିବା ସତର୍କତା ପଦକ୍ଷେପଗୁଡ଼ିକର ପ୍ରଭାବ ସାରା ଦେଶର ରେଳ ଓ ବିମାନ ସେବା ଉପରେ ପଡ଼ିଛି । ଭୟରେ ଲୋକଙ୍କ ଯାତାୟାତ କମିଯାଇଛି । ଯାତ୍ରୀଙ୍କ ସଂଖ୍ୟା ବହୁ ମାତ୍ରାରେ କମିଯାଇଥିବାରୁ ସାରା ଦେଶରେ ୮୧ଟି ଟ୍ରେନ୍‌କୁ ବାତିଲ କରାଯାଇଛି ।

କେବଳ ପୂର୍ବତଟ ରେଳପଥ (East Coast Railway ECoR) ରେ ଗତ ଛଅ ଦିନରେ ଲକ୍ଷେରୁ ଊର୍ଦ୍ଧ୍ବ ଟିକେଟ୍‌ ବାତିଲ ହୋଇଛି । ଏହି ସଂଖ୍ୟା ଗତ ବର୍ଷ ବାତିଲ ହୋଇଥିବା ମୋଟ ଟିକେଟ୍‌ ସଂଖ୍ୟା ଠାରୁ ଏହା ୬୭ ପ୍ରତିଶତ ଅଧିକ । କରୋନା ଭାଇରସକୁ ପ୍ରତିହତ କରିବାକୁ ହେଉଥିବା ଉଦ୍ୟମକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ପାଞ୍ଚ ଯୋଡ଼ା ୧୦ଟି ସ୍ବତନ୍ତ୍ର ଟ୍ରେନ୍‌କୁ ମଧ୍ୟ ବାତିଲ କରାଯାଇଛି । ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ ହେଉଛି  ବିଶାଖପାଟଣା-ତିରୁପତି-ବିଶାଖପାଟଣା, ବିଶାଖପାଟଣା-ସିକନ୍ଦରାବାଦ-ବିଶାଖପାଟଣା,  ସମ୍ବଲପୁର-ବନସୱାଡ଼ି-ସମ୍ବଲପୁର, ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ଓ  ପୁରୀ-ସାନ୍ତରାଗାଛି-ପୁରୀ ସ୍ବତନ୍ତ୍ର ଏକ୍ସପ୍ରେସ । ଯଦି ଆବଶ୍ୟକ ପଡ଼େ ତେବେ ଅଧିକ ଟ୍ରେନ୍‌ ବାତିଲ କରାଯିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ।

କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ପୁରୀ, ଭୁବନେଶ୍ବର, ବିଶାଖପାଟଣା ଓ ସମ୍ବଲପୁର ଡିପୋରୁ ଛାଡ଼ିବାକୁ ଥିବା ଟ୍ରେନରୁ କମ୍ବଳ ଓ ପରଦା ହଟାଇ ଦିଆଯାଇଛି । ଯାତ୍ରୀମାନେ ଚାହିଁଲେ ନିଜର ବ୍ଲାଙ୍କେଟ ବା ଚାଦର ନେଇ ଟ୍ରେନରେ ଯାଇପାରିବେ ।

ଷ୍ଟେସନରୁ ଭିଡ଼ କମାଇବା ପାଇଁ ପ୍ଲାଟ୍‌ଫର୍ମ ଟିକେଟ୍‌ ଦର ବଢାଇ ଦିଆଯାଇଛି । ପଶ୍ଚିମ ରେଳବାଇ ପକ୍ଷରୁ ପ୍ଲାଟ୍‌ଫର୍ମ ଟିକେଟ୍‌ ଦର ୧୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପଶ୍ଚିମ ରେଳବାଇର ଛଅଟି ଡିଭିଜନରେ ଏହାକୁ ଲାଗୁ  କରାଯାଇଛି । ଏହି ଛଅଟି ଡିଭିଜନର ପ୍ରାୟ ୨୫୦ ଷ୍ଟେସନରେ ନୂଆ ଦର ଲାଗୁ ହୋଇଛି । ଖୁବ ଶୀଘ୍ର ଅନ୍ୟ ଷ୍ଟେସନରେ ମଧ୍ୟ ଲାଗୁ ହେବ ଏହି ନିୟମ ।

ହେଲେ ପ୍ଲାଟଫର୍ମ ଟିକେଟର ଏହି ନୂଆ ଦର ପୂର୍ବତଟ ରେଳବାଇ ଦ୍ୱାରା ଏ ପର୍ଯ୍ୟନ୍ତ ଲାଗୁ କରାଯାଇ ନାହିଁ । ‘‘ଆମେ ସ୍ଥିତି ଉପରେ ନଜର ରଖିଛୁ । ଏହା ଉପରେ (ଦର ବଢ଼େଇବା ଉପରେ) ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ,’’ କହିଛନ୍ତି ପୂର୍ବତଟ ରେଳବାଇର ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ଜେ.ପି. ମିଶ୍ର ।

ସାରା ଦେଶରେ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି । ଗୋ ଏୟାର ବିଦେଶକୁ ଯୋଡୁଥିବା ସମସ୍ତ ବିମାନ ସେବାକୁ ମାସେ ଯାଏ ବାତିଲ କରିଛି ଓ ନିଜ କର୍ମଚାରୀଙ୍କୁ ଛୁଟିରେ ପଠାଇ ଦେଇଛି ।
First published: March 18, 2020, 2:31 PM IST
corona virus btn
corona virus btn
Loading