ଓଡ଼ିଶାର ମୋଟ ୧୧୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦%ଙ୍କର ବାହ୍ୟ ଲକ୍ଷଣ ନ ଥିଲା

ପୂର୍ବରୁ କୁହାଯାଉଥିଲା ଯେ କରୋନା ଆକ୍ରାନ୍ତଙ୍କୁ ଶ୍ୱାସଜନିତ କଷ୍ଟ ହୁଏ, ହେଲେ ଏବେ ଜଣାପଡ଼ିଛି ଯେ ଏହି ଭୂତାଣୁ ମଣିଷ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ପ୍ରଭାବିତ କରୁଛି ।

ଓଡ଼ିଶାର ମୋଟ ୧୧୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦%ଙ୍କର ବାହ୍ୟ ଲକ୍ଷଣ ନ ଥିଲା
ସୁବ୍ରତୋ ବାଗଚୀ କରୋନା ଭାଇରସ୍ ସ୍ଥିତି ବିଷୟରେ ସୂଚନା ଦେଉଛନ୍ତି ।
  • News18 Odia
  • Last Updated: April 27, 2020, 8:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶା ପାଇଁ ଚିନ୍ତାର ବିଷୟ ଭାବେ ଆସିଥିବା ଏକ ତଥ୍ୟ ଅନୁଯାୟୀ ସରକାର ଆଜି ଜଣେଇଛନ୍ତି ଯେ ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ମୋଟ ୧୧୧ ଜଣ ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ଠାରେ କୌଣସି ବାହ୍ୟ ଲକ୍ଷଣ ଦେଖାଯାଇ ନ ଥିଲା । ଅର୍ଥାତ କେବଳ ପରୀକ୍ଷା କରାଯିବା ପରେ ସେମାନେ ସଂକ୍ରମିତ ବୋଲି ଜଣା ପଡ଼ିଥିଲେ ଓ ଚିକିତ୍ସା ଆରମ୍ଭ ହୋଇଥିଲା ।

‘‘ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ସଂକ୍ରମଣର କୌଣସି ବାହ୍ୟ ଲକ୍ଷଣ ନ ଥିବା ବ୍ୟକ୍ତି ବି ଅନ୍ୟକୁ ସଂକ୍ରମିତ କରିପାରନ୍ତି… କାଶ, ଛେପ ଓ ଛିଙ୍କ ଦ୍ୱାରା ବ୍ୟାପୁଥିବା କରୋନା ଭାଇରସ ସଂକ୍ରମଣର ସ୍ଥିତି ବର୍ତ୍ତମାନ ଗତିଶୀଳ ଅବସ୍ଥାରେ ଅଛି ଓ ଆମକୁ ଏହା ଉପରେ ଧ୍ୟାନ ଦେବାକୁ ପଡିବ,’’ କହିଛନ୍ତି ରାଜ୍ୟରେ କରୋନା ଭାଇରସ୍ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ସେ ଆହୁରି କହିଛନ୍ତି ଯେ ୪୦ ଦିନ ପୂର୍ବରୁ ବିଶେଷଜ୍ଞମାନେ କହୁଥିଲେ ଯେ ସମସ୍ତଙ୍କ ପାଇଁ ମାସ୍କ ଦରକାର ନାହିଁ, ହେଲେ ଏବେ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହୋଇଛି । ପୂର୍ବରୁ କୁହାଯାଉଥିଲା ଯେ କମ୍‌ ବୟସ୍କ ଲୋକଙ୍କୁ କରୋନା ସଂକ୍ରମଣ ହୁଏ ନାହିଁ, ହେଲେ ଏବେ ଜଣାପଡ଼ିଛି ଯେ ଶିଶୁମାନଙ୍କୁ ବି ଏହି ସଂକ୍ରମଣ ହୋଉଛି । ପୂର୍ବରୁ କୁହାଯାଉଥିଲା ଯେ କରୋନା ଆକ୍ରାନ୍ତଙ୍କୁ ଶ୍ୱାସଜନିତ କଷ୍ଟ ହୁଏ, ହେଲେ ଏବେ ଜଣାପଡ଼ିଛି ଯେ ଏହି ଭୂତାଣୁ ମଣିଷ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ପ୍ରଭାବିତ କରୁଛି ।

ଏହି ମହାମାରୀ ଦ୍ୱାରା ଗତ ମାତ୍ର ପାଞ୍ଚ ମାସ ଭିତରେ ବିଶ୍ୱରେ ୩୦ ଲକ୍ଷ ଲୋକ ଆକ୍ରାନ୍ତ ହେଲେଣି ଓ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଏପ୍ରିଲ ୨୭ ଅପରାହ୍ଣ ୪ଟା ସୁଧା ୧୧୧ରେ ପହଞ୍ଚିଛି ବୋଲି କହିଛନ୍ତି ବାଗଚୀ ।

ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ରାଜ୍ୟବାସୀଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ରାଜ୍ୟରେ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ପ୍ରାୟ ୯୩ ଲକ୍ଷ ହିତାଧିକାରୀଙ୍କୁ ଅଗ୍ରୀମ ଚାଉଳ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୨ ଲକ୍ଷ ୪୨ ହଜାର ମେଟ୍ରିକ ଟନ ଚାଉଳ, ୭୮୫ ମେଟ୍ରିକ ଟନ ହରଡ଼ ଡାଲି ଓ ଅନ୍ୟାନ୍ୟ ଜିନିଷ ସାଢ଼େ ନଅ ଲକ୍ଷ ପରିବାରଙ୍କୁ ଦିଆଯାଇଛି ।

ଏ ପର୍ଯ୍ୟନ୍ତ ୯୧ ଲକ୍ଷ ପରିବାରକୁ ରିଲିଫ ବାବଦରେ ହଜାରେ ଟଙ୍କା ଲେଖାଏଁ ଦିଆଯାଇଛି । କୃଷି ଜାତ ଦ୍ରବ୍ୟର ସଂଗ୍ରହ ଓ ବିକ୍ରି ଉପରେ ଗୁରୁତ୍ୱ ଦିଆଯାଇଛି । କଲ ସେଣ୍ଟରକୁ ଫୋନ କରି ପରାମର୍ଶ ନେଉଛନ୍ତି କୃଷକ । କାଜୁ ବିକାଶ ନିଗମ ୭୨ ହଜାର କାଜୁ କଲମୀ କରିଛନ୍ତି । ୨୭୪ ଚାଷୀଙ୍କୁ ଡିବିଟି ମଧମରେ ସବ୍ସିଡି ଦିଆଯାଇଛି । ୬୫ ହଜାର ଉଠା ଦୋକାନୀଙ୍କ ମଧ୍ୟରୁ ୪୦ ହଜାର ଦୋକାନୀଙ୍କୁ ସହାୟତା ଦିଆ ଯାଇଛି । ମତ୍ସ ଓ ପଶୁ ସମ୍ପଦ ବିଭାଗର କାମ ଅନବରତ ଚାଲିଛି ।

‘‘କରୋନା ସହ ଲଢ଼େଇ କିଛି ଦିନ ନୁହେଁ । ଏହା ଦୀର୍ଘ ଦିନର । ଏଥି ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଆମକୁ ଅଧିକ ସତର୍କ ଓ ସଚେତନ ରହିବାକୁ ପଡ଼ିବ,’’ କହିଛନ୍ତି ବାଗଚୀ ।
First published: April 27, 2020, 8:21 PM IST
corona virus btn
corona virus btn
Loading