କର୍ତ୍ତବ୍ୟର ଆହ୍ୱାନ: ଗଞ୍ଜାମରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚରେ ଲାଗିଛନ୍ତି ୮ ଜଣ ଗର୍ଭବତୀ ଆଶା ଦିଦି

ଯଦିଓ ଆଶା ଦିଦିମାନେ ଗର୍ଭବତୀ ଥିବା ବେଳେ ଛଅ ମାସ ପର୍ଯ୍ୟନ୍ତ ଛୁଟିରେ ରହିପାରିବେ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସୁବିଧା ପାଇବେ, ଏହି ଆଠ ଜଣ ଗର୍ଭବତୀ ଆଶା ଦିଦି ଅନ୍ୟମାନଙ୍କ ପରି ସମାନ ଆଗ୍ରହରେ କାମ କରୁଛନ୍ତି ଓ ପ୍ରଶଂସା ପାଉଛନ୍ତି ।

କର୍ତ୍ତବ୍ୟର ଆହ୍ୱାନ: ଗଞ୍ଜାମରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚରେ ଲାଗିଛନ୍ତି ୮ ଜଣ ଗର୍ଭବତୀ ଆଶା ଦିଦି
ଗଞ୍ଜାମ ଜିଲ୍ଲାର ଆଠ ଜଣ ଗର୍ଭବତୀ ଆଶା ଦିଦିଙ୍କ ମଧ୍ୟରେ ଅଛନ୍ତି ବ୍ରହ୍ମପୁରରୁ ଦୁଇ ଜଣ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ମହିଳାମାନେ ଗର୍ଭବତୀ ଥିଲେ ସାଧାରଣତଃ ନିଜର ଓ ଗର୍ଭସ୍ଥ ଶିଶୁର ସୁରକ୍ଷାକୁ ଦୃଷ୍ଟିରେ ରଖି ନିହାତି ଆବଶ୍ୟକ ନ ହେଲେ ଘର ବାହାରକୁ ପାଦ ବଢ଼ାନ୍ତି ନାହିଁ । ହେଲେ ଗଞ୍ଜାମ ଜିଲ୍ଲାରେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଥିବା ଆଶା କର୍ମୀମାନଙ୍କ ମଧ୍ୟରେ ଥିବା ଆଠ ଜଣ ଗର୍ଭବତୀ ଆଶା ଦିଦି ଅନ୍ୟମାନଙ୍କ ପରି ସମାନ ଆଗ୍ରହରେ କାମ କରୁଥିବା ଦେଖାଯାଇଛି ।

ନିଜେ ଗର୍ଭବତୀ ଥାଇ ବି ଘରେ ବିଶ୍ରାମ ନ ନେଇ କରୋନା ଭାଇରସ୍‌ ସଂକ୍ରମଣର ଏହି ଘଡ଼ିସନ୍ଧି ସମୟରେ ନିଜ ଜୀବନକୁ ପାଣି ଛଡ଼ାଇ ଏହି ଆଠ ଜଣ ଗର୍ଭବତୀ ଆଶା କର୍ମୀ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ତିନି ମାସରୁ ଆଠ ମାସର ଗର୍ଭବତୀ ଆଶା ଦିଦି । ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ପରେ ଅନ୍ୟାନ୍ୟ ସ୍ବାସ୍ଥ୍ୟ କାର୍ଯ୍ୟରେ ବି ନିଜକୁ ନିୟୋଜିତ ରଖୁଛନ୍ତି ଏହି ଆଠ ଜଣ । ସେମାନଙ୍କ ମଧ୍ୟରେ ଅଛନ୍ତି ବ୍ରହ୍ମପୁରର ଦୁଇ ଜଣ ଆଶା ଦିଦି ।

ଏହା ବି ପଢ଼ନ୍ତୁ | କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କହୁଛନ୍ତି ବିଶେଷଜ୍ଞମାନେ

ବର୍ତ୍ତମାନ ସାତ ମାସର ଗର୍ଭବତୀ ଥିବା ଆଶା କର୍ମୀ ରାଜେଶ୍ବରୀ ବେହେରା ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହିତ ଟିକାକରଣ ନେଇ ତଥ୍ୟ ସଂଗ୍ରହ କରୁଛନ୍ତି । ବ୍ରହ୍ମପୁର ଲୋଚାପଡ଼ା ବାପୁଜୀ ନଗରର ରାଜେଶ୍ବରୀ ଲୋକଙ୍କୁ କରୋନା କଟକଣା କେମିତି ପାଳନ କରିବା ଉଚିତ ତାହା ବି କହୁଛନ୍ତି । ଅନ୍ୟ ଗର୍ଭବତୀ ମହିଳାମାନଙ୍କୁ ହସପିଟାଲକୁ ସ୍ଥାନାନ୍ତର କରିବାଠାରୁ ଆରମ୍ଭ କରି ଶିଶୁମାନଙ୍କ ଟିକାକରଣ କାର୍ଯ୍ୟରେ ବି ସେ ନିଜକୁ ନିୟୋଜିତ କରିଛନ୍ତି ।

ଶିଶୁମାନଙ୍କ ଟିକାକରଣ କାର୍ଯ୍ୟରେ ବି ନିଜକୁ ନିୟୋଜିତ କରିଛନ୍ତି ଆଶା ଦିଦିମାନେ ।


‘‘ମୁଁ ମୋ’ ନିଜର ସବୁ ଆବଶ୍ୟକୀୟ ଯତ୍ନ ନେଉଛି । ସକାଳ ୧୦ଟାରେ ସ୍ବାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟା ପାଇଁ ମୁଁ ବାହାରି ପଡ଼େ । ଏହି ସମୟରେ ଏହା ମୋ’ ପରି ଆଶା କର୍ମୀମାନଙ୍କ କର୍ତ୍ତବ୍ୟ । ଏ ଭଳି ମହାମାରୀ ସମୟରେ ସମାଜର ମଙ୍ଗଳ ପାଇଁ କାମ କରି ବେଶ୍‌ ଖୁସି ମିଳୁଛି,’’ ମୁହଁରେ ହସ ଫୁଟାଇ କହିଛନ୍ତି ରଜେଶ୍ୱରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

ତାଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟରେ ସାହାଯ୍ୟ କରିଥାନ୍ତି ତାଙ୍କ ମା’ ସରସ୍ବତୀ ବେହେରା । ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ସମୟରେ ଯେମିତି କୌଣସି ଅଘଟଣ ନ ଘଟେ ସେଥି ପାଇଁ ସେ ରାଜେଶ୍ବରୀଙ୍କ ସହିତ ରହିଥାନ୍ତି । ‘‘ମହାମାରୀ ସମୟରେ ସେ ଗର୍ଭବତୀ ରହିଥଲେ ସୁଦ୍ଧା ତା’ ସହ ଏହି ମହାନ କାର୍ଯ୍ୟରେ ସାମିଲ ହୋଇ ମୁଁ ନିଜକୁ ଗର୍ବିତ ମନେ କରୁଛି,’’ କହିଛନ୍ତି ସରସ୍ୱତୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

ଠିକ୍‌ ସେମିତି ବ୍ରହ୍ମପୁର ୧ ନମ୍ବର ୱାର୍ଡ଼ର ଆଶା ଦିଦି ଗେଲ୍ଲାମଣୀ ସାହୁ ବର୍ତ୍ତମାନ ଚାରି ମାସର ଗର୍ଭବତୀ ଥାଇ ବି ବଡ଼ ଆଗ୍ରହରେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି । ‘‘ମୋ’ ଅଞ୍ଚଳରେ କରୋନା ଭାଇରସ୍‌ ସଂକ୍ରମଣର ବୃଦ୍ଧିକୁ ରୋକିବା ମୋ’ର ଦାୟିତ୍ୱ । ଏମିତି ସମୟରେ ସମାଜର ସେବା କରିବାରେ ବଡ଼ ଆନନ୍ଦ ମିଳୁଛି,’’ କହିଛନ୍ତି ଗେହ୍ଲାମଣି ।

ଏହା ବି ପଢ଼ନ୍ତୁ | Jio Phone ବ୍ୟବହାରକାରୀଙ୍କୁ ମିଳିବ ମାଗଣା ୩୦୦ ମିନିଟ୍ଆଉଟଗୋଇଂ କଲ୍ ମାଗଣା ରିଚାର୍ଜ୍

ଗେହ୍ଲାମଣିଙ୍କୁ ବିଭିନ୍ନ କାମରେ ସାହାଯ୍ୟ ଓ ସହଯୋଗ କରୁଛନ୍ତି ତାଙ୍କ ସ୍ବାସ୍ଥ୍ୟ ଟିମରେ ଥିବା ସ୍ବାସ୍ଥ୍ୟ କର୍ମୀମାନେ । ‘‘ଏମାନେ ଗର୍ଭବତୀ ହୋଇଥିଲେ ବି ଘରେ ବିଶ୍ରାମ ନ ନେଇ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ସେମାନଙ୍କର ଏହି ସାହାସିକତାକୁ ଆମେ ସମସ୍ତେ ସାଧୁବାଦ ଜଣାଉଛୁ ଓ ସେମାନଙ୍କୁ ସହଯୋଗ କରୁଛୁ,’’ କହିଛନ୍ତି ଅନ୍ୟ ଜଣେ ଆଶା ଦିଦି ଗୀତା ବେହେରା ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟାରେ ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ ଓ ଏ.ଏନ୍‌.ଏମ୍‌. ଦିଦି ସାମିଲ ରହିଛି । କିନ୍ତୁ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ଆଶା ଦିଦିମାନେ । ସେମାନେ ସ୍ବାସ୍ଥ୍ୟ ଯାଞ୍ଚ ସମୟରେ ଘରକୁ ଘର ବୁଲି ଲୋକଙ୍କୁ ବାହାରକୁ ଡାକିବା ସହ ସେମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛନ୍ତି ।



‘‘ଏହି ଗର୍ଭବତୀ ଆଶା ଦିଦିମାନଙ୍କର ଏଭଳି କାର୍ଯ୍ୟ ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ । ସ୍ବାସ୍ଥ୍ୟ ବିଭାଗରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦାୟତ୍ବ ରହୁଛି ଆଶା ଦିଦିମାନଙ୍କର । ନିୟମତଃ ଆଶା ଦିଦିମାନେ ଗର୍ଭବତୀ ଥିବା ସମୟରେ ଛଅ ମାସ ପର୍ଯ୍ୟନ୍ତ ଛୁଟିରେ ରହିପାରିବେ । ସେହି ସମୟରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଏ । ତଥାପି ସେମାନେ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ରହିବା ଏକ ପ୍ରଶଂସନୀୟ କାର୍ଯ୍ୟ,’’ କହିଛନ୍ତି ଜିଲ୍ଲା ପ୍ରଜେକ୍ଟ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ ।
Published by: Anand ST Das
First published: May 28, 2021, 11:55 PM IST