News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆଉ ୭୯ ଜଣ କରୋନା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ପଜିଟିଭ୍ ବ୍ୟକ୍ତିଙ୍କ ସଂଖ୍ୟା ୧,୫୧୭କୁ ବୃଦ୍ଧି ପାଇଛି । ନୂଆ ୭୯ ଜଣ ରୋଗୀଙ୍କ ମଧ୍ୟରୁ ୭୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୮ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।
ପ୍ରଥମ ଥର ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି କରୋନା ଏଥି ସହିତ ରାଜ୍ୟର କରୋନା ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ସୁବର୍ଣ୍ଣପୁରରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକରୁ ସର୍ବାଧିକ ୧୬ ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରର ୧୪ ଜଣ ଓ କେନ୍ଦୁଝରର ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ୬, କନ୍ଧମାଳରୁ ୭, ଗଞ୍ଜାମରୁ ୫, ପୁରୀ, ଖୋର୍ଦ୍ଧା ଓ ବାଲେଶ୍ବରରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ ଓ ଢେଙ୍କାନାଳରେ ୩ ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି ।
ଯାଜପୁରରୁ ୨ ଜଣ ଏବଂ ଅନୁଗୁଳ ଓ ଝାରସୁଗୁଡ଼ାର ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧,୫୧୭ ଜଣ ପଜିଟିଭ ବ୍ୟକ୍ତିଙ୍କ ମଧ୍ୟରୁ ୬୪୯ ଜଣ ସୁସ୍ଥ ହୋଇଥିବା ବେଳେ ୮୬୧ ଜଣ ଚିକିତ୍ସାଧୀନ ଅଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ ୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।

ସୁବର୍ଣ୍ଣପୁରରେ ଜଣେ ଆକ୍ରାନ୍ତ ମିଳିବା ପରେ ତାଙ୍କୁ ତୁରନ୍ତ ହସପିଟାଲକୁ ନିଆଯାଇଥିଲା ।
ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟର ୨୯ ନମ୍ବର ଜିଲ୍ଲା ଭାବେ କରୋନା ମ୍ୟାପରେ ଯୋଡ଼ି ହୋଇଛି ସୁବର୍ଣ୍ଣପୁର । ପଜିଟିଭ ବାହାରିଥିବା ବ୍ୟକ୍ତି ଜଣକ ଗତ ୧୬ ତାରିଖ ଦିନ ଅହମଦାବାଦରୁ ଆସି ଡୁଙ୍ଗୁରିପାଲି ବ୍ଲକର ଗଜବନ୍ଧ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ୧୯ ତାରିଖ ଦିନ ତାଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଜିଲ୍ଲାରେ ବର୍ତ୍ତମାନ ୨୭୯ଟି ସଂଗରୋଧ କେନ୍ଦ୍ରରେ ବିଭିନ୍ନ ରାଜ୍ୟରୁ ଆସିଥିବା ୫,୬୫୦ଜଣ ପ୍ରବାସୀଙ୍କୁ ରଖାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୨ହଜାର ୬ଶହ ୩୮ଜଣଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିବା ବଳେ ୧୫ଶହ ୭୫ଜଣଙ୍କ ରିପୋର୍ଟ ଆସିଛି । ସେଥିରୁ ଜଣଙ୍କ ପଜିଟିଭ ଆସିଥିବା ବେଳେ ବାକି ସବୁ ନେଗେଟିଭ ଆସିଛି । ପଜିଟିଭ ଜଣକ ଗଜବନ୍ଧ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ଏହି କେନ୍ଦ୍ରରେ ମୋଟ ୬୪ ଜଣ ସଙ୍ଗରୋଧରେ ଥିଲେ । ସେଥି ମଧ୍ୟରୁ ୨୦ ଜଣଙ୍କ ସ୍ବାବ ପରୀକ୍ଷା ପାଇଁ ଯାଇଥିଲା । ଜିଲ୍ଲାବାସୀଙ୍କୁ ଭୟଭୀତ ନ ହେବା ପାଇଁ ଜିଲ୍ଲାପାଳ କହିଛନ୍ତି ।
ଦୟାକରି ଦୁଇ ମିନିଟ୍ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍ ସର୍ଭେଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।