ଦେଶରେ କରୋନା କାରଣରୁ ଏ ପର୍ଯ୍ୟନ୍ତ ୭୭ ଜଣ ପ୍ରାଣ ହରେଇଲେଣି; ୩,୩୭୪ ଆକ୍ରାନ୍ତ

ଭାରତରେ ମହାରାଷ୍ଟ୍ରରେ ସର୍ବାଧିକ ୨୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ବିଶ୍ବରେ ଏ ପର୍ଯ୍ୟନ୍ତ କରୋନା ଭାଇରସ୍ ଯୋଗୁଁ ୬୪,୫୦୦ରୁ ଅଧିକ ଜୀବନ ଗଲାଣି ଓ ୧୨ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି । ସର୍ବାଧିକ ପ୍ରଭାବିତ ହୋଇଛି ଯୁକ୍ତ ରାଷ୍ଟ୍ର ଆମେରିକା ।

ଦେଶରେ କରୋନା କାରଣରୁ ଏ ପର୍ଯ୍ୟନ୍ତ ୭୭ ଜଣ ପ୍ରାଣ ହରେଇଲେଣି; ୩,୩୭୪ ଆକ୍ରାନ୍ତ
ଚଣ୍ଡିଗଡ଼ ନିକଟସ୍ଥ ପଞ୍ଚକୁଲାରେ ଜଣେ ଦିନ ମଜୁରିଆ ପେଣ୍ଟର୍ ନିଜ ଘର ଆଗରେ ଏହି ପୋଷ୍ଟର୍ ଲଗେଇଛି ।
  • News18 Odia
  • Last Updated: April 5, 2020, 12:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି ଓ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦୦ ଟପିଯାଇଛି । ଦେଶରେ ମୋଟ ୩,୩୭୪ ଆକ୍ରାନ୍ତଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୨୬୭ ଜଣ ସୁସ୍ଥ ହୋଇଛନ୍ତି । ୩,୦୩୦ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ।

ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ଆୟୋଜିତ ତବଲିଘି ଜମାତକୁ ନେଇ ଦେଶରେ ଚିନ୍ତା ବଢ଼ିଛି । ଭାରତରେ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ପ୍ରତିଶତଙ୍କର ନିଜାମୁଦ୍ଦିନ ଲିଙ୍କ୍‌ ରହିଥିବା ଜଣା ପଡ଼ିଛି । କରୋନା ଭାଇରସ୍‌ ସଂକ୍ରମଣ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ପ୍ରେସ୍‌ ମିଟରେ ନିଜାମୁଦ୍ଦିନକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି ।

ଦେଶରେ ଯେତେ ଲୋକ ଏ ପର୍ଯ୍ୟନ୍ତ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ହେଉଛନ୍ତି ୨୧ରୁ ୬୦ ବର୍ଷ ବୟସର । ଯେଉଁମାନଙ୍କ ବୟସ ୬୦ରୁ ଅଧିକ ସେମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଶ୍ବାସଗତ ସମସ୍ୟା ନ ଥିଲେ ଘରେ ତିଆରି ମାସ୍କରେ ମୁହଁ ଓ ପାଟିକୁ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆୟାଇଛି ।

ବିଶ୍ବରେ ଏ ପର୍ଯ୍ୟନ୍ତ କରୋନା ଭାଇରସ୍‌ ଜନିତ ମହାମାରୀ ନେଲାଣି ୬୪,୫୦୦ରୁ ଅଧିକ ଜୀବନ । ଆକ୍ରାନ୍ତ ହେଲେଣି ୧୨ ଲକ୍ଷରୁ ଅଧିକ ଲୋକ । ସର୍ବାଧିକ ପ୍ରଭାବିତ ହୋଇଛି ସବୁ ଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । କରୋନା ଭାଇରସ୍‌ କବଳରୁ ମୁକୁଳିବାର ବାଟ ପାଉନି ଆମେରିକା । ସେଠାରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୧୦ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୮,୪୪୯ । ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତ ହୋଇଛନ୍ତି ୩୩,୦୦୦ରୁ ଅଧିକ ଲୋକ ।

ଇଟାଲୀରେ ୧୫,୩୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତ ହୋଇଛନ୍ତି ୧ ଲକ୍ଷ ୨୪ ହଜାରରୁ ଅଧିକ ଲୋକ । ସ୍ପେନରେ ୧୧,୯୪୭ ଓ ଫ୍ରାନ୍ସରେ ୭,୫୬୦ ଜଣ ଲୋକଙ୍କ ଜୀବନ ନେଲାଣି କରୋନା ଭାଇରସ୍‌ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଚୀନରେ କୌଣସି ଲୋକଙ୍କ ମୃତ୍ୟୁ ହୋଇନାହିଁ । ଏପରିକି କୌଣସି ନୂଆ ମାମଲା ବି ସାମନାକୁ ଆସିନାହିଁ ।

ଆମେରିକାରେ ପ୍ରତି ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ନ୍ୟୁୟର୍କ ସହର ସବୁ ଠୁ ବେଶୀ ପ୍ରଭାବିତ ହୋଇଛି । ମୃତ୍ୟୁ ସଂଖ୍ୟା ୮,୦୦୦ ଅତିକ୍ରମ କରିସାରିଛି । ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ହୋଇଛି, ଯାହାକୁ ନେଇ ପୁଣି ଚିନ୍ତା ପ୍ରକଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ସେ କହିଛନ୍ତି ଯେ ଆସନ୍ତା ଦୁଇ ସପ୍ତାହ ଆମେରିକାବାସୀଙ୍କ ପାଇଁ ବେଶ କଠିନ ସମୟ ହେବ । ‘‘ଆହୁରି କିଛି ମୂଲ୍ୟବାନ ଜୀବନ ଯାଇପାରେ ବୋଲି କହିଛନ୍ତି ଟ୍ରମ୍ପ । ହେଲେ କରୋନାକୁ ମୁକାବିଲା କରିବାରେ ଆମେରିକା ସଫଳ ହେବ,’’ ହ୍ବାଇସ  ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ।
First published: April 5, 2020, 12:32 PM IST
corona virus btn
corona virus btn
Loading