ରାଜ୍ୟରେ ଆହୁରି ୭ ନୂଆ କରୋନା ପଜିଟିଭ ଚିହ୍ନଟ; ମୋଟ ପଜିଟିଭ ସଂଖ୍ୟା ୧୧୮ ହେଲା

ଏବେ ରାଜ୍ୟରେ ମୋଟ ୮୦ ଜଣ ଚିକିତ୍ସାଧୀନ ଅଛନ୍ତି । ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରେ ରାଜ୍ୟରେ ଏ ପର୍ଯ୍ୟନ୍ତ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଟେଷ୍ଟ ହୋଇଛି ୧,୫୮୪ଟି ସାମ୍ପଲ ।

ରାଜ୍ୟରେ ଆହୁରି ୭ ନୂଆ କରୋନା ପଜିଟିଭ ଚିହ୍ନଟ; ମୋଟ ପଜିଟିଭ ସଂଖ୍ୟା ୧୧୮ ହେଲା
ରାଉରକେଲାରେ ଏକ କଣ୍ଟେନମେଣ୍ଟ ଜୋନର ଦୃଶ୍ୟ
  • News18 Odia
  • Last Updated: April 28, 2020, 2:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ସାତ ଜଣ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୪ ଓ ଭଦ୍ରକରେ ୩ ଜଣ ଅଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି ।

ସୁନ୍ଦରଗଡ଼ର ସମସ୍ତ ୪ ଆକ୍ରାନ୍ତ ରାଉରକେଲା ନାଲା ରୋଡ୍‌ ଅଞ୍ଚଳର ଓ ସମସ୍ତେ ଗୋଟିଏ ପରିବାରର ହୋଇଥିବା ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଏହି ୪ ନୂଆ ସଂକ୍ରମିତ ପୂର୍ବରୁ ନାଲା ରୋଡ୍‌ ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହି ନୂଆ ୪ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ଦୁଇ ପୁରୁଷଙ୍କ ବୟସ ୩୮ ଓ ୨୭ ବର୍ଷ; ଦୁଇ ମହିଳାଙ୍କ ବୟସ ୫୫ ଓ ୩୫ ବର୍ଷ ।

ରାଉରକେଲାରେ ପ୍ରଥମ ପଜିଟିଭ ଚିହ୍ନଟ ହେବା ପର ଠାରୁ ନାଲା ରୋଡ୍‌ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା ପ୍ରଶାସନ । ଏହା ସହ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏଥି ମଧ୍ୟରେ ନାଲା ରୋଡ୍‌ ଅଞ୍ଚଳରୁ ୫ ଓ ବାକି ୫ ବିଶ୍ରା ଅଞ୍ଚଳର ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ସାରିଛନ୍ତି ।

ସୋମବାର ବିଳମ୍ବିତ ରାତିରେ ରାଉରକେଲାରେ ନୂଆ ଆକ୍ରାନ୍ତଙ୍କ ଖବର ମିଳିବା ପରେ ପୋଲିସ ପକ୍ଷରୁ ସହରର ମୁଖ୍ୟ ମାର୍ଗ ସହ କଣ୍ଟେନମେଣ୍ଟ ଜୋନରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଆଜି ଠାରୁ ପୋଲିସ ପ୍ରଶାସନ ଏହି ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ସହ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି । ଆକ୍ରାନ୍ତଙ୍କ ଲିଙ୍କ୍‌ ସହରର ଅନ୍ୟ ଅଞ୍ଚଳରେ ଥିବା ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ଅନ୍ୟ କେତେକ ସ୍ଥାନରେ ମଧ୍ୟ ସ୍କ୍ରିନିଂ କାମ ସହ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ କରାଯାଇଛି ।  ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ କମାଣ୍ଡୋମାନଙ୍କୁ ମୁତୟନ କରାଯାଇଛି ।

ଭଦ୍ରକ କଲେକ୍ଟର ଜ୍ଞାନ ଦାସ ମିଡ଼ିଆକୁ ସୂଚନା ଦେଉଛନ୍ତି ।


ପଶ୍ଚିମାଞ୍ଚଳ DIG କବିତା ଜଲାନ, ରାଉରକେଲା ଏସପି କେ.ଶିବା ସୁବ୍ରମନୀ ଓ ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କଣ୍ଟେନମେଣ୍ଟ ଜୋନରେ ଉପସ୍ଥିତ ରହି ସ୍ଥିତିର ତଦାରଖ କରୁଛନ୍ତି ।

ଭଦ୍ରକ ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ୩ ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ଆଜି ଚିହ୍ନଟ  ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ବାସୁଦେବପୁର ର ଏବଂ ଅନ୍ୟ ଜଣେ ବନ୍ତ ବ୍ଲକର । ସମସ୍ତ ଆକ୍ରାନ୍ତ ପୁରୁଷ । ସେମାନଙ୍କ ବୟସ  ଯଥାକ୍ରମେ ୪୫, ୨୮ ଏବଂ ୨୯ ବର୍ଷ । ନୂଆ ସଂକ୍ରମିତ ଏହି ୩ ଜଣ ପୁରୁଷ ପଶ୍ଚିମ ବଙ୍ଗ ଫେରନ୍ତା ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ ।

ପୂର୍ବରୁ ଭଦ୍ରକ ଜିଲ୍ଲାର ୫ଟି ବ୍ଲକର ୧୮ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଆଜି ବାସୁଦେବପୁର ବ୍ଲକର ଆଉ ୨ଟି ପଞ୍ଚାୟତ ଏବଂ ବନ୍ତ ବ୍ଲକର ଗୋଟିଏ ପଞ୍ଚାୟତକୁ କଣ୍ଟନମେଣ୍ଟ ଘୋଷଣା  କରାଯାଇଛି । ସେଗୁଡ଼ିକ ହେଲା ବାସୁଦେବପୁର ବ୍ଲକର ଚୁଡ଼ାମଣି  ଏବଂ କିସମତ କୃଷ୍ଣପୁର ପଞ୍ଚାୟତ ଏବଂ ବନ୍ତ ବ୍ଲକର ଚାରି ଗାଁ ପଞ୍ଚାୟତ । ଏହି ତିନିଟି ପଞ୍ଚାୟତକୁ ମିଶାଇଲେ ଏ ଯାଏଁ ଭଦ୍ରକ ଜିଲ୍ଲାରେ ୨୧ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି ।  ଏହା ସହ ଜିଲ୍ଲାର ୭ଟି ବ୍ଲକର ୩୨ଟି ପଞ୍ଚାୟତକୁ intensive surveillance ବା ତୀବ୍ର ନିରୀକ୍ଷଣ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏ ସବୁ ପଞ୍ଚାୟତରେ ୧୦ରୁ ଅଧିକ ବ୍ୟକ୍ତି କୋଲକତା ଫେରନ୍ତା ରହିଛନ୍ତି ।

ଭଦ୍ରକ ଜିଲ୍ଲାରେ ଡୋର ଟୁ ଡୋର ସର୍ଭେ ଜାରି ରହିଛି ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗତ ୬୦ ଘଣ୍ଟାର ସଟଡାଉନ୍ ସମୟରେ ଜିଲ୍ଲାରେ ୮ଟି କ୍ୟାମ୍ପ କରାଯାଇ ୧୩ ଶହରୁ ଅଧିକ ସ୍ୱାବ ସଂଗ୍ରହ କରାଯାଇଥିଲା । ସେଥିରୁ ଏହି ୩ଟି ପଜିଟିଭ ବାହାରିଛି । ପୂର୍ବରୁ ଜିଲ୍ଲାର ୫ଟି ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ବନ୍ତ ବ୍ଲକରେ ପ୍ରଥମ କରୋନା ପଜିଟିଭ ବାହାରିଛି ।

ଭଦ୍ରକ ଜିଲ୍ଲାରେ କୋରୋନା ପଜିଟିଭଙ୍କ ସଂଖ୍ୟା ୧୯ ରେ ପହଞ୍ଚି ଥିବା ବେଳେ ୨ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେମାନେ ଭଦ୍ରକ ସହରର । ବାକି ୧୭ ଜଣଙ୍କ ମଧ୍ୟରୁ କେବଳ କୋଲକାତା ଫେରନ୍ତା ହେଉଛନ୍ତି ୧୬ ଜଣ ଏବଂ ଅନ୍ୟ ଜଣେ ହେଉଛନ୍ତି ଦିଲ୍ଲୀ ଫେରନ୍ତା । ସେମାନଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକରେ ସର୍ବାଧିକ ୯ ଜଣ ଥିବା ବେଳେ ତିହିଡ଼ି ବ୍ଲକରୁ ୨, ଧାମନଗରୁ ୨, ଭଣ୍ଡାରିପୋଖରୀ ବ୍ଲକର ୨ ଜଣ, ଭଦ୍ରକରୁ ଜଣେ ଏବଂ ବନ୍ତ ବ୍ଲକରୁ ଜଣେ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ୮୦ ଜଣ ଚିକିତ୍ସାଧିନ ଅଛନ୍ତି । ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରେ ରାଜ୍ୟରେ ଏ ପର୍ଯ୍ୟନ୍ତ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଟେଷ୍ଟ ହୋଇଛି ୧,୫୮୪ଟି ସାମ୍ପଲ । ସମୁଦାୟ ଟେଷ୍ଟ ହୋଇଥିବା ୨୬,୬୮୭ ସାମ୍ପଲ ମଧ୍ୟରୁ ଏ ପର୍ଯ୍ୟନ୍ତ ୧୧୮ଟି ପଜିଟିଭ ବାହାରିଛି ।
First published: April 28, 2020, 2:31 PM IST
corona virus btn
corona virus btn
Loading