ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ; ସମସ୍ତେ ଯାଜପୁରର; ତାଙ୍କର ଅଛି ପଶ୍ଚିମ ବଙ୍ଗ ଲିଙ୍କ୍

ଯାଜପୁରର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୫ ଜଣ ସୁସ୍ଥ ହୋଇଛନ୍ତି ଓ ଜଣକର ମୃତ୍ୟୁ ହୋଇଛି । ବାକି ୧୦୦ ଜଣ ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ; ସମସ୍ତେ ଯାଜପୁରର; ତାଙ୍କର ଅଛି ପଶ୍ଚିମ ବଙ୍ଗ ଲିଙ୍କ୍
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ସାତ ଜଣ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ଯାଜପୁର ଜିଲ୍ଲାର ବାସିନ୍ଦା । ଏଥି ସହ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି ଓ ଯାଜପୁର ଜିଲ୍ଲା ଖୋର୍ଦ୍ଧା ଜିଲ୍ଲା ସହ ଆକ୍ରାନ୍ତଙ୍କ ସଂଖ୍ୟାରେ ସମାନ ହୋଇଛି ।

ଆଜି ସକାଳେ ଯାଜପୁର ଜିଲ୍ଲାରେ ପାଞ୍ଚ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଓ ମଧ୍ୟାନ୍ନରେ ଆଉ ଦୁଇ ଜଣ ଚିହ୍ନଟ ହୋଇଥିଲେ । ପ୍ରଥମ ପାଞ୍ଚ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି । ପୁରୁଷମାନଙ୍କ ବୟସ ୨୮, ୫୬ ଓ ୬୩ ବର୍ଷ । ଆକ୍ରାନ୍ତ ମହିଳାଙ୍କ ବୟସ ୨୪ ଓ ୬୦ ବର୍ଷ  । ସମସ୍ତେ କୋଲକାତା ଫେରନ୍ତା । ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନରେ ରହିଥିଲେ । ସେମାନେ ବରୀ, ବିଞ୍ଝାରପୁର ଓ ସଦର ବ୍ଲକର ବାସିନ୍ଦା । ବରୀ ଓ ବିଞ୍ଝାରପୁର ବ୍ଲକର ଏମାନେ ପ୍ରଥମ ଆକ୍ରାନ୍ତ । ସବୁ ୫ ଜଣ କୋରୋନା ଆକ୍ରାନ୍ତଙ୍କ ଠାରେ କୌଣସି ଲକ୍ଷଣ ନ ଥିଲା । ସଂପୃକ୍ତ ଅଞ୍ଚଳ ମଧ୍ୟ କଣ୍ଟେନମେଣ୍ଟ ଜୋନ ଥିଲା ।

ପରେ ଚିହ୍ନଟ ହୋଇଥିବା ଦୁଇ ଜଣ ଆକ୍ରାନ୍ତ ପୁରୁଷ ଓ ସେମାନେ ବରୀ ବ୍ଲକର ବାସିନ୍ଦା । ଉଭୟ କୋଲକାତା ଫେରନ୍ତା । ସେମାନଙ୍କ ବୟସ ୪୮ ଓ ୫୫ ବର୍ଷ । ଏହି ଦୁଇ ଆକ୍ରାନ୍ତ କ୍ବାରେଣ୍ଟାଇନରେ ରହିଥିଲେ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଯାଜପୁର ଜିଲ୍ଲାରେ ମୋଟ ୪୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ଜଣେ ସୁସ୍ଥ ହୋଇଛନ୍ତି । ଅନ୍ୟ ୪୬ ଜଣ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଥିବା ବେଳେ, ଯାଜପୁରରେ ବି ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି ।

ଯାଜପୁରର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣକର ମୃତ୍ୟୁ ହୋଇଛି । ବାକି ୧୦୦ ଜଣ ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
First published: May 2, 2020, 2:08 PM IST
corona virus btn
corona virus btn
Loading