ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଲକଡାଉନରେ ଜଗତସିଂହପୁରରେ ଫସି ରହିଛନ୍ତି ମଧ୍ୟ ପ୍ରଦେଶରୁ ଆସିଥିବା ୭ଟି ଫେରିବାଲା ପରିବାର

ଲକଡାଉନରେ ଜଗତସିଂହପୁରରେ ଫସି ରହିଛନ୍ତି ମଧ୍ୟ ପ୍ରଦେଶରୁ ଆସିଥିବା ୭ଟି ଫେରିବାଲା ପରିବାର

ଲକଡାଉନ୍ କଟକଣା ଓ ଅର୍ଥାଭାବରୁ ଛୋଟ ପିଲାଙ୍କୁ ନେଇ ପାଖାପାଖି ୪୦ ଜଣ ଲୋକ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଖାଦ୍ୟପେୟ ଓ ଅନ୍ୟ ସହାୟତା ଯୋଗାଇଦେବାକୁ ସେମାନେ ଅନୁରୋଧ କରିଛନ୍ତି ।

ଲକଡାଉନରେ ଜଗତସିଂହପୁରରେ ଫସି ରହିଛନ୍ତି ମଧ୍ୟ ପ୍ରଦେଶରୁ ଆସିଥିବା ୭ଟି ଫେରିବାଲା ପରିବାର
ପ୍ରାୟ ୪୦ ଜଣ ଲୋକ ଏକ ଖୋଲା ଘରେ ରହୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଜଗତସିଂହପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ଗତ ପାଞ୍ଚ ତାରିଖରୁ ଲାଗୁ ହୋଇଥିବା ଲକଡାଉନ ମଧ୍ୟରେ ଜଗତସିଂହପୁର ସହରକୁ ମଧ୍ୟ ପ୍ରଦେଶରୁ ଚୁଡି଼ ବ୍ୟବସାୟ ପାଇଁ ଆସିଥିବା ସାତଟି ଫେରିବାଲା ପରିବାର ନାହିଁ ନ ଥିବା ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ।

ଏହି ସାତଟି ପରିବାର ଜଗତସିଂହପୁର ପୌର ପରିଷଦ ଅନ୍ତର୍ଗତ ହାଟ ବଜାରରେ ପାଖାପାଖି ସାତ ମାସ ହେବ ରହି ଆସୁଛନ୍ତି । ବୃତ୍ତିରେ ସେମାନେ ଫେରିବାଲା । କେବଳ ଚୁଡି଼ ବିକ୍ରି କରି ଯାହା ରୋଜଗାର ହୁଏ ସେଥିରେ ସେମାନେ ପରିବାର ପୋଷନ୍ତି । ଛୋଟ ପିଲାଙ୍କୁ ମିଶାଇ ପ୍ରାୟ ୪୦ ଜଣ ଲୋକ କେତୋଟି ପଲିଥିନ ଶିଟ୍‌ ତଳେ ରହୁଥିଲେ । ଗତ କିଛି ଦିନ ହେବ ସେମାନେ କୃଷକ ବଜାରରେ ଏକ ଖୋଲା ଘରେ ରହୁଛନ୍ତି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘କରୋନା ଲକଡାଉନ୍‌ ଯୋଗୁଁ ଯାନବାହନ ଚଳାଚଳ ଓ ଦୋକାନ ବଜାର ବନ୍ଦ ଥିବା ଯୋଗୁଁ ଆମେ ଫେରି କରିବାକୁ ତ କେଉଁ ଆଡ଼େ ଯାଇପାରୁ ନାହୁଁ, ଖାଇବା ପିଇବାରେ ବି ବହୁତ ହଇରାଣ ହେଉଛୁଁ,’’ କହିଛନ୍ତି ମଧ୍ୟ ପ୍ରଦେଶର ଜାମୁ ଜିଲ୍ଲାର ପଲାଇ ଗାଁରୁ ଆସିଥିବା କାରୁ ସିଂହେ ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ଲକଡାଉନ୍ ଯୋଗୁଁ ସେମାନେ ଫେରି କରିବାକୁ କୁଆଡ଼େ ଯାଇପାରୁ ନାହାଁନ୍ତି ।


ପାଖରେ ଯାହା ଟଙ୍କା ପଇସା ଥିଲା ସେଥିରେ ଦୁଃଖେ କଷ୍ଟେ ଡାଲିରେ ରୁଟି ପକେଇ କିମ୍ବା ଖିଚୁଡିଟ ତିଆରି କରି ଖାଉଛନ୍ତି ସେମାନେ । ଅର୍ଥାଭାବରୁ ଛୋଟ ଛୋଟ ପିଲାମାନଙ୍କୁ ନେଇ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଏମାନଙ୍କ ପାଖରେ ମଧ୍ୟ ପ୍ରଦେଶ ରାଜ୍ୟର ଆଧାର କାର୍ଡ଼, ଭୋଟର୍‌ ପରିଚୟ ପତ୍ର ଓ ରାସନ୍‌ କାର୍ଡ଼ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

‘‘ଆମକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଖାଦ୍ୟପେୟ ଓ ଅନ୍ୟ ସହାୟତା ପ୍ରଦାନ କରାଗଲେ ଆମେ ଉପକୃତ ହୁଅନ୍ତୁ । ଆମେ ଗରିବ ଲୋକ । ଲକଡାଉନ୍‌ ଉଠିଗଲେ ଆମେ ଆମ ରାଜ୍ୟକୁ ପଳେଇଯିବୁ । ସେତେ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ଆମ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କଲେ ଆମ ପିଲାଛୁଆ ବଞ୍ଚି ରହନ୍ତେ,’’ କହିଛନ୍ତି ପ୍ରବାସୀ ଚୁଡି଼ ବ୍ୟବସାୟୀ କମଳା ସିଂହେ ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

ପୌର ପରିଷଦର ବରିଷ୍ଠ ଅଧିକାରୀ ଡଃ ସରୋଜ ଷଡ଼ଙ୍ଗୀ କହିଛନ୍ତି ଯେ ଏହି ପ୍ରବାସୀମାନେ ଗତ ବର୍ଷ କରୋନା ସମୟରେ ଏଠାରେ ରହୁଥିଲେ ଓ ମହାମାରୀର ପ୍ରକୋପ କମିବା ପରେ ଅନ୍ୟତ୍ର ପଳାଇ ଯାଇଥିଲେ । ପୁଣି ପାଖାପାଖି ସାତ ମାସ ହେବ ସେମାନେ ଫେରି ଆସି ଏଇଠି ରହୁଛନ୍ତି ।



‘‘କରୋନା ସଂକ୍ରମଣ ରୋକିବା ନେଇ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ତଥା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ କଟକଣା ଓ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ମାଗଣା ସହାୟତା ପ୍ରଦାନ କରିବା ନେଇ ନିର୍ଦ୍ଦେଶ ଆସି ନାହିଁ । ଆସିଲେ ସେମାନଙ୍କୁ ପୂର୍ବ ବର୍ଷ ଭଳି ରନ୍ଧା ଖାଦ୍ୟ ଓ ତଥା ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ,’’ କହିଛନ୍ତି ଡଃ ଷଡ଼ଙ୍ଗୀ ।
Published by: Anand ST Das
First published: May 11, 2021, 11:36 PM IST