ପଞ୍ଜାବରେ ଫସି ରହିଥିବା ୬୯ ଜଣ ଓଡ଼ିଆ ଛାତ୍ରଛାତ୍ରୀ ସୁରକ୍ଷିତ ଫେରିଲେ; ସ୍ୱାସ୍ଥ୍ୟ ଯାଞ୍ଚ ଚାଲିଛି

ମୋଟ ୧୪୦ ଜଣ ଓଡ଼ିଆ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୯ ଜଣ ରାଜ୍ୟକୁ ଫେରିଆସିଥିବା ବେଳେ ବାକି ୭୧ ଜଣ ନିଜସ୍ବ ଉଦ୍ୟମରେ ପଞ୍ଜାବରେ ଥିବା ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କ ଘରେ ରହିଛନ୍ତି । ଫେରିଆସିଥିବା ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଯିବ ।

ପଞ୍ଜାବରେ ଫସି ରହିଥିବା ୬୯ ଜଣ ଓଡ଼ିଆ ଛାତ୍ରଛାତ୍ରୀ ସୁରକ୍ଷିତ ଫେରିଲେ; ସ୍ୱାସ୍ଥ୍ୟ ଯାଞ୍ଚ ଚାଲିଛି
ପଞ୍ଜାବରୁ ଫେରି ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବା ପରେ ଛାତ୍ରଛାତ୍ରୀମାନେ ।
  • News18 Odia
  • Last Updated: March 19, 2020, 7:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ଆତଙ୍କ ଯୋଗୁଁ ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ ରହିବ ବୋଲି ଘୋଷଣା ହେବା ପରେ ପଞ୍ଜାବରେ ଫସି ରହିଥିବା ୬୯ ଜଣ  ଓଡିଆ ଛାତ୍ରଛାତ୍ରୀ ନିଜ ରାଜ୍ୟକୁ ଫେରିଆସିଛନ୍ତି । ସେମାନେ ସମସ୍ତେ ସେଣ୍ଟ୍ରାଲ ୟୁନିଭରସିଟି ଅଫ ପଞ୍ଜାବରେ ପଢୁଥିଲେ ।

ୟୁନିଭରସିଟି କର୍ତ୍ତୃପକ୍ଷ ଏହି ଘୋଷଣା କରିବାର ତୁରନ୍ତ ୪୮ ଘଣ୍ଟା ଭିତରେ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ସେଠାରେ ପି.ଏଚ.ଡି. ଓ ଏମ.ଏସ.ସି. କରୁଥିବା ୧୪୦ ଜଣ ଓଡ଼ିଆ ଛାତ୍ରଛାତ୍ରୀ ଅଡ଼ୁଆରେ ପଡିଥିଲେ । କିଛି ଛାତ୍ରଛାତ୍ରୀ ‘ଓଡିଶା ମୋ ପରିବାର’ ସଂସ୍ଥାର ସଂଯୋଜକ ତଥା ଭଦ୍ରକ ବିଧାୟକ ସଂଜୀବ ମଲିକଙ୍କ ସହ ଟୋଲ ଫ୍ରି ନମ୍ବରରେ  ଯୋଗାଯୋଗ କରି ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦେନ କରିଥିଲେ ।

ଏହା ପରେ ସେମାନେ କିଭଳି ସୁବିଧାରେ ଫେରିବେ ସେ ନେଇ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ୧୭ ତାରିଖରେ ପଞ୍ଜାବର ଓଡିଶା ନିବାସର ଅଧିକାରୀଙ୍କ ସହିତ ଯୋଗାଯୋଗ କରି ପ୍ରଥମେ ବସରେ ଛାତ୍ରଛାତ୍ରୀମାନେ ଦିଲ୍ଲୀରେ ପହଞ୍ଚିବା ପରେ  ରେଳ ଯୋଗେ ଓଡିଶା ଫେରିଛନ୍ତି ।

ମୋଟ ୧୪୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୯ ଜଣ ଓଡିଶା ଫେରିଆସିଥିବା ବେଳେ ବାକି ୭୧ ଜଣ ନିଜସ୍ବ ଉଦ୍ୟମରେ ପଞ୍ଜାବରେ ଥିବା ସଂପର୍କୀୟ ଓ ସାଙ୍ଗସାଥୀଙ୍କ ଘରେ ରହିଥିବା ଜଣା ପଡ଼ିଛି । ଆଜି ଭୋର୍‌ ପୁରୁଷୋତ୍ତମ ଏକ୍ସପ୍ରେସରେ ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କୁ ‘ଓଡିଶା ମୋ ପରିବାର’ ପକ୍ଷରୁ ସ୍ବାଗତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ବର୍ତ୍ତମାନ ପାନ୍ଥ ନିବସରେ ରଖାଯାଇଛି । ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ନିଜ ନିଜ ଘରକୁ ପଠାଯିବ ବୋଲି କହିଛନ୍ତି ଅଧିକାରୀମାନେ । ‘ଓଡିଶା ମୋ ପରିବାର’ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀମାନେ ।
First published: March 19, 2020, 7:04 PM IST
corona virus btn
corona virus btn
Loading