ଦେଶରେ ଏ ଯାଏଁ କରୋନା ଯୋଗୁଁ ୬୮ ଜଣଙ୍କ ମୃତ୍ୟୁ ହେଲାଣି; ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦୦

ସ୍ବାସ୍ଥ୍ୟ ମନ୍ତ୍ରାଳୟ ପୁଣି ଦୋହରାଇଛି ଯେ ନିଜାମୁଦ୍ଦିନ୍ ମରକଜ ଯୋଗୁଁ ଦେଶରେ ସଂକ୍ରମଣ ବଢ଼ିଛି । ମରକଜରେ ସାମିଲ ଥିଲେ ୧୪ ରାଜ୍ୟର ଲୋକ । ମରକଜରେ ସାମିଲ ଲୋକଙ୍କ ପରିବାରକୁ ହଇରାଣ ହରକତ ନକରିବାକୁ ସ୍ବାସ୍ଥ୍ୟ ବିଭାଗ ଅନୁରୋଧ କରିଛି ।

ଦେଶରେ ଏ ଯାଏଁ କରୋନା ଯୋଗୁଁ ୬୮ ଜଣଙ୍କ ମୃତ୍ୟୁ ହେଲାଣି; ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦୦
ଦିଲ୍ଲୀରେ ମାସ୍କ ପିନ୍ଧି ଜଣେ ଯୁବତୀ ହ୍ୱାଟ୍ସଆପରେ କରୋନା ଭାଇରସ୍ ବିଷୟରେ ପଢ଼ୁଛି । (ଏ.ପି.)
  • News18 Odia
  • Last Updated: April 4, 2020, 11:37 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତରେ ଏ ପର୍ଯ୍ୟନ୍ତ କରୋନା ଭାଇରସ୍‌ କାରଣରୁ ହୋଇଥିବା ମୃତ୍ୟୁ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି । ଏଥି ସହ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦୦ରେ ପହଞ୍ଚିଛି । କର୍ଣ୍ଣାଟକ ଓ ରାଜସ୍ଥାନରେ ଆଉ ଦୁଇଟି ମୃତ୍ୟୁ ସାମନାକୁ ଆସିଛି । ଗତ ୨୪ ଘଣ୍ଟା ଭିତରେ ୫୬୨ଟି ନୂଆ ମାମଲା ସାମନାକୁ ଆସିଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଇତି ମଧ୍ୟରେ ୧୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆନ୍ଧ୍ର ପ୍ରଦେଶ, ବିହାର, ହିମାଚଳ ପ୍ରଦେଶ ଓ ତାମିଲ ନାଡୁରେ ଜଣେ ଲେଖାଏଁ ମୃତକ ଥିବା ବେଳେ ଦିଲ୍ଲୀରେ ୬, ଗୁଜରାଟରେ ୯, ଜାମ୍ମୁ ଓ କାଶ୍ମୀରରେ ୨, କର୍ଣ୍ଣାଟକରେ ୩, କେରଳରେ ୨, ମଧ୍ୟ ପ୍ରଦେଶରେ ୬ ଓ ମହାରାଷ୍ଟ୍ରରେ ଏ ପର୍ଯ୍ୟନ୍ତ ସର୍ବାଧିକ ୧୯ ଜଣ ରହିଛନ୍ତି ।

ପଞ୍ଜାବରେ ୫ ଜଣ, ତେଲେଙ୍ଗାନାରେ ୭ ଜଣ, ଉତ୍ତର ପ୍ରଦେଶରେ ୨ଜଣ ଏବଂ ପଶ୍ଚିମ ବଙ୍ଗରେ ୩ ଜଣ ଲେଖାଏଁ ମୃତକ ଅଛନ୍ତି । ୧୦୨ଟି ନୂଆ ମାମଲା ସହିତ ତାମିଲନାଡୁରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୫ ରହିଛି ।

ଦିଲ୍ଲୀରେ ୯୧ଟି ନୂଆ ମାମଲା ସହ କୋରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୮ଜଣ ନିଜାମୁଦ୍ଦିନ ମରକଜରେ ଯୋଗ ଦେଇଥିଲେ ।

ମୁମ୍ବାଇରେ ରାସ୍ତାରେ କାନ୍ଥରେ କରୋନା ବିଷୟରେ ଲେଖାଥିବା ବାର୍ତ୍ତା ପାଖ ଦେଇ ଜଣେ ଲୋକ ମାସ୍କ ପିନ୍ଧି ଚାଲିଛି । (ଗେଟି)


କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬ ଥିବା ବେଳେ କର୍ଣ୍ଣାଟକରେ ଏହି ସଂଖ୍ୟା ୧୨୪ରେ ପହଞ୍ଚିଛି । ସେହିପରି ଉତ୍ତର ପ୍ରଦେଶରେ ୧୭୨ ଓ ରାଜସ୍ଥାନରେ ୧୬୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ପୁଣି ଦୋହରାଇଛି ଯେ ନିଜାମୁଦ୍ଦିନ୍‌ ମରକଜ ଯୋଗୁଁ ଦେଶରେ ସଂକ୍ରମଣ ବଢ଼ିଛି । ମରକଜରେ ସାମିଲ ଥିଲେ ୧୪ ରାଜ୍ୟର ଲୋକ । ଦୁଇ ଦିନରେ ନିଜାମୁଦ୍ଦିନ ଫେରନ୍ତା ୬୪୭ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମରକଜରେ ସାମିଲ ଲୋକଙ୍କ ପରିବାରକୁ ହଇରାଣ ହରକତ ନକରିବାକୁ ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଅନୁରୋଧ କରିଛନ୍ତି ।
First published: April 4, 2020, 11:37 AM IST
corona virus btn
corona virus btn
Loading