ରାଜ୍ୟରେ ଆହୁରି ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ଏବେ ମୋଟ ସଂଖ୍ୟା ୧,୬୬୦ ହେଲା

ଗଞ୍ଜାମରେ ସର୍ବାଧିକ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪କୁ ବୃଦ୍ଧି ପାଇଛି । ପଞ୍ଚମ ଜିଲ୍ଲା ଭାବେ ଖୋର୍ଦ୍ଧାରେ ଶହେ ଟପିଛି ସଂକ୍ରମିତଙ୍କ ସଂଖ୍ୟା ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

#ଭୁବନେଶ୍ୱର: ରାଜ୍ୟରେ ଆଉ ୬୭ ଜ କରୋନା ଭାଇରସ୍‌ ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୬୦କୁ ବୃଦ୍ଧି ପାଇଛି । ଏହି ନୂଆ ୬୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬୫ ଜଣ କ୍ବାରେଣ୍ଟାଇନରେ ଥିଲେ । ବାକି ୨ ଜଣ ସ୍ଥାନୀୟ ଲୋକ ।

ଗଞ୍ଜାମରେ ସର୍ବାଧିକ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୩୯୪କୁ ବୃଦ୍ଧି ପାଇଛି । ସେହି ପରି ଖୋର୍ଦ୍ଧା ଓ ଯାଜପୁରରେ ୧୧ ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି । ନୟାଗଡ଼ରେ ୭ ଓ ସୁବର୍ଣ୍ଣପୁରରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁର, ଜଗତସିଂହପୁର ଓ ବଲାଙ୍ଗିରରେ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ବରଗଡ଼ ଓ କେନ୍ଦୁଝରରେ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଟେଷ୍ଟ ହୋଇଛି ୩,୦୩୭ଟି ନମୁନା । ଏ ପର୍ଯ୍ୟନ୍ତ ଟେଷ୍ଟ ହୋଇଥିବା ସମୁଦାୟ ୧ ଲକ୍ଷ ୩୯ ହଜାର ୩୧୧ ନମୁନା ମଧ୍ୟରୁ ୧,୬୬୦ଟି ପଜିଟିଭ ବାହାରିଛି । ୮୪୧ ଜଣ ଚିକିତ୍ସିତ ହେଉଛନ୍ତି, ୮୧୨ ଜଣ ସୁସ୍ଥ ହୋଇଛନ୍ତି ଓ ୭ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିର ତାଜା ମ୍ୟାପ୍


ଦେଶରେ ବଢ଼ି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗତ ୨୪ ଘଣ୍ଟାରେ ଦେଶରେ ୧୯୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୬,୫୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪,୫୩୧ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ଟପିଛି । ଏଥିରୁ ୮୬,୧୧୦ ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ ପଜିଟିଭ ସଂଖ୍ୟା ୫୬ ହଜାର ଟପିଥିବା ବେଳେ ୧,୮୯୭ଙ୍କ ମୃତ୍ୟୁ ହେଲାଣି । ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେଉଛି । ଦିନକରେ ୨୧୯୦ ଆକ୍ରାନ୍ତ ଚିହ୍ନଟ ହେବା ସହ ମହାରାଷ୍ଟ୍ରରେ ପଜିଟିଭ ସଂଖ୍ୟା ୫୬,୯୪୮କୁ ବୃଦ୍ଧି ପାଇଛି । ବଡ଼ କଥା ହେଉଛି ଏଥିରେ ୧୩୯ ଜଣ ପୋଲିସ କର୍ମୀ ଅଛନ୍ତି ।

ଗତ ୨୪ ଘଣ୍ଟାରେ ଦେଶରେ ପ୍ରାଣ ହରାଇଥିବା ୧୯୪ ଜଣଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ୧୦୫ ଜଣ ଅଛନ୍ତି । ଏ ପର୍ଯ୍ୟନ୍ତ ଗୁଜରାଟରେ ମୃତକଙ୍କ ସଂଖ୍ୟା ୯୩୮, ମଧ୍ୟ ପ୍ରଦେଶରେ ୩୧୩, ଦିଲ୍ଲୀରେ ୩୦୩ ଓ ରାଜସ୍ଥାନରେ ୧୭୩କୁ ବୃଦ୍ଧି ପାଇଛି ।

କରୋନା କବଳରେ ସାରା ବିଶ୍ବ

ସାରା ବିଶ୍ବରେ କରୋନା ଭାଇରସ ୩ ଲକ୍ଷ ୫୭ ହଜାରରୁ ଅଧିକ ଜୀବନ ନେଇସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଲକ୍ଷ ୮୧ ହଜାର ଟପିଲାଣି । ତେବେ ଆମେରିକାରେ ଗମ୍ଭୀର ରୂପ ନେଉଛି ଏହି ଭାଇରସ । ଆମେରିକାରେ ୧ ଲକ୍ଷ ୨ ହଜାରରୁ ଅଧିକ ଜୀବନ ନେଲାଣି ଏହି ମହାମାରୀ । ଏଠାରେ ଭାଇରସରେ ସଂକ୍ରମିତ ହେଲେଣି ୧୭ ଲକ୍ଷ ୪୫ ହଜାରରୁ ଅଧିକ ଲୋକ ।

ବ୍ରିଟେନରେ ମୃତ୍ୟୁ ସଂଖ୍ୟା ୩୭ ହଜାର ୪୬୦ ଥିବା ବେଳେ ଆକ୍ରାନ୍ତ ହେଲେଣି ୨ ଲକ୍ଷ ୬୭ ହଜାରରୁ ଅଧିକ ଲୋକ । ଇଟାଲୀରେ ୩୩,୦୭୨, ବ୍ରାଜିଲରେ ୨୫,୫୯୮, ସ୍ପେନରେ ୨୭,୧୧୮ ଓ ଫ୍ରାନ୍ସରେ ୨୮,୫୯୬ ଜଣ ଲୋକଙ୍କ ଜୀବନ ନେଇଛି କିଲର କରୋନା ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: