ରାଜ୍ୟରେ ଆହୁରି ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ମୋଟ ସଂଖ୍ୟା ୧,୩୩୬ ହେଲା

ଗଞ୍ଜାମରେ ନୂଆ ୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ଏବେ ସେଠାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୪୮ ହୋଇଛି । ସଂକ୍ରମିତ ଜିଲ୍ଲା ତାଲିକାର ଶୀର୍ଷରେ ଅଛି ଗଞ୍ଜାମ । ଏବେ ନୂଆପଡ଼ା କରୋନା ମ୍ୟାପରେ ସାମିଲ ହୋଇଛି ।

ରାଜ୍ୟରେ ଆହୁରି ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ମୋଟ ସଂଖ୍ୟା ୧,୩୩୬ ହେଲା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ମ୍ୟାପରେ ନୂଆ ଜିଲ୍ଲା ଭାବେ ଯୋଡ଼ି ହୋଇଛି ନୂଆପଡା । ପ୍ରାୟ ଅଢେଇ ମାସ ପରେ ନୂଆପଡ଼ାରେ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡ଼ା ସମେତ ଆଜି ୧୩ଟି ଜିଲ୍ଲାରୁ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ହୋମ କ୍ୱାରେଣ୍ଟାଇନ ଓ ୩ ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଛନ୍ତି ।

ଲୋକାଲ ଲୋକଙ୍କୁ ଚିହ୍ନଟ କରିବା ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପଲଟିଛି । ଏହି ସମୟରେ ସେମାନେ କାହା ସଂସ୍ପର୍ଶରେ ଆସିଛନ୍ତି, ତାଙ୍କ ଠାରୁ ଅନ୍ୟ କେହି ସଂକ୍ରମିତ ହୋଇଛନ୍ତି କି ଏଭଳି ଅନେକ ପ୍ରଶ୍ନ ଉଠୁଛି । ନୂଆ ୬୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ  ଆକ୍ରାନ୍ତଙ୍କ ସଂଖ୍ୟା ୧,୩୩୬ ରେ ରେ ପହଞ୍ଚିଛି । ସେଥିରୁ ୮୩୨ ଜଣ ଆକ୍ଟିଭ ଥିବା ବେଳେ ୪୯୭ ସୁସ୍ଥ ହୋଇଛନ୍ତି ଓ ମୃତ୍ୟୁ ବରଣ କରିଛନ୍ତି ୭ ଜଣ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପୁରୀରେ ସର୍ବାଧିକ ୧୬, ନୟାଗଡ଼ରେ ୧୩, ଗଞ୍ଜାମରେ ୭, ଖୋର୍ଦ୍ଧାରେ ୩, କଟକରେ ୨, ସୁନ୍ଦରଗଡ଼ରେ ୪ ,ଜଗତସିଂପୁରରେ ୧, ଅନୁଗୁଳରେ ୬, କଳାହାଣ୍ଡିରେ ୪,ବଲାଙ୍ଗୀରରେ ୭, ମାଲକାନଗିରିରେ ୨ ଓ ଢେଙ୍କାନାଳରେ ୧ ଚିହ୍ନଟ ହୋଇଛନ୍ତି।

ଓଡ଼ିଶାର ତାଜା କରୋନା ସ୍ଥିତିର ମାନଚିତ୍ର


ସବୁ ଠୁ ବଡ଼ କଥା ହେଉଛି ଯେ ଗତ କିଛି ଦିନ ଭିତରେ ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଥିବା ବେଳେ ଆଜି ଗୋଟେ ହେଲେ ଆକ୍ଟିଭ କେସ ଆସିନାହିଁ।

ଗଞ୍ଜାମରେ ନୂଆ ୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ଏବେ ମୋଟ ୩୪୮ ଜଣ ହୋଇଛନ୍ତି । ଏହା ସହ ପୂର୍ବ ପରି ସଂକ୍ରମିତ ଜିଲ୍ଲା ତାଲିକାରେ ଶୀର୍ଷରେ ରହିଛି ଗଞ୍ଜାମ । ପୁରୀରେ ୧୬ ଆକ୍ରାନ୍ତ ସହ ମୋଟ ସଂଖ୍ୟା ୮୧, ଖୋର୍ଦ୍ଧାରେ ୩ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୮୭, ନୟାଗଡ଼ରେ ୧୩ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୪୫, ଜଗତସିଂହପୁରରେ ଜଣେ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୩୧, ସୁନ୍ଦରଗଡ଼ରେ ୪ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୩୭, କଳାହାଣ୍ଡିରେ ୪ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୧୭, ବଲାଙ୍ଗିରରେ ୭ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୧୬, ଅନୁଗୁଳରେ ୬ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୨୫, ମାଲକାନଗିରିରେ ୨ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୮, ଢେଙ୍କାନାଳରେ ଜଣେ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୩ ଓ କଟକରେ ୨ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୫୯ ହୋଇଛି ।

ତେବେ ଏହି ସପ୍ତାହ ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୫୦୮ରେ । ଏହି ସମୟରେ ୫ଟି ନୂଆ ଜିଲ୍ଲା ବି ସଂକ୍ରମିତ ଜିଲ୍ଲା ତାଲିକାରେ ଯୋଡ଼ି ହୋଇଛନ୍ତି । ତେବେ ମାସକ ମଧ୍ୟରେ ଆକ୍ରାନ୍ତଙ୍କ  ସଂଖ୍ୟା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି।

ମାର୍ଚ୍ଚ ୧୬ରେ ରାଜ୍ୟରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୩୦ ସୁଦ୍ଧା ୧୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କେବଳ ମେ ମାସରେ ଆଜି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧,୧୯୩ରେ । ସେହି ପରି ଏହି ମାସରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୫୬ ହୋଇଛି । କେବଳ ମେ ମାସରେ ୬ଜଣଙ୍କର ଜୀବନ ଯାଇଛି ଏହି ମହାମାରୀରେ।

ମେ ମାସରେ ସ୍ୱାବ ପରୀକ୍ଷାକୁ ବ୍ୟାପକ କରାଯାଇଛି । ମାର୍ଚ୍ଚରୁ ଏପ୍ରିଲ ସୁଦ୍ଧା ମାତ୍ର ୩୪,୦୦୦ ସ୍ୱାବ ପରୀକ୍ଷା ହୋଇଥିବା ବେଳେ ମେ ମାସରେ ୮୭,୦୦୦ ସ୍ୱାବ ପରୀକ୍ଷା କରାଯାଇଛି । ଓଡିଶାକୁ ପ୍ରବାସୀଙ୍କ ଆଗମନ ସଂଖ୍ୟା ବି ବଢ଼ିବାରେ ଲାଗିଛି । ସବିଶେଷ ରିପୋର୍ଟ ଅନୁସାରେ ଗତ କାଲି ୧୩,୮୫୧ ଜଣ ଓଡିଶାକୁ ଫେରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୩୭ ହଜାର ୬୯୮ ଜଣ ପ୍ରବାସୀ ଓଡିଶା ଫେରିଲେଣି । ପୂର୍ବରୁ ୫ ଲକ୍ଷ ପ୍ରବାସୀ ଫେରିବା ନେଇ ସରକାରଙ୍କ ପକ୍ଷରୁ ଆକଳନ କରାଯାଉଥିବା ବେଳେ  ସରକାରଙ୍କ ପ୍ରସ୍ତୁତିକୁ ଦେଖିଲେ ସଂଖ୍ୟା ଢେର ବଢ଼ିପାରେ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫,୮୯୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭ ଲକ୍ଷ ୨ ହଜାର ୯୦୦ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି: ‘‘ଦୁଇ ସପ୍ତାହ ହେବ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେ ବି ନିୟନ୍ତ୍ରଣାଧୀନ ରହିଛି । ଲୋକଙ୍କ ପୂର୍ଣ୍ଣ ସହଯୋଗ ଯୋଗୁଁ ଏହା ସଫଳ ହୋଇପାରିଛି ।ଏ କ୍ଷେତ୍ରରେ ସରପଞ୍ଚ ଓ ଏସଏଚଜି ମହିଳାମାନଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ।’’

ବର୍ତ୍ତମାନ ବି ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇ ନ ଥିବା ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ତେଣୁ ଆଗକୁ ଏଭଳି ସହଯୋଗର ଆବଶ୍ୟକତା ରହିଥିବା ସେ କହିଛନ୍ତି । ଅନ୍ୟତମ ନୂଆ ଜିଲ୍ଲା ଭାବେ ବରଗଡ଼ରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଥିଲେ ବି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇନି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: 
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 24, 2020, 3:13 PM IST
corona virus btn
corona virus btn
Loading