ଭାରତରେ ୬୫୯୪ ନୂଆ କରୋନା ମାମଲା ଚିହ୍ନଟ
News18 Odia Digital
Corona Update: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ହାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତ ମଙ୍ଗଳବାର ଦିନ ୬,୫୯୪ ନୂଆ କୋଭିଡ ମାମଲା ଚିହ୍ନଟ ହୋଇଛି। ଯାହା ପୂର୍ବ ଦିନର ୮,୦୮୪ ସଂକ୍ରମଣ ତୁଳନାରେ ୧୮.୪ ପ୍ରତିଶତ କମ୍ ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଡିସଚାର୍ଜ ହୋଇଥିବା ରୋଗୀମାନଙ୍କ ସହିତ ଦେଶର ସାମଗ୍ରିକ ପୁନରୁଦ୍ଧାର ହାର ପ୍ରାୟ ୯୮.୬୭ ପ୍ରତିଶତକୁ ବୃଦ୍ଧି ପାଇଛି ଓ ମୋଟ ପୁନରୁଦ୍ଧାର ତଥ୍ୟ ୪, ୨୬,୬୧,୩୭୦ରେ ପହଞ୍ଚିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଆଜି ଦର୍ଶାଇଛି ଯେ ଭାରତରେ କରୋନାର ସକ୍ରିୟ ମାମଲା ୫୦,୫୪୮କୁ ବୃଦ୍ଧି ପାଇଛି।
ମନ୍ତ୍ରଣାଳୟ କହିଛି ଯେ ସକ୍ରିୟ ସଂକ୍ରମଣରେ ମୋଟ ସଂକ୍ରମଣର ୦.୧୦ ପ୍ରତିଶତ ରହିଛି। ଭାରତରେ କରୋନା ମହାମାରୀ ହେତୁ ପ୍ରଥମ ମୃତ୍ୟୁ ମାର୍ଚ୍ଚ ୨୦୨୦ରେ ଘଟିଥିଲା।
ICMR ପରୀକ୍ଷା:
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଅନୁଯାୟୀ, କରୋନା ପାଇଁ ଜୁନ୍ ୧୩ ପର୍ଯ୍ୟନ୍ତ ୮୫.୫୪ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୩,୨୧,୮୭୩ ନମୁନା ସୋମବାର ପରୀକ୍ଷା କରାଯାଇଥିଲା।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।