ଭ୍ୟାକ୍ସିନରୁ ଏପର୍ଯ୍ୟନ୍ତ ୬୦୦ ଜଣଙ୍କୁ ସାଇଡ ଇଫେକ୍ଟ; ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ: ଏହା ସ୍ୱାଭାବିକ
କରୋନା ଟୀକାକରଣ ପରେ (Corona Vaccination) ଦେଖାଯାଉଥିବା ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଆଲୋଚନା କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ (Dr. Harsh Vardhan) କହିଛନ୍ତି ଯେ ଟିକା (Vaccine) ସମ୍ପୂର୍ଣ୍ଣ ସୁରକ୍ଷିତ ଓ ପ୍ରଭାବଶାଳୀ ।

ଭେକସିନରୁ ଏପର୍ଯ୍ୟନ୍ତ ୬୦୦ ଜଣଙ୍କୁ ସାଇଡ ଇଫେକ୍ଟ
- News18 Odia
- Last Updated: January 21, 2021, 6:00 PM IST
ନୂଆ ଦିଲ୍ଲୀ: ଦେଶରେ କରୋନାର (Corona) ଯୁଦ୍ଧ ଜିତିବାକୁ ୧୬ ଜାନୁୟାରୀରୁ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି । ଆଜି କରୋନା ଟୀକାକରଣର ପ୍ରଥମ ପର୍ଯ୍ୟାୟର ଷଷ୍ଠ ଦିନ ଓ ଏପର୍ଯ୍ୟନ୍ତ ୬.୩୧ ଲକ୍ଷ କରୋନା ୱାରିୟର୍ସଙ୍କୁ ଟୀକାକରଣ କରାଯାଇଛି । ଏହି ସମୟରେ ଖବର ଆସିଛି ଯେ ଦେଶର ପ୍ରାୟ ୬୦୦ ଲୋକ କରୋନା ଟିକା ନେବା ଯୋଗୁଁ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଛି । କେତେକ ରାଜ୍ୟରୁ କରୋନା ଟୀକାକରଣ ନେବା ଯୋଗୁଁ ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।
ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଯଦି କରୋନାକୁ ମୂଳରୁ ଉପାଡି ଫିଙ୍ଗିବାକୁ ଚାହୁଁଛନ୍ତି ତେବେ ଟିକା ଲଗାଇବା ଆବଶ୍ୟକ । ରାଜନୈତିକ ଫାଇଦା ନେବାକୁ କିଛି ଲୋକ ଟୀକାକରଣ ବିଷୟରେ ଭୁଲ ତଥ୍ୟ ବିସ୍ତାର କରୁଛନ୍ତି ଏହା ଦୁର୍ଭାଗ୍ୟଜନକ । ସେ କହିଛନ୍ତି ଯେ ଏହାର ପ୍ରଭାବ ଅନେକ ସ୍ଥାନରେ ଦେଖାଯାଇଛି ଓ କିଛି ଲୋକ ଟୀକାକରଣ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ସରକାର କାହାର ସ୍ୱାସ୍ଥ୍ୟ ସହିତ ଆଦୌ ଖେଳିବେ ନାହିଁ । ସମସ୍ତଙ୍କୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ ।
୧୬ ଜାନୁଆରୀରେ ପ୍ରଧାନ ମନ୍ତ୍ରୀ ମୋଦୀ ଟୀକାକରଣ ଅଭିଯାନ ଆରମ୍ଭ କରିଥିଲେ