କରୋନା ବଢ଼ାଉଛି ଚିନ୍ତା: ଭୁବନେଶ୍ୱରରେ ୬୦ ଓ କଟକରେ ୧୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ୬୦ ଜଣ ପଜିଟିଭଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୨୦ ଜଣ ସ୍ଥାନୀୟ ବାସିନ୍ଦା । ଏମାନଙ୍କୁ ମିଶାଇ ଭୁବନେଶ୍ବରରେ କରୋନା ପଜିଟିଭ ସଂଖ୍ୟା ୯୧୯କୁ ବୃଦ୍ଧି ପାଇଛି ।

କରୋନା ବଢ଼ାଉଛି ଚିନ୍ତା: ଭୁବନେଶ୍ୱରରେ ୬୦ ଓ କଟକରେ ୧୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଲେ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କରୋନା ଭାଇରସ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରୟାସ ସତ୍ତ୍ୱେ ରାଜଧାନୀ ଭୁବନେଶ୍ୱର ଓ ନିକଟବର୍ତ୍ତୀ କଟକ ସହରରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଆଜି ଭୁବନେଶ୍ବରରେ ଆଉ ୬୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୦ ଜଣ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ନୂଆ ଚିହ୍ନଟ ହୋଇଥିବା ଏହି ୬୦ ଜଣ ପଜିଟିଭଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୨୦ ଜଣ ସ୍ଥାନୀୟ ବାସିନ୍ଦା । ଏମାନଙ୍କୁ ମିଶାଇ ଆଜି ଭୁବନେଶ୍ବରରେ କରୋନା ପଜିଟିଭ ସଂଖ୍ୟା ୯୧୯କୁ ବୃଦ୍ଧି ପାଇଛି । ଏ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ୪୦୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୫୦୪ ଜଣ ଚିକିତ୍ସାଧୀନ ଅଛନ୍ତି । ଆଜି ୧୮ ଜଣ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରେ ନୂଆ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ଏକ ସରକାରୀ ହସ୍ପିଟାଲର ତିନି ଜଣ ପୁରୁଷ କର୍ମଚାରୀ,ଏକ କେନ୍ଦ୍ରୀୟ ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ, ଆଚାର୍ଯ୍ୟ ବିହାର ବିଶ୍ବେଶ୍ବର ବସ୍ତି ଓ ଜୟଦେବ ବିହାରରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ଭୀମଟାଙ୍ଗୀ ଅଞ୍ଚଳର ଜଣେ ଘରୋଇ ହସ୍ପିଟାଲ କର୍ମଚାରୀ,‌ ନୟାପଲ୍ଲୀ ବେହେରା ସାହିରୁ ଜଣେ, ସାଲିଆ ସାହିରୁ ଚାରି ଜଣ ଏବଂ ଜାଗମରା, ବମିଖାଲ, ପଟିଆ ଓ ନୟାପଲ୍ଲୀ IRC ଭିଲେଜରୁ ଜଣେ ଲେଖାଏଁ, ଏବଂ ଶ୍ୟାମପୁର ଓ ଘାଟିକିଆ ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କଟକରେ ସହରର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଛନ୍ତି ।


ଭୁବନେଶ୍ବର ପରି କଟକରେ ବି କାୟା ମେଲାଇ ଚାଲିଛି କରୋନା ଭାଇରସ୍ । ଆଜି କଟକ ମହାନଗର ନିଗମ ଅଞ୍ଚଳରେ ନୂଆ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସରକାରୀ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ୫ ଜଣ,  ପେଡ୍‌ କ୍ବାରେଣ୍ଟାଇନରୁ ଜଣେ ଏବଂ ହୋମ୍‌ କ୍ବାରେଣ୍ଟାଇନରେ ଥିବା ୧୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହା ସହ କଟକ ସହରରେ କରୋନା ପଜିଟିଭ୍‌ ସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି । ଏହି ୩୧୪ କରୋନା ପଜିଟିଭଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ସାତ ଜଣଙ୍କ ମୃତ୍ୟୁ ଘଟିଛି, ୧୫୭ ସୁସ୍ଥ ହୋଇ ଫେରିଛନ୍ତି ଓ ୧୫୦ ଜଣ ଚିକିତ୍ସାଧୀନ ଅଛନ୍ତି ।

ଏହା ବି ପଢ଼ନ୍ତୁ: ରିୟା ଚକ୍ରବର୍ତ୍ତୀଙ୍କୁ ବଳାତ୍କାର ଓ ହତ୍ୟା ଧମକ ମିଳୁଛି; ସାଇବର୍ କ୍ରାଇମ୍ ସେଲ୍‌ରୁ ସାହାଯ୍ୟ ମାଗିଲେ

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତ ଡିପ୍ରେସନର ଚିକିତ୍ସା ପାଇଁ ହିନ୍ଦୁଜା ହସପିଟାଲରେ ୭ ଦିନ ଭର୍ତ୍ତି ହୋଇଥିଲେ

ରାଜ୍ୟରେ ଗତ ଦୁଇ ସପ୍ତାହରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଡବଲ୍‌ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ବଢ଼ି ଚାଲିଥିବା ସ୍ଥାନୀୟ ସଂକ୍ରମଣ ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି ।
Published by: Anand Shankar Thankur Das
First published: July 16, 2020, 6:48 PM IST
corona virus btn
corona virus btn
Loading