NEET ଓ JEE ପରୀକ୍ଷା ଉପରେ ଆଦେଶକୁ ୬ଟି ରାଜ୍ୟର ଶିକ୍ଷା ମନ୍ତ୍ରୀ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲେ

ଏହା ପୂର୍ବରୁ କଂଗ୍ରେସ ନେତା ରାହୁଳ ଗାନ୍ଧୀ, ପଶ୍ଚିମ ବଙ୍ଗ CM ମମତା ବାନାର୍ଜୀ, ଓଡ଼ିଶା CM ନବୀନ ପଟ୍ଟନାୟକ ଓ DMK ସଭାପତି ଏମ.କେ. ଷ୍ଟାଲିନଙ୍କ ସମେତ ଅନେକ ବିରୋଧୀ ଦଳ ନେତା ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରିଥିଲେ ।

NEET ଓ JEE ପରୀକ୍ଷା ଉପରେ ଆଦେଶକୁ ୬ଟି ରାଜ୍ୟର ଶିକ୍ଷା ମନ୍ତ୍ରୀ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 28, 2020, 1:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସୁପ୍ରିମ କୋର୍ଟ NEET ଓ JEE ପରୀକ୍ଷା କରାଇବାକୁ କେନ୍ଦ୍ର ସରକାରଙ୍କୁ ଦେଇଥିବା ଅନୁମତିକୁ ଛଅଟି ରାଜ୍ୟର ସରକାର ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଏହି ଛଅଟି ରାଜ୍ୟ ପରୀକ୍ଷା କରାଇବା ପାଇଁ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ଏକ ସମୀକ୍ଷା ଆବେଦନ ଦାୟର କରିଛନ୍ତି ।

ଏହା ପୂର୍ବରୁ କଂଗ୍ରେସ ନେତା ରାହୁଳ ଗାନ୍ଧୀ, ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଡିଏମକେ ସଭାପତି ଏମ.କେ. ଷ୍ଟାଲିନଙ୍କ ସମେତ ଅନେକ ବିରୋଧୀ ଦଳ ନେତା ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରିଥିଲେ ।

ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ପଞ୍ଜାବ ଓ ରାଜସ୍ଥାନ ସରକାରଙ୍କ ମନ୍ତ୍ରୀମାନେ NEET ଓ JEE ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରି ସୁପ୍ରିମ କୋର୍ଟରେ ଏକ ସମୀକ୍ଷା ଆବେଦନ ଦାୟର କରିଛନ୍ତି । ବିଶେଷ କଥା ହେଉଛି ଯେ ଏହି ସମସ୍ତ ମନ୍ତ୍ରୀ ସେମାନଙ୍କର ବ୍ୟକ୍ତିଗତ କ୍ଷମତାରେ ଏହି ଆବେଦନ କରିଛନ୍ତି । ଏହି ଆବେଦନରେ କୁହାଯାଇଛି ଯେ କରୋନା ସଂକ୍ରମଣ କାରଣରୁ ସରକାର ଏ ପର୍ଯ୍ୟନ୍ତ ପରୀକ୍ଷା ଆୟୋଜିତ କରିବା ସ୍ଥିତିରେ ନାହାଁନ୍ତି । ସେମାନେ କହିଛନ୍ତି ଯେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ କରୋନାରେ ସଂକ୍ରମିତ ହୋଇପାରନ୍ତି ଓ ପରୀକ୍ଷା ଦ୍ୱାରା କରୋନା ସଂକ୍ରମଣ ବ୍ୟାପିପାରେ ।

NEET ପରୀକ୍ଷା ୧୩ ସେପ୍ଟେମ୍ବରରେ ହେବାକୁ ଅଛି ।


NEET ପରୀକ୍ଷା ୧୩ ସେପ୍ଟେମ୍ବରରେ ହେବାକୁ ଥିବା ବେଳେ JEE ପରୀକ୍ଷା ୧ରୁ ୯ ସେପ୍ଟେମ୍ବର ମଧ୍ୟରେ ହେବାକୁ ଅଛି । ଏହା ପୂର୍ବରୁ ସୁପ୍ରିମ କୋର୍ଟ ପରୀକ୍ଷା ପରିଚାଳନା ପାଇଁ କେନ୍ଦ୍ର ସରକାରଙ୍କୁ ସବୁଜ ସଙ୍କେତ ଦେଇଥିଲେ । ବର୍ତ୍ତମାନ ଦାଖଲ ହୋଇଥିବା ଆବେଦନରେ ସୁପ୍ରିମ କୋର୍ଟଙ୍କୁ ଏହାର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରାଯାଇଛି । ଏହି ଆବେଦନପତ୍ର ଦାଖଲକାରୀଙ୍କ ମଧ୍ୟରେ ପଶ୍ଚିମ ବଙ୍ଗର ମନ୍ତ୍ରୀ ମଳୟ ଘଟକ, ଝାଡ଼ଖଣ୍ଡର ମନ୍ତ୍ରୀ ରାମେଶ୍ୱର ଓରାଓଁ, ରାଜସ୍ଥାନର ରଘୁ ଶର୍ମା, ଛତିଶଗଡ଼ର ଅମରଜିତ ଭାଗବତ, ପଞ୍ଜାବର ବଲବୀର ସିଂ ସିଦ୍ଧୁ ଓ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ରବିନ୍ଦ୍ର ସାମନ୍ତ ଅଛନ୍ତି ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ପରିବାର ପଚାରିଲା ‘କୋଠରୀ କାହିଁକି ସିଲ୍ କଲାନି ପୋଲିସ? ରଙ୍ଗ କାହିଁକି କରାଗଲା?’

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏହା ପୂର୍ବରୁ ସୁପ୍ରିମ କୋର୍ଟ JEE ମେନ୍ସ ଓ NEET ପରୀକ୍ଷା ସ୍ଥଗିତ ରଖିବା ପାଇଁ ଆସିଥିବା ଆବେଦନକୁ ଖାରଜ କରିଦେଇଥିଲେ ଓ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ମୂଲ୍ୟବାନ ଶିକ୍ଷାବର୍ଷକୁ ନଷ୍ଟ କରାଯାଇପାରିବ ନାହିଁ । କୋଭିଡ-୧୯ ମହାମାରୀ ଓ କେତେକ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସ୍ଥଗିତ ରଖିବାକୁ କଂଗ୍ରେସ ଓ କିଛି ବିରୋଧୀ ଦଳ ଦାବି କରିଛନ୍ତି । ହେଲେ ଉପଯୁକ୍ତ ସତର୍କତା ଅବଲମ୍ବନ କରି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।



କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଏହି ପରୀକ୍ଷା ଦୁଇ ଥର ସ୍ଥଗିତ ରଖାଯାଇଛି । JEE Mains ପରୀକ୍ଷା ମୂଳତଃ ଏପ୍ରିଲ ୭ରୁ ୧୧ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏହାକୁ ଜୁଲାଇ ୧୮ରୁ ୨୩କୁ ଘୁଞ୍ଚାଇ ଦିଆଯାଇଥିଲା । NEET ପରୀକ୍ଷା ମୂଳତଃ ମେ ୩ରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏହାକୁ ଜୁଲାଇ ୨୬କୁ ଘୁଞ୍ଚାଇ ଦିଆଯାଇଥିଲା । ଏହି ଦୁଇଟି ପରୀକ୍ଷାକୁ ପୁଣି ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି ।
Published by: Anand Shankar Thankur Das
First published: August 28, 2020, 1:37 PM IST
corona virus btn
corona virus btn
Loading