News18 Odia Digital
ଭୁବନେଶ୍ୱର: ଓଡ଼ିଶାରେ କରୋନା ଭାଇରସ୍ (COCID-19) ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଡାକ୍ତରୀ ଅମ୍ଳଜାନ (medical oxygen) ଯୋଗାଇଦେବା ଓ ଲୋକଙ୍କ କରୋନା ପରୀକ୍ଷା ପାଇଁ ଦୁଇଟି ବଡ଼ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଶୀଘ୍ର ଛଅଟି ଡାକ୍ତରୀ ଅମ୍ଳଜାନ କାରଖାନା ଓ ୧୬ଟି ଜିଲ୍ଲାରେ RTPCR ପରୀକ୍ଷା କେନ୍ଦ୍ର (RTPCR laboratory) ନିର୍ମିତ ହେବାକୁ ଯାଉଛି ।
ଡାକ୍ତରୀ ଅମ୍ଳଜାନର (medical oxygen) ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (DRDO) ରାଜ୍ୟରେ ସାତୋଟି ଅମ୍ଳଜାନ କାରଖାନା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…‘‘ଏହି ଅମ୍ଳଜାନ କାରଖାନାଗୁଡ଼ିକ ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟ ଜିଲ୍ଲାରେ ନିର୍ମିତ ହେବ । ଏହି କାରଖାନାଗୁଡ଼ିକର ସିଭିଲ୍ ଓ ବୈଦ୍ୟୁତିକ କାର୍ଯ୍ୟ NHAI ଦ୍ୱାରା କରାଯିବ ଓ DRDO ଏଗୁଡ଼ିକର ବୈଷୟିକ ଦିଗ ପ୍ରତି ଦୃଷ୍ଟି ଦେବ,’’ କହିଛନ୍ତି ଜାତୀୟ ରାଜପଥ ପ୍ରାଧିକରଣର (NHAI) ଓଡ଼ିଶା ସିଜିଏମ୍ ରାମ ପ୍ରସାଦ ପଣ୍ଡା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା
RTPCR ଲ୍ୟାବ୍ ତିଆରି କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଏହି ଅମ୍ଳଜାନ କାରଖାନାଗୁଡ଼ିକ DRDOର ଏକ ବୃହତ ପଦକ୍ଷେପର ଏକ ଅଂଶ । DRDO ନିଜ ସ୍ୱଦେଶୀ ବିକଶିତ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ତିନି ମାସ ମଧ୍ୟରେ ଦେଶରେ ୫୦୦ ମେଡିକାଲ ଅମ୍ଳଜାନ କାରଖାନା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଏହି ବଲିଉଡ୍ ସେଲିବ୍ରିଟିମାନଙ୍କ ଫିଟନେସ୍ ମନ୍ତ୍ର ହେଉଛି ଯୋଗ; ସେମାନେ ଦିନ ଆରମ୍ଭ କରନ୍ତି ଯୋଗରୁପଣ୍ଡା କହିଛନ୍ତି ଯେ ବୌଦ୍ଧ ଓ କଟକରେ କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । କାରଖାନା ନିର୍ମାଣ ସରିବା ପରେ ପ୍ରତ୍ୟେକ କାରଖାନା ପ୍ରତି ମିନିଟରେ ୧,୦୦୦ ଲିଟର (LPM) ଅମ୍ଳଜାନ ଉତ୍ପାଦନ କରିବ । ସେଠାରୁ ପାଇପଲାଇନ ମାଧ୍ୟମରେ ଡାକ୍ତରଖାନାଗୁଡ଼ିକୁ ଏହି ଜୀବନ ରକ୍ଷାକାରୀ ଗ୍ୟାସ୍ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!ରାଜ୍ୟର ୧୬ଟି ଜିଲ୍ଲାରେ RTPCR ଲ୍ୟାବ୍ ତିଆରି କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ଦ୍ବାରା ସଂକ୍ରମିତ ଲୋକଙ୍କ ଚିହ୍ନଟ ଓ ଚିକିତ୍ସା ତ୍ବରାନ୍ବିତ ହୋଇପାରି ବୋଲି ମୁଖ୍ୟ ମନ୍ତୀ ଆଶା ବ୍ୟକ୍ତ କରିଛନ୍ତି । ଏହି ୧୬ଟି ଜିଲ୍ଲା ହେଉଛନ୍ତି ଭଦ୍ରକ, ବୌଦ୍ଧ, ଢେ଼ଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, ସୋନପୁର, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା ଓ ବରଗଡ଼ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବାପା ହେବାକୁ ଯାଉଛନ୍ତି ପ୍ୟାଟ୍ କମିନ୍ସ; ତାଙ୍କ ପ୍ରେମିକା ଏହି ଖୁସି ଖବର ଶୁଣାଇଲେ!ଏହି ଜିଲ୍ଲାଗୁଡ଼ିକର ସଦର ମହକୁମାରେ ଗୋଟିଏ ଗୋଟିଏ RTPCR ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ହେବ । ଏହି ଟେଷ୍ଟିଂ ସେଣ୍ଟରଗୁଡି଼କ ପ୍ରତି ଦିନ ଲୋକଙ୍କୁ ସେବା ଯୋଗାଇବ । ଏଥି ପାଇଁ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ମାଇକ୍ରୋବାୟୋଲୋଜିଷ୍ଟ୍ (microbiologist) ଓ ତିନି ଜଣ ଲ୍ୟାବ୍ ଟେକ୍ନିସିଆନଙ୍କୁ ନିଯୁକ୍ତି ମିଳିବ ବୋଲି କହିଛନ୍ତି ସରକାର ।
ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ ମୁକାବିଲାର ସମୀକ୍ଷା କରିଛନ୍ତି । ବୟସ୍କ, ମହିଳା ଓ ଦୁର୍ବଳ ରୋଗୀଙ୍କ ଟିକାକରଣକୁ ନବୀନ ଗୁରୁତ୍ବ ଦେଇଛନ୍ତି । ହସ୍ପିଟାଲଗୁଡ଼ିକରେ ଅଗ୍ନି ନିରାପତ୍ତା ଓ ଅକ୍ସିଜେନ ବ୍ୟବସ୍ଥା ପାଇଁ ବି ସେ ନିର୍ଦ୍ଦେଶ ଦେଇଛନ୍ତି ଓ କହିଛନ୍ତି ଯେ ଅଧିକ ସଂକ୍ରମିତ ଅଞ୍ଚଳରେ ଟେଷ୍ଟି, ଟ୍ରେସିଂ ଓ କଣ୍ଟେନମେଣ୍ଟକୁ ଉପରେ ଅଧିକ ଧ୍ୟାନ ଦିଆଯାଉ। ଡାକ୍ତରଙ୍କଠାରୁ ICU ଓ HDU ନେଇ ପ୍ରତ୍ୟକ୍ଷ ପରାମର୍ଶ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସେ ।
ଘରୋଇ ହସ୍ପିଟାଲଗୁଡ଼ିକରେ ନିର୍ଦ୍ଧାରିତ ଦରରେ ଚିକିତ୍ସା ସୁନିଶ୍ଚିତ କରିବା ସହ କୋଭିଡ ହସ୍ପିଟାଲରେ ହେଲ୍ପଲାଇନ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ରୋଗୀଙ୍କ ପରିବାରକୁ ରୋଗୀଙ୍କ ଅବସ୍ଥା ବିଷୟରେ ନିୟମିତ ଜଣାଇବା ବ୍ୟବସ୍ଥା କରିବାକୁ କୁହାଯାଇଛି । ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଃସ୍ଥ ଲୋକଙ୍କୁ ସହାୟତା ଦେବାକୁ ମଧ୍ୟ କହିଛନ୍ତି ନବୀନ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।