Omicron: ମହାରାଷ୍ଟ୍ରରେ ହାଇ-ରିସ୍କ ଦେଶରୁ ଫେରିଥିବା ୬ ଜଣ ଲୋକ ସଂକ୍ରମିତ ହେଲେ; ବଢ଼ିଲା ଚିନ୍ତା

Six Maharashtra people back from high-risk countries test positive for Coronavirus | କରୋନା ଭାଇରସର ନୂଆ ରୂପ ଓମିକ୍ରନ୍ ସମ୍ବନ୍ଧରେ ଗବେଷଣାକୁ ତ୍ୱରାନ୍ୱିତ କରିବା ଓ ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ଉପରେ ନଜର ରଖିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଦେଶର ସବୁ ବିମାନବନ୍ଦର ଓ ସମୁଦ୍ର ବନ୍ଦରରେ କଡ଼ା ସଜାଗତା ଜାରି ରହିଛି । (ପ୍ରତୀକାତ୍ମକ ଛବି)

ଦେଶର ସବୁ ବିମାନବନ୍ଦର ଓ ସମୁଦ୍ର ବନ୍ଦରରେ କଡ଼ା ସଜାଗତା ଜାରି ରହିଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ଓ ଅନ୍ୟାନ୍ୟ ବିପଦପୂର୍ଣ୍ଣ ଦେଶରୁ (High Risk Countries) ମହାରାଷ୍ଟ୍ରକୁ ଫେରିଥିବା ଛଅ ଜଣ ଯାତ୍ରୀ କରୋନା ଭାଇରସ୍ (Coronavirus) ସଂକ୍ରମିତ ହୋଇଥିବା ଜଣାପଡି଼ଛି । କରୋନା ଭାଇରସର ଓମିକ୍ରନ୍ ଭ୍ୟାରିଆଣ୍ଟ୍‌ (Omicron) ଯୋଗୁଁ ଏହି ଲୋକମାନେ ସଂକ୍ରମିତ ହୋଇଥିବା ଜାଣି ପ୍ରଶାସନର ଚିନ୍ତା ବଢ଼ିଚାଲିଛି ।

ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ ମୁମ୍ବାଇ, କଲ୍ୟାଣ-ଡୋମ୍ବିଭାଲୀ, ମୀରା ଭାୟନ୍ଦର ଓ ପୁଣେରେ ଜଣେ ଜଣେ, ଏବଂ ପିମ୍ପ୍ରି ଚିଞ୍ଚୱାଡରେ ନାଇଜେରିଆରୁ ଫେରିଥିବା ଦୁଇ ଜଣ ଅଛନ୍ତି । ମହାରାଷ୍ଟ୍ରର ଜନ ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇ କହିଛି ଯେ ଏହି ସବୁ ଲୋକମାନଙ୍କ ନମୁନା ଜିନୋମ୍‌ ସିକ୍ୱେନ୍ସ ପାଇଁ ପଠାଯାଇଛି ଓ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ସଂକ୍ରମିତ ହୋଇଥିବା ଏହି ସବୁ ଯାତ୍ରୀଙ୍କଠାରେ ସଂକ୍ରମଣର ଲକ୍ଷଣ ସାମାନ୍ୟ କିମ୍ବା ଆଦୌ ନାହିଁ ବୋଲି ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କଙ୍ଗନା ରାଣାୱତଙ୍କ ନୂଆ ବୋଲ୍ଡ ଅବତାରର ଫଟୋ ସବୁ ଦେଖି ତାଙ୍କୁ ଫ୍ୟାନମାନେ ଟ୍ରୋଲ୍ କରୁଛନ୍ତି

କରୋନା ଭାଇରସର ନୂଆ ରୂପ ଓମିକ୍ରନ୍ ସମ୍ବନ୍ଧରେ ଗବେଷଣାକୁ ତ୍ୱରାନ୍ୱିତ କରିବା ଓ ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ଉପରେ ନଜର ରଖିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ ଏମିତି ନୁହେଁ ଯେ SARS-CoV-2ର ଓମିକ୍ରନ୍ ରୂପ ଆର୍‌.ଟି.ପି.ସି.ଆର୍‌. ଟେଷ୍ଟ୍‌ ଓ ଆର୍‌.ଏ.ଟି. ଟେଷ୍ଟରେ ଚିହ୍ନଟ ହୋଇପାରିବ ନାହିଁ । କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ ଦେଶରେ ଓମିକ୍ରନ୍ ଭ୍ୟାରିଆଣ୍ଟର କୌଣସି ମାମଲା ସାମ୍ନାକୁ ଆସିନାହିଁ ।

ଏହା ବି ପଢ଼ନ୍ତୁ | କ୍ରିକେଟର୍ଶୋଏବ୍ଅଖତରଙ୍କୁ ଅପମାନିତ କରୁଥିଲେ ଦୁଇ ଜଣ ମହିଳା; ସେ କହିଲେ, ‘‘ତାଙ୍କ କଥା ଶୁଣି…’’

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ମଙ୍ଗଳବାର ଦିନ ସଂସଦରେ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭୂତାଣୁର ନୂଆ ରୂପ ଓମିକ୍ରନର କୌଣସି ମାମଲା ରିପୋର୍ଟ ହୋଇନାହିଁ । ସେ କହିଛନ୍ତି ଯେ ସରକାର ଏହା ଯେମିତି ଦେଶକୁ ନ ଆସିବ ତାହା ସୁନିଶ୍ଚିତ କରିବା ପାଇଁ ସବୁ ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି । ବିଶ୍ୱର ଘଟଣାବଳୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ପରିପ୍ରେକ୍ଷୀରେ ଏକ ପରାମର୍ଶ ଜାରି କରିଛନ୍ତି ଏବଂ ବିମାନବନ୍ଦର ଓ ସମୁଦ୍ର ବନ୍ଦରରେ କଡ଼ା ସଜାଗତା ଜାରି ରହିଛି ବୋଲି ସେ ରାଜ୍ୟସଭାରେ କହିଛନ୍ତି ।



ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବେଶୀ ମୋଟି ହୋଇଯାଉଥିବାରୁ ଏହି ଅଭିନେତ୍ରୀଙ୍କୁ 'Body Shaming' ସାମ୍ନା କରିବାକୁ ପଡି଼ଥିଲା

ସନ୍ଦିଗ୍ଧ ମାମଲାଗୁଡ଼ିକର ଜିନୋମ ସିକ୍ୱେନସିଂ ମଧ୍ୟ କରାଯାଉଛି ବୋଲି କହିଛନ୍ତି ମାଣ୍ଡଭିଆ । ସେ କହିଛନ୍ତି ଯେ ବର୍ତ୍ତମାନ ୧୪ଟି ଦେଶରେ ଓମିକ୍ରନ୍ ଭ୍ୟାରିଆମ୍ଟର ମାମଲା ଦେଖିବାକୁ ମିଳିଛି । ତାହା ଉପରେ ଭାରତରେ ଅଧ୍ୟୟନ କରାଯାଉଛି, ଯଦିଓ ଭାରତରେ ଏହାର କୌଣସି ମାମଲା ରିପୋର୍ଟ ହୋଇନାହିଁ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ଆଦିବାସୀ ଯୁବକଙ୍କୁ ବାଡ଼ିରେ ପିଟିଲେ, ଚଳନ୍ତା ଟ୍ରକ୍ ପଛରେ ବାନ୍ଧି ଘୋଷାଡ଼ିଲେ; ମୃତ୍ୟୁ ହେଲା

ଏହା ପୂର୍ବରୁ କର୍ଣ୍ଣାଟକ ଓ ଚଣ୍ଡିଗଡ଼ରେ ବିପଦପୂର୍ଣ୍ଣ ଦେଶରୁ ଫେରିଥିବା ଦୁଇ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡି଼ଥିଲା । ଜେନୋମ୍‌ ସିକ୍ୱେନସିଂ ପାଇଁ ସେମାନଙ୍କର ନମୁନା ମଧ୍ୟ ପଠାଯାଇଛି । କର୍ଣ୍ଣାଟକର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ନମୁନା ଡେଲଟା ପ୍ରକାରର ନୁହେଁ । ତା’ ପରେ ପ୍ରଶାସନର ଚିନ୍ତା ବଢ଼ିଛି । ବ୍ରିଟେନ୍‌ ଓ ୟୁରୋପର ସବୁ ୪୪ଟି ଦେଶ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋତସ୍ୱାନା, ଚୀନ୍, ମରିସସ୍, ନ୍ୟୁଜିଲ୍ୟାଣ୍ଡ, ଜିମ୍ବାୱେ, ସିଙ୍ଗାପୁର, ହଂକଂ ଓ ଇସ୍ରାଏଲ୍ ଭାରତର ଉଚ୍ଚ ବିପଦପୂର୍ଣ୍ଣ ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ।
Published by:Anand S.T. Das
First published: