ରାଜ୍ୟରେ ଆହୁରି ୫୮ କରୋନା ପଜିଟିଭ୍ ଚିହ୍ନଟ ହେଲେ; ତୃତୀୟ କରୋନା ମୃତ୍ୟୁ ହେଲା

ନୂଆ ୫୮ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୨୯ ଜଣ ସୁରନ୍ତ ଫେରନ୍ତା, ବାଲେଶ୍ବରର ୫ କର୍ଣ୍ଣାଟକ ଫେରନ୍ତା ଓ ୧୦ ପଶ୍ଚିମ ବଙ୍ଗ ଫେରନ୍ତା, ଓ ଅନୁଗୁଳର ୧୧ ସୁରତ ଫେରନ୍ତା ଓ ଜଣେ ମହାରାଷ୍ଟ୍ର ଫେରନ୍ତା ଅଛନ୍ତି । ତୃତୀୟ ମୃତକ ଗଞ୍ଜାମ ଜିଲ୍ଲାର ।

ରାଜ୍ୟରେ ଆହୁରି ୫୮ କରୋନା ପଜିଟିଭ୍ ଚିହ୍ନଟ ହେଲେ; ତୃତୀୟ କରୋନା ମୃତ୍ୟୁ ହେଲା
ଗଞ୍ଜାମରେ ଟ୍ରେନରେ ଆସି ପହଞ୍ଚୁଥିବା ପ୍ରବାସୀ ଓଡ଼ିଆମାନେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ୫୮ ଜଣ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହା ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବା ଘଟଣା । ଏଥି ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃ୍ଦ୍ଧି ପାଇଛି । ରାଜ୍ୟରେ ତୃତୀୟ କରୋନା ମୃତ୍ୟୁ ବି ଆଜି ଘଟିଛି । ମୃତକ ଗଞ୍ଜାମ ଜିଲ୍ଲାର । ଆଜି ନୂଆ ଜିଲ୍ଲା ଭାବେ ଅନୁଗୁଳକୁ ବି ଛୁଇଁଛି କରୋନା ଭାଇରସ୍‌ ସଂକ୍ରମଣ ।

ଆଜିର ନୂଆ ୫୮ଟି ସଂକ୍ରମଣ ମାମଲା ମଧ୍ୟରୁ ଗଞ୍ଜାମରେ ୨୯ ଜଣ ସୁରନ୍ତ ଫେରନ୍ତା, ବାଲେଶ୍ବରର ୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କର୍ଣ୍ଣାଟକ ଫେରନ୍ତା ଓ ୧୦ ପଶ୍ଚିମ ବଙ୍ଗ ଫେରନ୍ତା ହୋଇଥିବା ବେଳେ ଅନୁଗୁଳର ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସୁରତ ଫେରନ୍ତା ଓ ଜଣେ ମହାରାଷ୍ଟ୍ର ଫେରନ୍ତା ଅଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଜଣେ ନୂଆ ପଜିଟିଭ ମଧ୍ୟ ସୁରତ ଫେରନ୍ତା ।

ବାଲେଶ୍ବର ଜିଲ୍ଲାର ସମସ୍ତ ପଜିଟିଭ ବ୍ୟକ୍ତି ଭୋଗରାଇ ବ୍ଲକର । ସେମାନେ ସମସ୍ତେ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଚିକିତ୍ସା ପାଇଁ ସମସ୍ତଙ୍କୁ କଟକର କୋଭିଡ ହସ୍ପିଟାଲକୁ ପଠାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଉପଜିଲ୍ଲାପାଳ ନିଲୁ ମହାପାତ୍ର । ଅନୁଗୁଳ ଜିଲ୍ଲାର ଜଣେ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତିକୁ ଛାଡ଼ି ବାକି ସମସ୍ତେ କ୍ବାରେଣ୍ଟାଇନରେ ଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଟ୍ରେନରେ ଫେରିଛନ୍ତି ହଜାର ହଜାର ପ୍ରବାସୀ ଓଡ଼ିଆ ।


ଏହା ବି ପଢ଼ନ୍ତୁ: ଶୀଘ୍ର ଖୋଲିବ ରାଜ୍ୟରେ ସବୁ ମଦ ଦୋକାନ; ମଦର ଦାମ୍‌ ୨୫% ପର୍ଯ୍ୟନ୍ତ ବଢ଼ିପାରେ

ଆଜିର ମାମଲାଗୁଡ଼ିକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଥିବା ବେଳେ ବାଲେଶ୍ବରରେ ଏହି ସଂଖ୍ୟା ୪୨ ଛୁଇଁଛି । ସେହି ପରି ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ଟେଷ୍ଟ ହୋଇଛି ୩,୪୫୮ଟି ସାମ୍ପଲ । ସେଥି ମଧ୍ୟରୁ ୫୮ଟି ପଜିଟିଭ ଚିହ୍ନଟ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ସମୁଦାୟ ୫୯,୭୮୦ଟି ସାମ୍ପଲ ଟେଷ୍ଟ ହୋଇସାରିଲାଣି ।

ଗଞ୍ଜାମ ଜିଲ୍ଲାରେ ପ୍ରଥମ କରୋନା ମୃତ୍ୟୁ ହୋଇଛି । ଏହା ରାଜ୍ୟରେ ତୃତୀୟ କରୋନା ମୃତ୍ୟୁ । ପୂର୍ବରୁ ଭୁବନେଶ୍ବରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରଥମ ମୃତକ ଝାରପଡ଼ା ଅଞ୍ଚଳର ୭୨ ବର୍ଷୀୟ ବୃଦ୍ଧ ଓ ଦ୍ବିତୀୟ ମୃତକ ହେଲେ ୭୭ ବର୍ଷୀୟ ମଧୁସୂଦନଗରର । ସେ ଦୁଇ ଜଣଙ୍କର ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ଥିଲା । ଗଞ୍ଜାମର ମୃତକ ୧୧୯ ନମ୍ବର ଆକ୍ରାନ୍ତ ଥିଲେ । ସେ ୪୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ଥିଲେ ଓ ଲକଡାଉନ୍‌ ଯୋଗୁଁ ୨୨ ମାର୍ଚ୍ଚରୁ ପରିବାର ସଦସ୍ୟଙ୍କ ସହ ଘରେ ରହିଥିଲେ । ତାଙ୍କର ମଧ୍ୟ ଏକାଧିକ ସ୍ବାସ୍ଥ୍ୟଗତ ସମସ୍ୟା ଥିଲା ।

ଏହା ବି ପଢ଼ନ୍ତୁ: ସୁରତ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଖାଦ୍ୟ ରୁଚୁନି; ଭିଡିଓ ବନେଇ ଅଭିଯୋଗ କଲେ

ଏହା ବି ପଢ଼ନ୍ତୁ: CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ପରୀକ୍ଷା ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବ
First published: May 10, 2020, 2:03 PM IST
corona virus btn
corona virus btn
Loading