କରୋନା: ଚୀନରୁ ଭାରତକୁ ଆସିଥିବା ୫୦,୦୦୦ ପିପିଇ କିଟ୍ କ୍ୱାଲିଟି ପରୀକ୍ଷାରେ ଫେଲ୍ ମାରିଲା

କ୍ୱାଲିଟି ପରୀକ୍ଷାରେ ଏତେଗୁଡ଼ିଏ କିଟ୍ ଫେଲ୍ ହେବା ପରେ ଭାରତ ସିଙ୍ଗାପୁରର ଏକ କମ୍ପାନୀ ସମେତ କେତେକ ବ୍ୟବସାୟୀଙ୍କ ମାଧ୍ୟମରେ ଆଉ ଏକ ଲକ୍ଷ ପିପିଇ ସୁଟ୍ ଅର୍ଡ଼ର୍ କରିଛି । ଏହି ସମସ୍ତ ସୁଟ୍ ବି ଚୀନରୁ ହିଁ ଆସିବ ।

କରୋନା: ଚୀନରୁ ଭାରତକୁ ଆସିଥିବା ୫୦,୦୦୦ ପିପିଇ କିଟ୍ କ୍ୱାଲିଟି ପରୀକ୍ଷାରେ ଫେଲ୍ ମାରିଲା
ସୁରକ୍ଷା ପୋଷାକ (ପିପିଇ କିଟ୍) ପିନ୍ଧି ସ୍ୱାସ୍ଥ୍ୟ କର୍ମୀମାନେ କାର୍ଯ୍ୟ କରୁଛନ୍ତି ।
  • News18 Odia
  • Last Updated: April 16, 2020, 1:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସାରା ଦେଶରେ କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ବୃଦ୍ଧି ପାଉଥବା ବେଳେ ଭାରତ ଚୀନ୍ ଠାରୁ ଦେଢ଼ କୋଟି ପିପିଇ (ବ୍ୟକ୍ତିଗତ ସୁରକ୍ଷା ଇକ୍ୱିପମେଣ୍ଟ୍‌) କିଟ୍ ଅର୍ଡର କରିଥିଲା । ଚୀନର ବୃହତ ଘରୋଇ କମ୍ପାନୀଗୁଡିକରୁ ଭାରତକୁ ଦାନ ସ୍ୱରୂପ ପଠାଯାଇଥିବା ଅନେକ କିଟ୍ ଯାଞ୍ଚରେ ଫେଲ୍‌ ମାରିଛି ।

‘ଦି ଇକୋନୋମିକ୍ ଟାଇମ୍ସ’ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ ଏହି ମାମଲା ବିଷୟରେ ଜାଣିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ଚୀନରୁ ଏକ ଲକ୍ଷ ୭୦ ହଜାର କିଟ୍ ଭାରତକୁ ଆସିଛି ଓ ଏଥିରୁ ୫୦ ଜହାର କିଟ୍ କ୍ୱାଲିଟି ପରୀକ୍ଷାରେ ବିଫଳ ସାବ୍ୟସ୍ତ ହୋଇଛି । ଏହି ବ୍ୟକ୍ତି ଜଣକ କହିଛନ୍ତି ଯେ ଚୀନରୁ ୩୦,୦୦୦ ଓ ୧୦,୦୦୦ କିଟ୍ ଥିବା ଦୁଇଟି ଛୋଟ କନସାଇନମେଣ୍ଟ ବି ପରୀକ୍ଷାରେ ବିଫଳ ହୋଇଛି । ଏହି କିଟଗୁଡ଼ିକୁ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO)ର  ଗ୍ୱାଲିଅରରେ ଥିବା ଲାବରେଟରୀରେ ପରୀକ୍ଷା କରାଯାଇଥିଲା ।

ଏହି ରିପୋର୍ଟ ଅନୁଯାୟୀ ଜଣେ ସରକାରୀ କର୍ମଚାରୀ କହିଛନ୍ତି ଯେ ଭାରତ କରୋନା ଭାଇରସ୍‌ ମୁକାବିଲା ପାଇଁ କେବଳ CE ବା FDA ସାର୍ଟିଫାଏଡ୍ ପିପିଇ କିଟ୍ କିଣୁଛି । ଦାନ ଭାବରେ ଗ୍ରହଣ କରାଯାଇଥିବା କିଛି କିଟ୍ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି ଓ ସେଗୁଡ଼ିକର ବ୍ୟବହାର କରାଯାଇପାରିବ ନାହିଁ ବୋଲି ଏହି ଅଧିକାରୀ କହିଛନ୍ତି । ମାମଲା ସହ ଜଡିତ ବ୍ୟକ୍ତି କହିଛନ୍ତି ଯେ FDA ବା CE-ଅନୁମୋଦିତ କିଟଗୁଡ଼ିକୁ ବି ଭାରତରେ ଗୁଣାତ୍ମକ ପରୀକ୍ଷାରେ ପାସ୍‌ ହେବାକୁ ପଡିବ ।

ଅହମଦାବାଦରେ ଏକ ବାଳିକାର ସ୍ୱାବ୍‌ ସଂଗ୍ରହ କରୁଥିବା ଜଣେ ଡାକ୍ତର (ରୟଟର୍ସ୍‌)


ରିପୋର୍ଟ ଅନୁଯାୟୀ ପରୀକ୍ଷାରେ ବିଫଳ ହୋଇଥିବା ଚାଇନିଜ୍‌ କିଟଗୁଡ଼ିକ ଭାରତର କେତେକ ବୃହତ ଘରୋଇ କମ୍ପାନୀଗୁଡିକୁ ଚୀନ୍‌ ଦାନ ଭାବରେ ଗ୍ରହଣ ପଠେଇଥିଲା । ଖବରକାଗଜର ରିପୋର୍ଟ ଅନୁଯାୟୀ ଏହି ସମ୍ପୂର୍ଣ୍ଣ ଯୋଜନା ବିଷୟରେ ସୂଚନା ପାଇଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ଏହି ଅଭାବକୁ ପୂରଣ କରିବା ପାଇଁ ସିଙ୍ଗାପୁରର ଏକ କମ୍ପାନୀ ସମେତ କେତେକ ବ୍ୟବସାୟୀଙ୍କ ମାଧ୍ୟମରେ ଅତିରିକ୍ତ ଏକ ଲକ୍ଷ ପିପିଇ ସୁଟ୍ ଅର୍ଡ଼ର୍‌ କରାଯାଇଛି । ତେବେ ଏହି ସମସ୍ତ ସୁଟ୍ ବି ଚୀନରୁ ହିଁ ଆସିବ ।

ସରକାରୀ ଅଧିକାରୀ ଜଣକ କହିଛନ୍ତି ଯେ ମେ ମାସର ପ୍ରଥମ ସପ୍ତାହର ଶେଷ ସୁଦ୍ଧା ଭାରତ ପାଖରେ ଏହି ସୁଟ୍ ରହିବା ଉଚିତ୍ । ଆହୁରି କିଛି ଅର୍ଡ଼ର୍‌ ଦିଆଯାଉଛି ବୋଲି ବି ସେ କହିଛନ୍ତି । ଭାରତ ସରକାରଙ୍କ ଆକଳନ ଅନୁସାରେ ଯଦି ଦେଶରେ ୨୦ ଲକ୍ଷ ପିପିଇ ସୁଟ୍ ଥିବ ତେବେ ଭାରତର ଅବସ୍ଥା ଭଲ ରହିବ । ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସରକାରୀ ଅଧିକାରୀ ଜଣକ କହିଛନ୍ତି ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଅର୍ଡରର ସଂଖ୍ୟା ବି ବଢ଼ୁଛି ଓ ଚୀନ୍ ହେଉଛି ପିପିଏ କିଟର ବିଶ୍ୱରେ ପ୍ରମୁଖ ଯୋଗାଣକାରୀ । ‘‘ଆମେ ପୂର୍ବରୁ ଏହି କିଟର ଆମଦାନୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲୁ । ଚାହିଦା ଏତେ ବଢ଼ିବ ବୋଲି ଏମେ କେବେ ଆଶା କରି ନ ଥିଲୁ । ଏବେ ଆମ ଦେଶରେ ଘରୋଇ ଉତ୍ପାଦନ ବି ବଢ଼ୁଛି,’’ ସେ କହିଛନ୍ତି ।

ଇତି ମଧ୍ୟରେ ଚୀନ୍ ସବୁ ଦେଶକୁ ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ଓ ଖ୍ୟାତିସମ୍ପନ୍ନ ଚାଇନ୍ଜ୍‌ ଫ୍ୟାକ୍ଟ୍ରିଗୁଡ଼ିକରୁ ଏହି କିଟ୍‌ ଆମଦାନି କରିବାକୁ କହିଛି । ନକଲି ଆଚରଣରେ ଜଡ଼ିତ ଥିବା ଫ୍ୟାକ୍ଟ୍ରିର ଲୋକଙ୍କୁ ଚୀନ୍‌ ଦଣ୍ଡ ଦେବ ବୋଲି କହିଛି ।
First published: April 16, 2020, 1:23 PM IST
corona virus btn
corona virus btn
Loading