News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆହୁରି ୫ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଓ ସୁରତ ଫେରନ୍ତା । ଏମାନଙ୍କୁ ମିଶାଇ ଆଜି ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି ।
ଗଞ୍ଜାମର ଏହି ୫ ଜଣ ଯାକ ପୁରୁଷ ଆକ୍ରାନ୍ତଙ୍କ ପାଖରେ କରୋନା ସଂକ୍ରମଣର ଲକ୍ଷଣ ଥିଲା । ସେମାନଙ୍କ ବୟସ ହେଲା ୩୯, ୪୯, ୧୬, ୪୮ ଓ ୪୫ ବର୍ଷ ।
ଆଜି ନୟାଗଡ଼ରେ ବି ପ୍ରବେଶ କରିଛି କରୋନା ଭାଇରସ୍ । ରାଜ୍ୟର ୧୯ତମ ଜିଲ୍ଲା ଭାବେ ନୟାଗଡ଼ରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ପ୍ରଥମ ଥର ପାଇଁ ଜଣେ ସୁରତ ଫେରନ୍ତାଙ୍କ ପାଖରେ କରୋନା ସଂକ୍ରମଣର ଲକ୍ଷଣ ଦେଖିବାକୁ ମିଳିଥିଲା ।
ଆଜି ମୟୁରଭଞ୍ଜରୁ ୩, ଭଦ୍ରକରୁ ଜଣେ ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ପଜିଟିଭି ଚିହ୍ନଟ ହୋଇଛନ୍ତି । ଆଜିର ମୋଟ ୨୪ ଜଣ ପଜିଟିଭଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୨୨୪ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି, ୬୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ କରୋନା ସଂକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।
ଏହା ବି ପଢ଼ନ୍ତୁ: ବିଶାଖାପାଟଣାରେ ବିଷାକ୍ତ ଷ୍ଟାଇରିନ୍ ଗ୍ୟାସ୍ ଲିକ୍ ହେବା ପରେ ଆସିଥିବା ହୃଦୟବିଦାରକ ଛବି
ଟ୍ରେନରେ ଆସି ଗଞ୍ଜାମ ପହଞ୍ଚୁଛନ୍ତି ପ୍ରବାସୀ ଓଡ଼ିଆମାନେ ।
ବର୍ତ୍ତମାନ ରାଜ୍ୟରେ ଚିନ୍ତା ବଢ଼ାଇଛନ୍ତି ସୁରତ ଫେରନ୍ତା । ଏ ଯାଏଁ ୮ଟି ଜିଲ୍ଲାରୁ ୧୧୨ ଜଣ ସୁରତ ଫେରନ୍ତା କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ, ନୟାଗଡ଼, କଟକ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରୁ ଏହି ଆକ୍ରାନ୍ତମାନେ ବାହାରିଛନ୍ତି ।
ଗତ କାଲି ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ ଅବଧି ୧୪ ଦିନ ପରିବର୍ତ୍ତେ ୨୮ ଦିନ ବୃଦ୍ଧି କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ନେଇଥିଲେ । ଏହି ଅବଧି ମଧ୍ୟରେ ୨୧ ଦିନ ସରକାରୀ କ୍ୱାରେଣ୍ଟାଇନ ଓ ସାତ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବେ ପ୍ରବାସୀ ଓଡ଼ିଆମାନେ । ୧୪ ଦିନର କ୍ଵରେଣ୍ଟଇନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଉ ନ ଥିବାରୁ ଇନକ୍ୟୁବେସନ ଅବଧି ବୃଦ୍ଧି କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।
ବର୍ଦ୍ଧିତ କ୍ୱାରେଣ୍ଟାଇନ୍ ସମୟରେ ପ୍ରବାସୀମାନେ ନିଜ ନିଜ ସଙ୍ଗରୋଧ କେନ୍ଦ୍ରରେ ବିକାଶମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିବେ । ସଙ୍ଗରୋଧ କେନ୍ଦ୍ର ପରିସରରେ ସ୍ଵଚ୍ଛତା କାମ, ବଗିଚା କାମ, ଗଛ ଲଗାଇବା ଓ ଚୂନ ମାରିବା ଭଳି କାମ କରିପାରିବେ ସେମାନେ। ଦଶ ଦିନ ପାଇଁ ପ୍ରବାସୀମାନଙ୍କୁ ଏଭଳି କାମ ଯୋଗାଇଦିଆଯିବ । ସେଥି ପାଇଁ ଦୈନିକ ୧୫୦ ଟଙ୍କା ଲେଖାଏଁ ମଧ୍ୟ ପକେଟ ମନି ଭାବେ ମଧ୍ୟ ଦିଆଯିବାର ବ୍ୟବସ୍ଥା କରାଯାଇଛି ।
ଏହା ବି ପଢ଼ନ୍ତୁ: ମୋଟା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣର ସମ୍ଭାବନା ଅଧିକ ଅଛି: ବୈଜ୍ଞାନିକଏହା ବି ପଢ଼ନ୍ତୁ:ପ୍ରସିଦ୍ଧ ବଲିଉଡ୍ ଅଭିନେତା ଇରଫାନ୍ ଖାନଙ୍କ ପରଲୋକ; କ୍ୟାନସରରେ ପୀଡ଼ିତ ଥିଲେନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।