ରାଜ୍ୟରେ ଆହୁରି ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ: ବଲାଙ୍ଗିର ୨, ଯାଜପୁର ୩, ବାଲେଶ୍ୱର ୧

ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬କୁ ବୃଦ୍ଧି ପାଇଛି । ଏଥିରୁ ୪୧ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ୧୦୪ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ରାଜ୍ୟରେ ଆହୁରି ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ: ବଲାଙ୍ଗିର ୨, ଯାଜପୁର ୩, ବାଲେଶ୍ୱର ୧
ଗତ ଦୁଇ ଦିନରେ ଯାଜପୁର ଜିଲ୍ଲାର କଟିକଟାରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ପାଞ୍ଚ ଜଣ କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲେଶ୍ବରରେ ଜଣେ, ବଲାଙ୍ଗିରରେ ଦୁଇ ଜଣ ଓ ଯାଜପୁରରେ ତିନି ଜଣ ଅଛନ୍ତି । ପ୍ରଥମ ଥର ପାଇଁ ବଲାଙ୍ଗିର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ ।

ବଲାଙ୍ଗିରର ଦୁଇ ଜଣ ଯାକ ଆକ୍ରାନ୍ତ ପୁରୁଷ ଓ ଲେଖରିଆ ଗାଁର ବାସିନ୍ଦା । ଏହି ୨୨ ଓ ୧୮ ବର୍ଷୀୟ ଯୁବକ ଦ୍ୱୟ ତାମିଲ ନାଡ଼ୁରୁ ଫେରିଥିଲେ । ଏହା ପୂର୍ବରୁ ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଯାଜପୁର ଜିଲ୍ଲାରେ ଆଉ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି । ସେଥି ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି ଓ ୩୭ ଜଣ ଚିକିତ୍ସିତ ହେଉଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୫୫ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୭୫ ବର୍ଷୀୟ ମହିଳା ଅଛନ୍ତି । ପୁରୁଷ ଆକ୍ରାନ୍ତ ଜଣକ କୋଲକାତାରୁ ଫେରିଛନ୍ତି । ତାଙ୍କ ଘର ବିରଜାପୁରରେ । ମହିଳା ଆକ୍ରାନ୍ତଙ୍କ ଘର କଟିକଟାରେ । ସେ ଜଣେ କୋଲକାତା ଫେରନ୍ତାଙ୍କ ସମ୍ପର୍କୀୟ । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ କାଲି ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ କଟିକଟା ଅଞ୍ଚଳର ଥିଲେ ।

ଯାଜୁପରରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଯାଞ୍ଚ କାର୍ଯ୍ୟରେ ଲାଗିଛନ୍ତି ।


ଆଜି ସକାଳେ ବାଲେଶ୍ବର ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତ ଜଣକ ୫୮ ବର୍ଷୀୟ ପୁରୁଷ ଓ ସେ ପଶ୍ଚିମ ବଙ୍ଗରୁ ଫେରିଛନ୍ତି । କୌଣସି ଲକ୍ଷଣ ନ ଥାଇ ତାଙ୍କ ସାମ୍ପଲ ସଂଗ୍ରହ ହୋଇଥିଲା, ଯାହା ପଜିଟିଭ ବାହାରିଛି । ଏହାକୁ ମିଶାଇ ବାଲେଶ୍ବର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ବାଲେଶ୍ବରର ସମସ୍ତ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

ଆଜିର ପାଞ୍ଚ ଜଣ କରୋନା ପଜିଟିଭଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮କୁ ବୃଦ୍ଧି ପାଇଛି । ଏଥିରୁ ୪୧ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ୧୦୪ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୪୩୭ଟି ସାମ୍ପଲ ଟେଷ୍ଟ ହୋଇଛି ବୋଲି ସରକାର କହିଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୩୪,୧୩୩ଟି ସାମ୍ପଲ ଟେଷ୍ଟ ହୋଇସାରିଛି ।
First published: May 1, 2020, 2:09 PM IST
corona virus btn
corona virus btn
Loading