News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଆହୁରି ୪୮ ଜଣ କରୋନା ଭାଇରସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି । କରୋନା ସଂକ୍ରମିତ ତାଲିକାରେ ନୂଆ କରି ଯୋଡ଼ି ହୋଇଛି କନ୍ଧମାଳ ଜିଲ୍ଲା ।
କନ୍ଧମାଳ ଜି୍ଲ୍ଲାରେ ପ୍ରଥମ ଥର ପାଇଁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଭୟେ ତାମିଲ ନାଡୁ ଫେରନ୍ତା । ରାଜ୍ୟର ନୂଆ ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୭ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ବାହାରିଥିବା ୧୫ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସୁରତ ଓ ଜଣେ ବେଙ୍ଗଳୁରୁ ଫେରନ୍ତା । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୦୦ ଟପିଛି । ଜିଲ୍ଲାରେ ଏଯାଏ ୩୦୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୫୬ ଚିକିତ୍ସାଧୀନ ଅଛନ୍ତି ଓ ୪୯ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଯାଜପୁରରେ ୧୬, ପୁରୀରେ ୪, କେନ୍ଦ୍ରାପଡ଼ାରେ ୩, ନୟାଗଡ଼ରେ ୩ ଓ ବଲାଙ୍ଗିରରେ ୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁରର ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ପଶ୍ଚିମ ବଙ୍ଗ, ୪ ଅହମଦାବାଦ, ୪ ଆନ୍ଧ୍ର ପ୍ରଦେଶ ଓ ଜଣେ ତେଲଙ୍ଗାନା ଫେରନ୍ତା । ଖୋର୍ଦ୍ଧା ଓ ବୌଦ୍ଧର ଜଣେ ଜଣେ ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବା ବେଳେ କଟକର ଜଣେ ପଜିଟିଭଙ୍କ ମହାରାଷ୍ଟ୍ର ଲିଙ୍କ ରହିଛ ।

ଓଡ଼ିଶାର ତାଜା କରୋନା ସ୍ଥିତି ମ୍ୟାପ୍
ନୟାଗଡ଼ର ୩ ଜଣ ଆକ୍ରାନ୍ତ ଅହମଦାବାଦ ଓ ପୁରୀରେ ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଏଦୀ ଅନ୍ୟ ୩ ତାମିଲ ନାଡୁ ଓ ଆନ୍ଧ୍ର ଫେରନ୍ତା । ଜଗତସିଂହପୁର ଜିଲ୍ଲାର ସମସ୍ତ ୫ ଜଣ ଆକ୍ରାନ୍ତ ସୁସ୍ଥ ହେବା ସହ ଜଗତସିହଂପୁର ଏବେ କରୋନା ମୁକ୍ତ ହୋଇଛି ।
ଆଜିର ନୂଆ ୪୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୮୭୬ ଜଣ ପଜିଟିଭ ବ୍ୟକ୍ତିଙ୍କ ମଧ୍ୟରୁ ୨୨୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୪୭ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଛି ।
ଏହା ବି ପଢ଼ନ୍ତୁ: ଆଜି ସନ୍ଧ୍ୟା ସୁଦ୍ଧା ମହାବାତ୍ୟାର ରୂପ ନେଇପାରେ ଅମ୍ଫନ; ସ୍ଥଳ ଭାଗ ଆଡ଼କୁ ମୁହାଁଇଛିଏହା ବି ପଢ଼ନ୍ତୁ: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛିଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳିPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।